Gautam Singhania speedboat accident: ମାଳଦ୍ୱୀପରେ ଓଲଟିଲା ରେମଣ୍ଡ ଗ୍ରପ୍ ଏମ୍‌ଡି ଗୌତମ ସିଂଘାନିଆଙ୍କ ସ୍ପିଡ୍‌ବୋଟ୍‌; ଚିକିତ୍ସା ପାଇଁ ମୁମ୍ବାଇକୁ ଏୟାରଲିଫ୍ଟ, ୨ ନିଖୋଜ

gautam-singhania-speedboat-accident:-ମାଳଦ୍ୱୀପରେ-ଓଲଟିଲା-ରେମଣ୍ଡ-ଗ୍ରପ୍-ଏମ୍‌ଡି-ଗୌତମ-ସିଂଘାନିଆଙ୍କ-ସ୍ପିଡ୍‌ବୋଟ୍‌;-ଚିକିତ୍ସା-ପାଇଁ-ମୁମ୍ବାଇକୁ-ଏୟାରଲିଫ୍ଟ,-୨-ନିଖୋଜ

Gautam Singhania speedboat accident: ରେମଣ୍ଡ ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ଗୌତମ ସିଂଘାନିଆ ଏକ ସ୍ପିଡ୍‌ବୋଟ୍ ଦୁର୍ଘଟଣାରେ ଆହତ ହୋଇଛନ୍ତି। ମାଳଦ୍ୱୀପରେ ତାଙ୍କ ସ୍ପିଡବୋଟ୍ ଓଲଟି ପଡ଼ିବାରୁ ସେ ଆହତ ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ବିମାନ ଯୋଗେ ମୁମ୍ବାଇ ଆଣି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ଏହି ଘଟଣାରେ ଅନ୍ୟ ଦୁଇ ଜଣ ଏବେ ବି ନିଖୋଜ ଅଛନ୍ତି। ଘଟଣାଟି ଗୁରୁବାର ରାତି ପ୍ରାୟ ୧୧ଟାରେ ମାଳଦ୍ୱୀପର ଫେଲିଧୂ ଆଟୋଲ ନିକଟରେ ଘଟିଥିଲା।

ଗୌତମ ସିଂଘାନିଆଙ୍କ ସହ ସ୍ପିଡବୋଟ୍‌ରେ ଭାରତର କିମ୍ବଦନ୍ତୀ ରାଲି ଡ୍ରାଇଭର ହରି ସିଂହଙ୍କ ସହ ତାଙ୍କର ଜଣେ ବନ୍ଧୁ ବସିଥିଲେ। ଏହି ଦୁଇ ଜଣଙ୍କର ପତ୍ତା ମିଳିପାରୁ ନାହିଁ। ଦୀର୍ଘ ସମୟ ବିତି ଯାଇଥିବାରୁ ଦୁଇ ତାଙ୍କର ମୃତ୍ୟୁ ହୋଇପାରିଥାଏ ବୋଲି ସ୍ଥାନୀୟ କର୍ତ୍ତୃପକ୍ଷ ଆଶଙ୍କା କରୁଛନ୍ତି।

ଘଟଣା ବିଷୟରେ ସୂଚନା ଦେଇ ଗୌତମ ସିଂଘାନିଆଙ୍କ ଜଣେ ମୁଖପାତ୍ର କହିଛନ୍ତି, “ଗୌତମ ସିଂଘାନିଆଙ୍କୁ ସାମାନ୍ୟ ଆଘାତ ଲାଗିଛି। ସେ ମୁମ୍ବାଇର ଡାକ୍ତରଙ୍କ ତତ୍ତ୍ୱାବଧାନରେ ଅଛନ୍ତି। ଏହି ଦୁର୍ଘଟଣାରେ ଆହତ ହୋଇଥିବା ତାଙ୍କ ସମସ୍ତ ବନ୍ଧୁଙ୍କ ସୁସ୍ଥତା ପାଇଁ ଆମେ ପ୍ରାର୍ଥନା କରୁଛୁ।”

ପଢ଼ନ୍ତୁ- ​​​​​​​ଥରକରେ ପଦ ଛାଡିବେନି ନୀତିଶ କୁମାର, ଦୁଇ କିସ୍ତିରେ ଦେବେ ଇସ୍ତଫା, ଜାଣନ୍ତୁ ପ୍ରଥମ କେବେ?

ରାଲି ଡ୍ରଇଭର ହରି ସିଂ ଓ ଅନ୍ୟ ଜଣେ ନିଖୋଜ

ମାଳଦୀପ ତଟରକ୍ଷୀ ବାହିନୀର ସୂଚନା ଅନୁଯାୟୀ, ଦୁର୍ଘଟଣାଟି ପ୍ରାୟ ୨ ନଟିକାଲ ମାଇଲ ସମୁଦ୍ରକୂଳରେ ଘଟିଥିଲା। ଡଙ୍ଗାଟି ହଠାତ୍ ନିୟନ୍ତ୍ରଣ ହରାଇ ରାତି ପ୍ରାୟ ୧୧ ଟା ସମୟରେ ଓଲଟି ପଡ଼ିଥିଲା। ସ୍ପିଡ୍ ବୋଟରେ କ୍ୟାପ୍ଟେନ୍ ଏବଂ ଗୌତମ ସିଂଘାନିଆଙ୍କ ସମେତ ସାତ ଜଣ ଥିଲେ। ଏଥିରେ ପାଞ୍ଚ ଜଣ ଭାରତୀୟ, ଜଣେ ବ୍ରିଟିଶ ନାଗରିକ ଏବଂ ଜଣେ ରୁଷିଆ ନାଗରିକ ଥିଲେ। ଉଦ୍ଧାରକାରୀ ଦଳ ସିଂଘାନିଆଙ୍କୁ ବଞ୍ଚାଇ ଦେଇଛନ୍ତି। କିନ୍ତୁ ରାଲି ଚାମ୍ପିଅନ ହରି ସିଂହ ଏବଂ ଅନ୍ୟ ଜଣେ ବ୍ୟକ୍ତି ଏବି ବି ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଦଳ କେଓଧୂ ନିକଟରେ ନିଖୋଜ ଭାରତୀୟଙ୍କୁ ଖୋଜିବା ପାଇଁ ବୁଡ଼ାଳି ଏବଂ ସ୍ପିଜ୍ ଜାହାଜର ବ୍ୟବହାର କରୁଛନ୍ତି। ମାଳଦ୍ୱୀପ ଜାତୀୟ ପ୍ରତିରକ୍ଷା ବାହିନୀ (MNDF)ର ତଟରକ୍ଷୀ ବାହିନୀ କହିଛି ଯେ ସମୁଦ୍ର ସ୍ରୋତରେ ସେମାନଙ୍କୁ ଖୋଜିବା କଷ୍ଟକର ହେଉଥିଲ। ଆଉ ଜଣେ ଯାତ୍ରୀଙ୍କ ହାତ କଟି ଯାଇଥିବାରୁ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ସୂଚନା ଥାଉକି, ଦୁଇ ବନ୍ଧୁ ଗୌତମ ସିଂଘାନିଆ ଏବଂ ହରି ସିଂଙ୍କ ଛୁଟି କଟାଇବା ପାଇଁ ମାଳଦ୍ୱୀପ ଯାଇଥିଲେ। ଦୁହିଁଙ୍କର ଦୁଃସାହସିକ କ୍ରୀଡ଼ା ପ୍ରତି ଆଗ୍ରହ ରହିଛି। ସିଂଘାନିଆ ନିଜେ ଜଣେ ବୃତ୍ତିଗତ ରେସର, ଏବଂ ହରି ସିଂ ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟ ରାଲି ଟାଇଟଲ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି। ସେମାନେ ଛୁଟି କାଟିବା ଓ ପାୱାର ବୋଟିଂ କରିବା ପାଇଁ ମାଳଦ୍ୱୀପ ଯାଇଥିଲେ ବୋଲି ସୂଚନା ମିଳିଛି।

Scroll to Top