G

g

ରାସ୍ତାରେ ଅଳିଆ ପକାଇଲେ ମିଳିବ ଉପହାର। ଘର କବାଟ ବାହାରେ ଥୁଆ ହେବ ଗିଫ୍ଟ୍। ଆରମ୍ଭ ହେଲା ଏହି ସ୍ବତନ୍ତ୍ର ଅଭିଯାନ। ସଚେତନତା ସୃଷ୍ଟି କରିବା ପାଇଁ ଏଭଳି ଅଭିଯାନ ଆରମ୍ଭ ହୋଇଛି।

author-image

Garbage-Gift

Garbage-Gift Photograph: (OTV)

ଅନେକ ସମୟରେ ଆମେ ଦେଖିଛେ ରାସ୍ତାରେ ଅଳିଆ ପକାଇବା କିଛି ଲୋକଙ୍କ ନିତି ଦିନିଆ ଅଭ୍ୟାସ ହୋଇଥାଏ। ସେମାନଙ୍କୁ ଯେତେ କହିଲେ ମଧ୍ୟ ସେ ଏ ଅଭ୍ୟାସରୁ ବିରତ ହୁଅନ୍ତି ନାହିଁ। ହେଲେ ଏବେ ଏପରି ରାସ୍ତାରେ ଅଳିଆ ପକାଉଥିବା ଲୋକଙ୍କୁ ମିଳିବ ଉପହାର। ହେଲେ କୌଣସି ଆକର୍ଷଣୀୟ ଗିଫ୍ଟ ନୁହଁ। ବରଂ ସେମାନଙ୍କ ଘରକୁ ଅଳିଆର ଏକ ପାହାଡ଼ ଉପହାର ଆକାରରେ ଆସିବ। ଅମାନିଆ ଲୋକଙ୍କୁ ଶିକ୍ଷା ଦେବା ପାଇଁ, ଗ୍ରେଟର ବେଙ୍ଗାଲୁରୁ ପ୍ରାଧିକରଣ ବା GBA ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏହି ପଦକ୍ଷେପ ଅଧୀନରେ, GBA ରାସ୍ତାରେ ଅଳିଆ ଫିଙ୍ଗୁଥିବା ଲୋକଙ୍କ ଘରକୁ ଅଳିଆ ପଠାଇବ । 
ବେଙ୍ଗାଲୁରୁ ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ ଲିମିଟେଡ୍ ବା BSWMLର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାରିଗୌଡା ଏକ ସାକ୍ଷାତକାରରେ କହିଛନ୍ତି “ବେଙ୍ଗାଲୁରୁରେ, GBAର ପ୍ରାୟ ୫,୦୦୦ ଯାନ ଅଛି ଯେଉଁମାନେ ଘରକୁ ଶୁଖିଲା ଏବଂ ଓଦା ଅଳିଆ ସଂଗ୍ରହ କରିବାକୁ ଯାଆନ୍ତି। ଏହା ସତ୍ତ୍ୱେ, ଅନେକ ଲୋକ ରାସ୍ତାରେ ଅଳିଆ ଫିଙ୍ଗି ଦିଅନ୍ତି।” କାରିଗୌଡାଙ୍କ ଅନୁଯାୟୀ ଏପରି ଲୋକଙ୍କୁ CCTV କ୍ୟାମେରା ଦ୍ୱାରା ନିରୀକ୍ଷଣ କରାଯିବ। ଆଉ ତାଙ୍କ ଘରକୁ ଅଳିଆ ଉପହାର ସ୍ୱରୁପରେ ପଠାଯିବ। ଏହାସହ ୨,୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯିବ। ଏହି ପଦକ୍ଷେପ ରାସ୍ତାରେ ଅଳିଆ ନ ଫିଙ୍ଗିବା ପାଇଁ ସଚେତନତା ସୃଷ୍ଟି କରିବ ବୋଲି ସେ କହିଛନ୍ତି। 
ଏହି ପଦକ୍ଷେପକୁ ସୋସିଆଲ ମିଡିଆରେ ପ୍ରଶଂସା କରାଯାଇଛି। କାଡିଗୌଡା କହିଛନ୍ତି, “ଏହା କୌଣସି ଅଜବ କାର୍ଯ୍ୟକଳାପ ନୁହେଁ। ଆମର କର୍ମୀମାନେ ଘର ଘର ବୁଲି ଲୋକଙ୍କୁ ଅଳିଆ ପୃଥକୀକରଣ ବିଷୟରେ ଶିକ୍ଷା ଦେଉଛନ୍ତି। ଆମେ ସୋସିଆଲ ମିଡିଆରେ ଲୋକଙ୍କୁ ସଚେତନ କରୁଛୁ ଏବଂ ରାସ୍ତାରେ ଅଳିଆ ନ ଫିଙ୍ଗିବା ପାଇଁ ଲୋକଙ୍କୁ ଅନୁରୋଧ କରୁଛୁ।” ତଥାପି ଅନେକ ଲୋକ ଗାଡ଼ିରେ ଅଳିଆ ନଦେଇ ରାସ୍ତାରେ ଫିଙ୍ଗୁଛନ୍ତି। କିନ୍ତୁ ଏପରି ଅଳିଆ ଉପହାର ଦେଲେ ବୋଧହୁଏ ସେମାନେ ସାବାଡ଼ ହେବେ ।

ଅଧିକ ଦେଖନ୍ତୁ:

Scroll to Top