ଧରାପଡ଼ିଲେ ଦୁର୍ଦ୍ଦାନ୍ତ ଅଲ୍ କାଏଦା,ISIS ଆତଙ୍କବାଦୀ। ଗୁଜରାଟ ATS ଧରିଛି ତିନି ଜଣ ଆତଙ୍କବାଦୀଙ୍କୁ। ଦେଶରେ ବଡ଼ ଆତଙ୍କବାଦୀ ଯୋଜନାକୁ ଫଣ୍ଡ କରିଛି ଗୁଜରାଟ ATS। ଏମାନଙ୍କ ପାଖରୁ ବିପୁଳ ପରିମାଣର ବିସ୍ଫୋରକ, ପିସ୍ତଲ ଓ ଗୁଳି ଜବତ କରାଯାଇଛି।
/odishatv-khabar/media/media_files/2025/11/09/terrorist-2025-11-09-19-24-59.jpg)
terrorist Photograph: (OTV)
ଧରାପଡ଼ିଲେ ଦୁର୍ଦ୍ଦାନ୍ତ ଅଲ୍ କାଏଦା,ISIS ଆତଙ୍କବାଦୀ। ଗୁଜରାଟ ATS ଧରିଛି ତିନି ଜଣ ଆତଙ୍କବାଦୀଙ୍କୁ। ଦେଶରେ ବଡ଼ ଆତଙ୍କବାଦୀ ଯୋଜନାକୁ ଫଣ୍ଡ କରିଛି ଗୁଜରାଟ ATS। ମହମ୍ମଦ ମୋଇଉଦ୍ଦିନ, ଆଜାଦ୍ ସୁଲେମାନ, ମହମ୍ମଦ ସୁହେଲ ସୁଲେମାନ୍ ଖାନଙ୍କୁ ଗୁଜରାଟ ଗାନ୍ଧିନଗର ନିକଟ ଅଦଲାଜ୍ ଟୋଲ୍ ଗେଟ୍ ନିକଟରୁ ଧରିଛି।
ଏମାନଙ୍କ ପାଖରୁ ବିପୁଳ ପରିମାଣର ବିସ୍ଫୋରକ, ପିସ୍ତଲ ଓ ଗୁଳି ଜବତ କରାଯାଇଛି। ମିଳିଥିବା ସୂଚନା ମୁତାବକ, ଗାଜାରୁ ଆତଙ୍କବାଦୀ ଟ୍ରେନିଂ ନେବା ପରେ ଏମାନେ ଭାରତ ଆସିଥିଲେ। ଗୁଜରାଟ ଓ ଦେଶର ବିଭିନ୍ନ ଅଞ୍ଚଳରେ ସ୍ଲିପର ସେଲ୍ ଜରିଆରେ କିଛି ବଡ଼ ଆତଙ୍କୀ ଗତିବିଧି ପାଇଁ ଯୋଜନା କରିଥିଲେ। ହେଲେ ତାପୂର୍ବରୁ ଧରାପଡ଼ିଛନ୍ତି। ଏମାନଙ୍କ ଆକ୍କା ଓ ପୁରା ନେଟୱର୍କ ସମ୍ପର୍କରେ ଏବେ ଖୋଳତାଡ଼ ଚାଲିଛି।
ଧରାପଡ଼ିଲେ ଦୁର୍ଦ୍ଦାନ୍ତ ଅଲ୍ କାଏଦା ଆତଙ୍କବାଦୀ
୩ ଆତଙ୍କୀଙ୍କୁ ଧରିଲା ଗୁଜରାଟ ATS
ଗାଜାରୁ ଟ୍ରେନିଂ ନେଇ ଆସିଥିଲେ ଗୁଜରାଟ
ସ୍ଲିପର ସେଲ୍ ଜରିଆରେ କରିଥାନ୍ତେ ବଡ଼ ଅଘଟଣ




