ନୂତନ ଭାବେ ସରକାରୀ ଚାକିରୀ ପାଇଥିବା ହଜାର ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତ ପତ୍ର ବାଣ୍ଟିବା ସମୟରେ ଏପରି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଆଇନ ବିଷୟରେ ସେ କହିଛନ୍ତି ଯେ, ଯେପରି ତୁମେ ମାସିକ ଦରମା ପାଉଛ, ସେହିପରି ଆମେ ନିଶ୍ଚିତ କରିବୁ ଯେ ତୁମ ପିତାମାତାଙ୍କୁ ମଧ୍ୟ ଏଥିରୁ ମାସିକ ଆୟ ମିଳିବ।
/odishatv-khabar/media/media_files/2025/10/25/cut-salary-for-ignoring-parents-2025-10-25-15-04-15.jpg)
Cut-salary-for-Ignoring-Parents Photograph: (OTV)
ଏଣିକି ବାପା-ମାଆଙ୍କୁ ଅବହେଳାକୁ ବରଦାସ୍ତ କରାଯିବ ନାହିଁ। ଅଭିଭାବକଙ୍କ ଯତ୍ନ ନନେଲେ କିମ୍ବା ଘରେ ହଇରାଣ ହରକତ କଲେ କର୍ମଚାରୀଙ୍କୁ ମିଳିବ ପନିସମେଣ୍ଟ୍। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ଏହି ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ଏକ ଆଇନ ପ୍ରଣୟନ କରାଯିବ ଯାହା ଅନୁଯାୟୀ ଯଦି ଜଣେ ସରକାରୀ କର୍ମଚାରୀ ତାଙ୍କ ପିତାମାତାଙ୍କୁ ଅବହେଳା କରନ୍ତି, ତେବେ ତାଙ୍କ ଦରମାର 10 ରୁ 15 ପ୍ରତିଶତ କାଟି ଅବହେଳିତ ପିତାମାତାଙ୍କୁ ଦିଆଯିବ। ଏହି ପଇସାକୁ ସିଧା ଅଭିଭାବକଙ୍କ ଆକାଉଣ୍ଟରେ ଜମା କରାଯିବ ।
ନୂତନ ଭାବେ ସରକାରୀ ଚାକିରୀ ପାଇଥିବା ହଜାର ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତ ପତ୍ର ବାଣ୍ଟିବା ସମୟରେ ଏପରି ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଆଇନ ବିଷୟରେ ସେ କହିଛନ୍ତି ଯେ, ଯେପରି ତୁମେ ମାସିକ ଦରମା ପାଉଛ, ସେହିପରି ଆମେ ନିଶ୍ଚିତ କରିବୁ ଯେ ତୁମ ପିତାମାତାଙ୍କୁ ମଧ୍ୟ ଏଥିରୁ ମାସିକ ଆୟ ମିଳିବ। ମୁଖ୍ୟମନ୍ତ୍ରୀ ମୁଖ୍ୟ ସଚିବଙ୍କୁ ଏହି ଆଇନ ପ୍ରସ୍ତୁତ କରିବା ପାଇଁ ଅଧିକାରୀଙ୍କ ଏକ କମିଟି ଗଠନ କରିବାକୁ କହିଛନ୍ତି।
ଯଦି ଏହି ଆଇନ ପ୍ରଣୟନ ହୁଏ, ତେବେ ଶହ ଶହ ପିତାମାତାଙ୍କୁ ନ୍ୟାୟ ମିଳି ପାରିବ। ଯେଉଁମାନଙ୍କୁ ଘରୁ ବାହାର କରିଦିଆଯାଇଛି କିମ୍ବା ଯେଉଁମାନେ ନିଜ ପିଲାମାନଙ୍କ ଦ୍ୱାରା ନିର୍ଯାତିତ ହୋଇଛନ୍ତି। ପୂର୍ବରୁ ଏପରି ଅନେକ ଘଟଣା ଦେଖାଯାଇଛି, ଯେଉଁଠାରେ ପିତାମାତାଙ୍କୁ ସେମାନଙ୍କ ନିଜ ପିଲାମାନେ ଘରୁ ବାହାର କରିଦେଇଛନ୍ତି କିମ୍ବା ଖାଦ୍ୟ ଏବଂ ଅତ୍ୟାବଶ୍ୟକୀୟ ଜିନିଷ ପାଇବାରୁ ବଞ୍ଚିତ କରିଛନ୍ତି। ଅନେକ କ୍ଷେତ୍ରରେ, ପିଲାମାନେ ସେମାନଙ୍କର ବୃଦ୍ଧ ପିତାମାତାଙ୍କୁ ମାଡ଼ ମଧ୍ୟ ମାରିଛନ୍ତି। ଯଦି ଏହି ଆଇନ ପ୍ରଣୟନ ହୁଏ, ତେବେ ଏହା ଏପରି ଘଟଣାଗୁଡ଼ିକୁ କିଛି ପରିମାଣରେ ରୋକିପାରିବ ଏବଂ ପିତାମାତାଙ୍କ ଜୀବନ ସୁଖମୟ ହେବ। ତେବେ ଏପରି ଆଇନ ଓଡ଼ିଶାରେ ମଧ୍ୟ ଲାଗୁ କରିବା ଉଚିତ କି ନାହିଁ କମେଣ୍ଟରେ ନିଶ୍ଚିତ ଜଣାନ୍ତୁ।




