Gold Silver rate Today: ଏଇ ସପ୍ତାହରେ ୧୦ ହଜାରୁ ଅଧିକ କମିଛି ରୁପା ଦାମ, ସୁନା କେତେ କମିଛି ଜାଣନ୍ତୁ

gold-silver-rate-today:-ଏଇ-ସପ୍ତାହରେ-୧୦-ହଜାରୁ-ଅଧିକ-କମିଛି-ରୁପା-ଦାମ,-ସୁନା-କେତେ-କମିଛି-ଜାଣନ୍ତୁ

Gold Silver rate Today: ଗତ ସପ୍ତାହ ଭଳି ଚଳିତ ସପ୍ତାହରେ ବି ସୁନା ଏବଂ ରୁପା ମୂଲ୍ୟ ହ୍ରାସ ପାଇଛି। ସୁନା ୧୦ ଗ୍ରାମ ପ୍ରତି ୪,୨୭୬ ଟଙ୍କା ହ୍ରାସ ପାଇ ୧ ଲକ୍ଷ ୪୩ ହଜାରରେ ପହଞ୍ଚିଛି। ଗତ ସପ୍ତାହରେ ଅର୍ଥାତ୍ ୨୦ ମାର୍ଚ୍ଚରେ ଏହା ୧ଲକ୍ଷ ୪୭ ହଜାର ଟଙ୍କା ଥିଲା। ଏହି ସମୟ ମଧ୍ୟରେ ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୨ଲକ୍ଷ ୩୨ ହଜାର ଟଙ୍କାକୁ ହ୍ରାସ ପାଇ ୨ ଲକ୍ଷ ୨୧ ହଜାର ଟଙ୍କାରେ ପହଞ୍ଚିଛି। ଚଳିତ ସପ୍ତାହରେ ଏଥିରେ ୧୦,୭୧୭ ଟଙ୍କା ହ୍ରାସ ପାଇଛି।

ସେଫ୍ ହେଭେନ ନୁହେଁ ଗୋଲ୍ଡ!

ନିବେଶ ପାଇଁ ସୁନା ସେଫ୍ ହେଭେନ ହୋଇ ନାହିଁ। ଇରାନ ସହିତ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଅସ୍ଥିରତା ସୃଷ୍ଟି ହୋଇଥିବାରୁ ନିବେଶକମାନେ ସେମାନଙ୍କର ସୁନା ବିକ୍ରି କରି ଡଲାର(ନଗଦ) ସଂଗ୍ରହ କରୁଛନ୍ତି। ଫଳରେ ଡଲାର ଚାହିଦା ବୃଦ୍ଧି ପାଉଛି। ସୁନା ଓ ରୁପା ମୂଲ୍ୟ ହ୍ରାସ କମୁଛି। ଏପଟେ ଡଲାର ଚାହିଦା ବଢ଼ିବା ସହ ମୂଲ୍ୟ ବଢ଼ିବାରୁ ଡଲାର ତୁଳନାରେ ଭାରତୀୟ ମୁଦ୍ରାରେ ମୂଲ୍ୟ ରାସାତଳକୁ ଗଲାଣି। ବର୍ତ୍ତମାନ ଗୋଟିଏ ଡଲାର ମୂଲ୍ୟ ୯୪. ୮୬ ପଇସା ହୋଇଛି।

Also Read- ୧ ଏପ୍ରିଲରୁ ବଦଳିଯିବ ଆୟକର ଆଇନ, ଜାଣନ୍ତୁ ମିଲକାର୍ଡ, ITR ଓ ପାନକାର୍ଡରେ କ’ଣ ହୋଇଛି ପରିବର୍ତ୍ତନ?

ସର୍ବକାଳୀନ ସର୍ବୋଚ୍ଚ ମୂଲ୍ୟରୁ ୧.୬୪ ଲକ୍ଷ ଟଙ୍କା ହ୍ରାସ ହେଲାଣି ରୁପା

• ଏହି ବର୍ଷ ସୁନା ଏବଂ ରୁପା ମୂଲ୍ୟରେ ଅପଡାଉନ ଜାରି ରହିଛି। ୩୧ ଡିସେମ୍ବର ୨୦୨୫ ରେ ସୁନା ମୂଲ୍ୟ ₹୧.୩୩ ଲକ୍ଷ ଟଙ୍କା ଥିଲା ଏବଂ ଜାନୁଆରୀ ୨୯ ରେ ଏହା ସର୍ବାଧିକ ₹୧.୭୬ ଲକ୍ଷ ଟଙ୍କାରେ ପହଞ୍ଚି ଥିଲା। ସେବେଠାରୁ ଏପର୍ଯ୍ୟନ୍ତ ସୁନା ୩୩,୧୭୯ ଟଙ୍କା ହ୍ରାସ ପାଇଛି।

• ଏହି ସମୟ ମଧ୍ୟରେ ୩୧ ଡିସେମ୍ବର ୨୦୨୫ ସୁଦ୍ଧା ରୁପାର ମୂଲ୍ୟ ୨.୩୦ ଲକ୍ଷ ଟଙ୍କା ଥିଲା ଏବଂ ଜାନୁଆରୀ ୨୯ରେ ଏହା ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ସେବେଠାରୁ ୫୭ ଦିନ ମଧ୍ୟରେ ରୁପା ୧.୬୪ ଲକ୍ଷ ଟଙ୍କା ଶସ୍ତା ହୋଇଛି।

ଭାରତୀୟ ପରିବାର ପାଖରେ ଥିବା ସୁନାର ମୋଟ ମୂଲ୍ୟ ୫ ଟ୍ରିଲିୟନ ଡଲାର (₹୪୫୦ ଲକ୍ଷ କୋଟି) ଅତିକ୍ରମ କରିଛି। ଏହି ସଂଖ୍ୟା ଦେଶର GDP ୪.୧ ଟ୍ରିଲିୟନ ଡଲାର କିମ୍ବା ₹୩୭୦ ଲକ୍ଷ କୋଟି ଟଙ୍କା ଠାରୁ ଅଧିକ। ମୋର୍ଗାନ୍ ଷ୍ଟାନଲି ରିପୋର୍ଟ ଅନୁଯାୟୀ, ଭାରତୀୟ ପରିବାର ପାଖରେ ପ୍ରାୟ ୩୪,୬୦୦ ଟନ୍ ସୁନା ଅଛି।

Scroll to Top