G

g

ଏଣିକି ସମ୍ପତ୍ତି ତାଲିକା ଦେଇ ନ ଥିଲେ ପଦୋନ୍ନତି ବନ୍ଦ। ୨୦୨୪ ବର୍ଷ ପାଇଁ ସମ୍ପତ୍ତି ତାଲିକା ଦେଇ ନ ଥିଲେ ପଦୋନ୍ନତି ବନ୍ଦ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା।

author-image

Employee Assets

Employee Assets Photograph: (OTV)

ସରକାରୀ କର୍ମଚାରୀଙ୍କ ପାଇଁ କଡ଼ାକଡ଼ି ହେଲା ବାର୍ଷିକ ସଂପତ୍ତି ତାଲିକା ଘୋଷଣା ନିୟମ। ଏଣିକି ସମ୍ପତ୍ତି ତାଲିକା ଦେଇ ନ ଥିଲେ ଅକଟିବ ପ୍ରମୋସନ। ବର୍ଷ ୨୦୨୪ ପାଇଁ ସମ୍ପତ୍ତି ତାଲିକା ଦେଇ ନ ଥିବା ଅଧିକାରୀ ଓ କର୍ମଚାରୀଙ୍କ ପଦୋନ୍ନତି ବନ୍ଦ ହେବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ପଦୋନ୍ନତି ପାଇଁ ସମ୍ପତ୍ତି ତାଲିକା ଏକ ବାଧ୍ୟତାମୂଳକ ନିୟମ ଭାବେ କାର୍ଯ୍ୟକାରୀ ହେବ।

ସବୁ ବିଭାଗ ଏହି ନିୟମକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ HRMS ସାଇଟରେ ଏଥିପାଇଁ ଆଉ ଦାଖଲ ଅବଧି ବୃଦ୍ଧି କରାଯିବ ନାହିଁ ବୋଲି ସୂଚାଇ ଦିଆଯାଇଛି। ଏଥିପାଇଁ ସମୟ ଦିଆଯାଇ ସାରିଛି, ଏବେ HRMS ପୋର୍ଟାଲ ଆଉ ଖୋଲିବ ନାହିଁ। ସେହିଭଳି ୨୦୨୫ର ସମ୍ପତ୍ତି ତାଲିକା ୨୦୨୬ ଜାନୁଆରୀ ୧ରୁ ୩୧ ଭିତରେ ଦାଖଲ ନିର୍ଦ୍ଦେଶ ଦିଆଯାଇଛି।
•    ସଂପତ୍ତି ତାଲିକା ନଦେଲେ ପ୍ରମୋସନ୍ ବନ୍ଦ
•    ସରକାରୀ କର୍ମଚାରୀଙ୍କ ପାଇଁ କଡ଼ାକଡ଼ି ବାର୍ଷିକ ସଂପତ୍ତି ତାଲିକା ନିୟମ
•    ଏଣିକି ସମ୍ପତ୍ତି ତାଲିକା ଦେଇ ନ ଥିଲେ ପଦୋନ୍ନତି ବନ୍ଦ
•    ୨୦୨୪ ବର୍ଷ ପାଇଁ ସମ୍ପତ୍ତି ତାଲିକା ଦେଇ ନ ଥିଲେ ପଦୋନ୍ନତି ବନ୍ଦ
•    ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା
•    ୨୦୨୫ର ତାଲିକା ୨୦୨୬ ଜାନୁଆରୀ ୧ରୁ ୩୧ ଭିତରେ ଦାଖଲ ନିର୍ଦ୍ଦେଶ

Scroll to Top