Gold Silver Rate Today: ଅନ୍ତର୍ଜାତୀୟ ଚାପ ମଧ୍ୟରେ ସୁନା ଓ ରୁପା ଦରରେ ବଡ଼ ହ୍ରାସ: ଅଲ୍ ଟାଇମ ହାଇରୁ କେତେ କମିଲା ଜାଣନ୍ତୁ ?

gold-silver-rate-today:-ଅନ୍ତର୍ଜାତୀୟ-ଚାପ-ମଧ୍ୟରେ-ସୁନା-ଓ-ରୁପା-ଦରରେ-ବଡ଼-ହ୍ରାସ:-ଅଲ୍-ଟାଇମ-ହାଇରୁ-କେତେ-କମିଲା-ଜାଣନ୍ତୁ-?

ଶୁକ୍ରବାର(ଜୁନ୍ ୫) ସୁନା ଏବଂ ରୂପା ମୂଲ୍ୟରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ସର୍ବୋଚ୍ଚ ମୂଲ୍ୟ ତୁଳନାରେ ସୁନା ୨୧,୯୩୧ ଟଙ୍କା ଏବଂ ରୁପା ୧,୩୦,୯୮୩ ଟଙ୍କା ଶସ୍ତା ହୋଇଛି।

Published By: abinash – Prameya-News7 Bureau | June 05, 2026 06:18 PM

NEWS7

Gold and silver prices

ଭୁବନେଶ୍ୱର: ଶୁକ୍ରବାର(ଜୁନ୍ ୫) ସୁନା ଏବଂ ରୂପା ମୂଲ୍ୟରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଇଣ୍ଡିଆ ବୁଲିଅନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ, ଗୁରୁବାର ରୂପା ଦର ୬,୧୩୮ ଟଙ୍କା ହ୍ରାସ ପାଇ ଏକ କେଜି ମୂଲ୍ୟ ୨.୫୫ ଲକ୍ଷ ଟଙ୍କାରେ ପହଞ୍ଚିଛି। ଗୁରୁବାର ରୁପା କେଜି ମୂଲ୍ୟ ୨.୬୧ ଲକ୍ଷ ଟଙ୍କା ଥିଲା। ସେହିପରି ଆଜି ୧୦ ଗ୍ରାମ୍ ୨୪ କ୍ୟାରେଟ୍ ସୁନା ଦର ୧,୮୯୬ ଟଙ୍କା ହ୍ରାସ ପାଇଛି। ଫଳରେ ୨୪ କ୍ୟାରେଟ ସୁନା ଭରି ଆଜି ୧.୫୪ ଲକ୍ଷ ଟଙ୍କା ହୋଇଛି। ଗତକାଲି ଏହା ୧.୬୬ ଲକ୍ଷ ଟଙ୍କା ଥିଲା।

ଅଲ୍ ଟାଇମ୍ ହାଇଠାରୁ କେତେ ଶସ୍ତା ହେଲା?

ଜାନୁଆରୀ ୨୯ ତାରିଖରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦର ୧.୭୬ ଲକ୍ଷ ଟଙ୍କା ଥିଲା ଏବଂ ରୁପା କେଜି ଥିଲା ୩.୮୬ ଲକ୍ଷ ଟଙ୍କା। ଗତ ୧୨୭ ଦିନ ମଧ୍ୟରେ ସେହି ସର୍ବୋଚ୍ଚ ମୂଲ୍ୟ ତୁଳନାରେ ସୁନା ୨୧,୯୩୧ ଟଙ୍କା ଏବଂ ରୁପା ୧,୩୦,୯୮୩ ଟଙ୍କା ଶସ୍ତା ହୋଇଛି। ଗତ ବର୍ଷ ୩୧ ଡିସେମ୍ବର ୨୦୨୫ରେ ସୁନା ୧.୩୩ ଲକ୍ଷ ଏବଂ ରୁପା ୨.୩୦ ଲକ୍ଷ ଟଙ୍କା ଥିଲା।

ଇମ୍ପୋର୍ଟ ଡ୍ୟୁଟି ୬%ରୁ ୧୫%କୁ ବୃଦ୍ଧି

ବର୍ତ୍ତମାନ ଦେଶରେ ଆର୍ଥିକ ଚାପ ରହିଛି। ଏଥିପାଇ କେନ୍ଦ୍ର ସରକାର ଦେଶବାସୀଙ୍କୁ ସୁନା ନ କିଣିବାକୁ ଅନୁରୋଧ କରିଥିଲେ। କାରଣ ଯେହେତୁ ସୁନା ବିଦେଶରୁ ଆମଦାନୀ କରାଯାଉଛି, ତେଣୁ ଆମଦାନୀ ବିଲ୍ ବଢ଼ି ଯାଉଛି। ତେଣୁ ସୁନା ନ କିଣିବାକୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଲୋକେ ଯେମିତି କମ କିଣିବେ ଏଥିପାଇଁ କେନ୍ଦ୍ର ସରକାର ସୁନା-ରୂପା ଆମଦାନୀ ଶୁଳ୍କ (Import Duty) ୬%ରୁ ବଢ଼ାଇ ୧୫% କରିଥିଲେ।

Also Read- ଭାରତୀୟ ଅର୍ଥବ୍ୟବସ୍ଥାର ଚମତ୍କାର ପ୍ରଦର୍ଶନ, ଆର୍ଥିକ ବର୍ଷ ୨୦୨୫-୨୬ରେ ଜିଡିପି ଗ୍ରୋଥ୍ ୭.୭%

ବିଦେଶୀ ମୁଦ୍ରା ଭଣ୍ଡାର ଉପରେ ଚାପ ଏବଂ ବିଦେଶୀ କ୍ରୟ ହ୍ରାସ କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହି ବର୍ଦ୍ଧିତ ଶୁଳ୍କ ମଧ୍ୟରେ ୧୦% ବେସିକ କଷ୍ଟମ୍ ଡ୍ୟୁଟି ଏବଂ ୫% ଏଗ୍ରିକଲଚରାଲ ଇନଫ୍ରାଷ୍ଟ୍ରକ୍ଚର ଆଣ୍ଡ ଡେଭଲପମେଣ୍ଟ ସେସ୍ (AIDC) ଶୁଳ୍କ ସାମିଲ ରହିଛି। ଏହି ଶୁଳ୍କ ବୃଦ୍ଧି ପରେ ସୁନା ମୂଲ୍ୟରେ ୧୧ ହଜାରରୁ ଅଧିକ ବୃଦ୍ଧି ହୋଇଥିଲା। ସୂଚନା ଥାଉକି, ୨୦୨୪ ବଜେଟରେ ଏହି ଶୁଳ୍କ ୧୫%ରୁ ୬%କୁ ହ୍ରାସ କରାଯାଇଥିଲା।

Scroll to Top