ପ୍ରାଚୀନ ଦୁର୍ଗାମେଢ଼ ପାଇବେ ଆର୍ଥିକ ଅନୁଦାନ। ଦୁର୍ଗାପୂଜା ପାଇଁ ପ୍ରାଚୀନ ଦୁର୍ଗାମେଢ଼କୁ ସରକାର ଦେବେ ଆର୍ଥିକ ଅନୁଦାନ । ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲା ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ । ନିଜ ଜିଲ୍ଲାର ମେଢ଼ ଗୁଡ଼ିକର ବର୍ଷ ଅନୁସାରେ ପ୍ରସ୍ତୁତ ହେବ ବିବରଣୀ । ୨ ଦିନ ମଧ୍ୟରେ ତାଲିକା ପ୍ରସ୍ତୁତ କରାଯିବାକୁ ବିଭାଗ ପକ୍ଷରୁ ସୂଚନା
Credit: OTV
financial assistance
ଭୁବନେଶ୍ବର : ଦୁର୍ଗାପୂଜା ଉପଲକ୍ଷେ ପ୍ରାଚୀନ ଦୁର୍ଗାମେଢ଼କୁ ଆର୍ଥିକ ଅନୁଦାନ ଦେବେ ସରକାର। ଏନେଇ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ହୋଇଛି। ତେବେ ଏଥିପାଇଁ ନିର୍ଦ୍ଦିଷ୍ଟ କିଛି ମାନଦଣ୍ଡକୁ ଆଧାର କରାଯାଇଛି। ନିଜ ଜିଲ୍ଲାର ମେଢ଼ ଗୁଡ଼ିକର ବର୍ଷ ଅନୁସାରେ ବିବରଣୀ ପ୍ରସ୍ତୁତ କରାଯିବ। ୨ ଦିନ ମଧ୍ୟରେ ଏହାର ତାଲିକା ପ୍ରସ୍ତୁତ କରାଯିବ। ପ୍ରଦତ୍ତ ଫର୍ମରେ ଜିଲ୍ଲା ହିସାବରେ କ୍ୟାଟାଗୋରି କରାଯାଇଛି। ୧୦୦ ବର୍ଷରୁ ଉର୍ଦ୍ଧ୍ବ ମେଢକୁ ‘କ’ ବର୍ଗରେ ୭୫ ବର୍ଷରୁ ଉର୍ଦ୍ଧ୍ବ ମେଢକୁ ‘ଖ’ ବର୍ଗରେ ସ୍ଥାନ ଦିଆଯାଇଛି।
Also Read
ସେହିଭଳି ‘ଗ’ ବର୍ଗରେ ୫୦ ବର୍ଷରୁ ଉର୍ଦ୍ଧ୍ବ ମେଢ ସ୍ଥାନ ପାଇପାରିବ। ଯେଉଁ ଜିଲ୍ଲାରେ ୫୦ ବର୍ଷରୁ ଉର୍ଦ୍ଧ ପୁରୁଣା ମେଢ଼ ନଥିବ, ସେଠାରେ ସବୁଠାରୁ ୨ଟି ପୁରାତନ ମେଢ଼ର ବିବରଣୀ ଦେବାକୁ ସୂଚନା ଜାରି କରିଛି ବିଭାଗ।
- Reported by:
- SOUMYA RANJAN SAHOO





