Gifts On Diwali: ଦୀପାବଳି ଉପହାର ବନ୍ଦ! ବୃଦ୍ଧି କରୁଛି ସରକାରୀ ଖର୍ଚ୍ଚ

gifts-on-diwali:-ଦୀପାବଳି-ଉପହାର-ବନ୍ଦ!-ବୃଦ୍ଧି-କରୁଛି-ସରକାରୀ-ଖର୍ଚ୍ଚ

ଅର୍ଥନୈତିକ ପରାମର୍ଶଦାତା ଡକ୍ଟର ସୁମନ୍ତ୍ର ପାଲ ଦୀପାବଳି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀରେ ଉପହାର ଦେବା ପ୍ରଥାକୁ ନିଷିଦ୍ଧ କରିବାକୁ ପରାମର୍ଶ ଦେଇଛନ୍ତି।

ଦୀପାବଳି ଉପହାରରେ ରୋକ୍। ଲାଗିଲା ସରକାରୀ ଛାଟ। ଉପହାର ସରକାରୀ ଖର୍ଚ୍ଚ ବୃଦ୍ଧି କରୁଛି। ଏହା ତୁରନ୍ତ ବନ୍ଦ ହେବା ଦରକାର। ଚିଠିରେ ଅର୍ଥ ମନ୍ତ୍ରଣାଳୟ ଏହି ନିର୍ଦ୍ଦେଶ ଦେଇଛି।

ଅର୍ଥନୈତିକ ପରାମର୍ଶଦାତା ଡକ୍ଟର ସୁମନ୍ତ୍ର ପାଲଙ୍କ ଏହି ପରାମର୍ଶ କର୍ମଚାରୀଙ୍କ ମଧ୍ୟରେ ଉତ୍ତେଜନାର ବାତାବରଣ ସୃଷ୍ଟି କରିଛି। କେନ୍ଦ୍ରୀୟ ପବ୍ଲିକ୍ ସେକ୍ଟର ଏଣ୍ଟରପ୍ରାଇଜେସ୍‌ର କର୍ମଚାରୀମାନେ ଏହି ପରାମର୍ଶରେ ବିରକ୍ତି ପ୍ରକାଶ କରିଛନ୍ତି।

ରିପୋର୍ଟ ଅନୁସାରେ ସେପ୍ଟେମ୍ବରରେ ଅର୍ଥନୈତିକ ପରାମର୍ଶଦାତା କେନ୍ଦ୍ରୀୟ ସରକାରୀ କ୍ଷେତ୍ର ଉଦ୍ୟୋଗଗୁଡ଼ିକରେ ଦୀପାବଳି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀରେ ଉପହାର ଦେବା ପ୍ରଥାକୁ ନିଷିଦ୍ଧ କରିବାକୁ ସାର୍ବଜନୀନ ଉଦ୍ୟୋଗ ବିଭାଗ ବା DPE କୁ କହିଛନ୍ତି। ଉପହାର ସରକାରୀ ଖର୍ଚ୍ଚ ବୃଦ୍ଧି କରୁଛି। ଅର୍ଥ ବ୍ୟବସ୍ଥାରେ ଜନତାଙ୍କ ସମ୍ବଳକୁ ସଠିକ ମାର୍ଗରେ ବ୍ୟବହାର କରିବା ପାଇଁ ଏହି ପଦକ୍ଷେପ ଅତ୍ୟନ୍ତ ଜରୁରୀ ବୋଲି ସେ କହିଛନ୍ତି।

Also Read

ସେ ଲୋକ ଉଦ୍ୟୋଗ ବିଭାଗର ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଏକ ଚିଠି ଲେଖି କହିଛନ୍ତି, କେନ୍ଦ୍ରୀୟ ସାର୍ବଜନୀନ କ୍ଷେତ୍ରର ଉଦ୍ୟୋଗଗୁଡ଼ିକରେ ଦୀପାବଳି ଏବଂ ଅନ୍ୟାନ୍ୟ ପର୍ବପର୍ବାଣୀରେ ଉପହାର ଦେବାର ଅଭ୍ୟାସ ରହିଛି।

ଅର୍ଥ ବ୍ୟବସ୍ଥାରେ ପବ୍ଲିକ୍ ରିସୋର୍ସକୁ ଉଚିତ ମାର୍ଗରେ ବ୍ୟବହାର କରିବା ପାଇଁ ଏପରି ଅଭ୍ୟାସ ବନ୍ଦ କରାଯିବା ଆବଶ୍ୟକ ବୋଲି ଅର୍ଥନୈତିକ ପରାମର୍ଶଦାତା ମତ ଦେଇଛନ୍ତି।

ତେବେ ‘ଜାତୀୟ ବୟସ୍କ ପେନସନ ଯୋଜନା ଭାରତ ମିଶନ’ର ଅଧ୍ୟକ୍ଷ ଡକ୍ଟର ମନଜିତ ସିଂହ ପଟେଲ ଅର୍ଥ ମନ୍ତ୍ରଣାଳୟର ଏହି ନିର୍ଦ୍ଦେଶକୁ ଅନୁଚିତ କହିଛନ୍ତି। ସେ ଚୁକ୍ତି ବାଢି କହିଛନ୍ତି, “ଏହା ଏକ ଛୋଟ ଟୋକନ୍, କିନ୍ତୁ ଏହାର ମୂଲ୍ୟ ବହୁତ ବଡ। ଏହା ଦ୍ୱାରା କର୍ମଚାରୀ ସେମାନଙ୍କ କାମ ପାଇଁ ସମ୍ମାନ ଅନୁଭବ କରନ୍ତି। ଏହି ଛୋଟ ଉପହାର କର୍ମଚାରୀଙ୍କୁ ଦ୍ୱିଗୁଣିତ ଉତ୍ସାହ ସହିତ କାମ କରିବାକୁ ବାଧ୍ୟ କରେ। ସରକାର ଏପରି ନିର୍ଦ୍ଦେଶ ଜାରି କରି ଭୁଲ କରିଛନ୍ତି। ଏହି ପଦକ୍ଷେପ କର୍ମଚାରୀମାନଙ୍କୁ ନିରାଶ କରିବ ବୋଲି ସେ କହିଛନ୍ତି।

ଅଧିକ ଦେଖିବା ପାଇଁ କ୍ଲିକ୍ କରନ୍ତୁ:

Scroll to Top