Government Schools: ଭୟାନକ ସ୍କୁଲ ଘରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢ଼ା, ନାହିଁ ନାହିଁରେ ଚାଲିଛି ପାଠପଢ଼ା

government-schools:-ଭୟାନକ-ସ୍କୁଲ-ଘରେ-ଚାଲିଛି-ପିଲାଙ୍କ-ଭବିଷ୍ୟତ-ଗଢ଼ା,-ନାହିଁ-ନାହିଁରେ-ଚାଲିଛି-ପାଠପଢ଼ା

ସ୍କୁଲ ଘର ବିପଦ ସଂଙ୍କୁଳ ଥିବାରୁ ରୋଷେଇ ଘରେ ଚାଲିଛି ପାଠପଢ଼ା। ଆଉ ସେଇ ଛାତ ଘର ବି ଏବେ ଜରିପାଲ ଆଶ୍ରାରେ। କାରଣ ଛାତରୁ ସିମେଣ୍ଟ ଖଣ୍ଡ ଖସୁଛି, ବର୍ଷା ହେଲେ ପାଣି ଗଲୁଛି। ଆଉ କାନ୍ଥ ଫାଟି ଆଁ କଲାଣି।

Manasranjan Mohanty

  • Published: Saturday, 20 September 2025
  • Last updated: 20 September 2025, 01:34 PM IST

Government SchoolsCredit: OTV

Government Schools

ଶ୍ରେଣୀ ଗୃହରେ ପାଠପଢ଼ା ଠିକଠାକ ଚାଲିଛି । ନାଚ ଗୀତ କରି ଆଗ୍ରହର ସହକାରୀ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ସରକାରୀ ସ୍କୁଲ ହେଲେ ମଧ୍ୟ କେତେ ସୁନ୍ଦରରେ ପିଲାମାନେ ପାଠ ପଢ଼ୁଛନ୍ତି। ଆପଣଙ୍କ ଖୁସି ସେତେବେଳେ ଭାଙ୍ଗିଯିବ ଯେତେବେଳେ ଆମେ ଆପଣଙ୍କୁ ସ୍କୁଲର ଦୟନୀୟ ଅବସ୍ଥା ଦେଖିବେ ।  ଆମେ କହୁଛୁ କୋରାପୁଟ ପୌର ପରିଷଦର ୱାର୍ଡ ନମ୍ବର 15ରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟ ଗୁଣ୍ଠାଗୁଡାର କଥା  ।  ସ୍କୁଲ ଘର ବିପଦ ସଂଙ୍କୁଳ ଥିବାରୁ ରୋଷେଇ ଘରେ ଚାଲିଛି ପାଠପଢ଼ା। ଆଉ ସେଇ ଛାତ ଘର ବି ଏବେ ଜରିପାଲ ଆଶ୍ରାରେ। କାରଣ ଛାତରୁ ସିମେଣ୍ଟ ଖଣ୍ଡ ଖସୁଛି, ବର୍ଷା ହେଲେ ପାଣି ଗଲୁଛି। ଆଉ କାନ୍ଥ ଫାଟି ଆଁ କଲାଣି। 15 ଜଣ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକଙ୍କ ଜୀବନ ବାଜି ଲାଗିଛି ଏହି ଭଙ୍ଗା ସ୍କୁଲ ଘରେ।

କୋରାପୁଟ ସଦର ମହକୁମା ୧୬ ନମ୍ବର ୱାର୍ଡ ଚିନ୍ଦ୍ରୀ ମାଳିଗୁଡ଼ା ପ୍ରାଥମିକ ବିଦ୍ୟାଳୟ। ବିଦ୍ୟାଲୟରରେ ଶିଶୁବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୩ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ୫ ବର୍ଷ ତଳେ ଭାଙ୍ଗିଯାଇଛି ପୁରୁଣା ସ୍କୁଲ କୋଠା। ନୂଆ ଘରର ନାଁ ଗନ୍ଧ ନାହିଁ। ତେଣୁ ଦୀର୍ଘ ବର୍ଷ ହେଲା କମ୍ୟୁନିଟି ସେଣ୍ଟର ତଳେ ଚାଲିଛି କୁନି କୂନି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢା। ଆଉ ସେଇଠାରେ ହିଁ ମଧ୍ୟାହ୍ନ ଭୋଜନ ଖାଉଛନ୍ତି ଛାତ୍ରଛାତ୍ରୀ। ନୂଆ କୋଠା ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ କରଯାଇଛି। ତଥାପି ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନି।

ଦୁଇଟି ସ୍କୁଲର ଅସୁବିଧାକୁ ନେଇ ଆମେ ଜିଲା ଶିକ୍ଷା ଅଧିକାରୀ ଓ ପୌରପରିଷଦର ଅଧ୍ୟକ୍ଷଙ୍କୁ ପଚାରି ଥିଲୁ। କଣ କହୁଛନ୍ତି ଭିଡିଓ କ୍ଲିକ କରି ଦେଖନ୍ତୁ 

Also Read

ଓଟିଭି ବିଜ୍ଞାପନ

Scroll to Top