ହେମରାଜ ଏହି ହତ୍ୟାକାଣ୍ଡ କରି ଫେରାର ହୋଇଯାଇଥିବା ଡାକ୍ତର ଦମ୍ପତି ପ୍ରଥମେ ଅଭିଯୋଗ ଆଣିଥିଲେ। ନୋଏଡା ପୁଲିସ ହେମରାଜଙ୍କୁ ଧରିବାକୁ ନେପାଳ ଗଲା। ଆରୁଷିଙ୍କ ମୃତ୍ୟୁର ପରଦିନ ଏହି ଡାକ୍ତର ଦମ୍ପତିଙ୍କ ଘରର ଛାତ ଉପରେ ଥିବା ଏକ ବଖରାରୁ ହେମରାଜଙ୍କ ମୃତଦେହ ମିଳିଥିଲା।
![]()
/odishatv-khabar/media/media_files/2025/10/12/murder-2025-10-12-18-18-08.jpg)
Murder Photograph: (OTV)
ହାଇ ପ୍ରୋଫାଇଲ୍ ଆରୁଷି ତଲୱାର ହତ୍ୟାକାଣ୍ଡ ୧୭ ବର୍ଷ ତଳେ ସାରା ଦେଶକୁ ଥରାଇ ଦେଇଥିଲା। ଗୋଟିଏ ଘର ଭିତରୁ ଦୁଇ ଦୁଇଟି ଶବ ମିଳିଥିଲା। ଗୋଟିଏ ଆରୁଷିଙ୍କର ଓ ଅନ୍ୟଟି ଘରର ଚାକର ହେମରାଜଙ୍କର। ଦୁଇ ଦିନରେ ଘର ଭିତରୁ ଦୁଇଟି ଶବ ମିଳିଥିଲା। ସର୍ଜିକାଲ୍ ବ୍ଲେଡ୍ ବ୍ୟବହାର କରି ହତ୍ୟାକାଣ୍ଡ ହୋଇଥିଲା। ଯାହାକି ଆରୁଷି ଡାକ୍ତର ବାପା ମାଙ୍କୁ ଫସାଇଥିଲା। ତେବେ ସେଦିନର ଘଟଣା କଣ ଥିଲା ଆସନ୍ତୁ ଜାଣିବା।
କିଏ ଓ କାହିଁକି ମାରିଲା?
ଦିଲ୍ଲୀ ପବ୍ଲିକ୍ ସ୍କୁଲର ଛାତ୍ରୀ ଆରୁଷି। ସେଦିନ ଥାଏ ୨୦୦୮ ମେ ୧୬ ତାରିଖ ସକାଳ ସମୟ। ତାଙ୍କ ନୋଏଡାସ୍ଥିତ ଘରେ ତାଙ୍କ ମୃତଦେହ ମିଳିଥିଲା। ଏଭଳି ଘଟଣାର ଠିକ୍ ଗୋଟିଏ ଦିନ ପରେ ୪୫ ବର୍ଷୀୟ ଚାକର ହେମରାଜ ବଞ୍ଜାଡେଙ୍କ ମୃତଦେହ ମଧ୍ୟ ମିଳିଥିଲା। ଛାତ ଉପରେ ଥିବା ଏକ ବଖରା ଘରୁ ହେମରାଜଙ୍କ ଶବ ମିଳିଥିଲା। ଏହି ହେମରାଜ ଆରୁଷିଙ୍କ ଘରକୁ ରୋଷେୟା ଭାବେ ଆସିଥିଲା। ଆରୁଷିଙ୍କ ବାପା ଡାକ୍ତର ରାଜେଶ ତଲୱାର ଏବଂ ଡାକ୍ତର ନୁପୁର ତଲୱାର ତାଙ୍କୁ ଘରେ ରଖିଥିଲେ।
ଜଳବାୟୁ ବିହାରର ଫ୍ଲାଟ ନମ୍ବର ଏଲ ୩୨। ଏହି କୋଠାରେ ରହୁଥିଲେ ଆରୁଷି। ଏହି କୋଠାର ଏକ ବଖରାରେ ହିଁ ତାଙ୍କ ମୃତଦେହ ଚାଦରରେ ଗୁଡ଼ା ହୋଇଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲା। ଶବ ସମ୍ପର୍କରେ ଆରୁଷିଙ୍କ ବାପା ମା’ ପୁଲିସକୁ ସୂଚନା ଦେଇନଥିଲେ। କିଛି ସମୟ ପରେ ଡାକ୍ତର ରାଜେଶ ତଲୱାର ବନ୍ଧୁ ଓ ପଡ଼ୋଶୀଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ।
ଚାକରାଣୀକୁ ଦେଖି କାନ୍ଦିଥିଲେ ଦମ୍ପତି
ସକାଳ ସମୟ। ଚାକରାଣୀ ଭାରତୀ ଘରର ବେଲ୍ ବଜାଇଲା। ନୁପୁର ତଲୱାର ଭିତରରୁ ଦ୍ୱାର ଖୋଲୁଥିବା ବେଳେ ଏହି ସମୟରେ ରାଜେଶ ପହଞ୍ଚିଥିଲେ। ଘରର ଚାବି ତଳ ମହଲାକୁ ଫୋପାଡ଼ି ଦେଇଥିଲେ। ଚାକରାଣୀ ଭାରତୀ ବାହାରୁ କବାଟ ଖୋଲି ଘର ଭିତରକୁ ଆସିଥିଲେ। ଭାରତୀ ଭିତରକୁ ଆସିବା ପରେ ରାଜେଶ ଏବଂ ନୁପୁର କାନ୍ଦିବାକୁ ଲାଗିଥିଲେ।
ଯାହାକୁ ହତ୍ୟାକାରୀ ଦର୍ଶାଇଲେ ତାର ଶବ ମିଳିଥିଲା
ଆରୁଷିଙ୍କ ହତ୍ୟା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା ଆରମ୍ଭ କରିଥିଲା। ରାଜେଶ ଏବଂ ନୁପୁର ଉଭୟ ନୋଏଡାର ଆଗଧାଡ଼ିର ଦନ୍ତ ଚିକିତ୍ସକ ଥିଲେ। ତାଙ୍କ ଝିଅର ହତ୍ୟାକାଣ୍ଡ ସାମନାକୁ ଆସିବା ପରେ ଚହଳ ସୃଷ୍ଟି ହୋଇଥିଲା। ତଦନ୍ତ ସମୟରେ ହେମରାଜଙ୍କୁ ହତ୍ୟାକାରୀ ବୋଲି ଦର୍ଶାଯାଇଥିଲା। ହେମରାଜ ଏହି ହତ୍ୟାକାଣ୍ଡ କରି ଫେରାର ହୋଇଯାଇଥିବା ଡାକ୍ତର ଦମ୍ପତି ପ୍ରଥମେ ଅଭିଯୋଗ ଆଣିଥିଲେ। ନୋଏଡା ପୁଲିସ ହେମରାଜଙ୍କୁ ଧରିବାକୁ ନେପାଳ ଗଲା। ଆରୁଷିଙ୍କ ମୃତ୍ୟୁର ପରଦିନ ଏହି ଡାକ୍ତର ଦମ୍ପତିଙ୍କ ଘରର ଛାତ ଉପରେ ଥିବା ଏକ ବଖରାରୁ ହେମରାଜଙ୍କ ମୃତଦେହ ମିଳିଥିଲା। ଯାହାକି ପୂରା ଘଟଣାକୁ ଆହୁରି ଅନ୍ଧାର ଭିତରକୁ ଠେଲିଦେଇଥିଲା।
ଧରା ପକାଇଦେଲା ସର୍ଜିକାଲ୍ ବ୍ଲେଡ
ପୁଲିସ ଯେଉଁ ହେମରାଜଙ୍କୁ ହତ୍ୟାକାରୀ ବୋଲି ଦର୍ଶାଇ ଖୋଜୁଥିଲା, ତାଙ୍କର ଶବ ମିଳିବା ପରେ ଆଲୋଡ଼ନ ଖେଳିଗଲା। ୨୦୦୮ ମେ ୧୮ରେ ପୁଲିସ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆଣିଥିଲା। ହତ୍ୟାକାଣ୍ଡ ସର୍ଜିକାଲ୍ ବ୍ଲେଡ୍ ଦ୍ୱାରା କରାଯାଇଥିବା ପୁଲିସ ସ୍ପଷ୍ଟ କରିଥିଲା। ଆରୁଷିଙ୍କ ବାପା ମାଆ ସନ୍ଦେହ ପରିସରକୁ ଆସିଥିଲେ। ୨୦୦୮ ମେ ୨୩ରେ ନୋଏଡା ପୁଲିସ ଆରୁଷିଙ୍କ ବାପା ରାଜେଶ ତଲୱାରଙ୍କୁ ଡବଲ୍ ମର୍ଡର ମାମଲାରେ ଗିରଫ କରିଥିଲା।
ଡାକ୍ତର ଦମ୍ପତିଙ୍କୁ ଆଜୀବନ କାରାଦାଣ୍ଡ
୨୦୦୮ ଜୁନ ୧ ରେ ସିବିଆଇକୁ ଏହି ମାମଲାର ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରାଗଲା। କଲୋନୀ ସୁରକ୍ଷାକର୍ମୀଙ୍କୁ ସିବିଆଇ ପଚରାଉଚରା କରିଥିଲା। ମେ ୧୫/୧୬ ରାତିରେ ଆପାର୍ଟମେଣ୍ଟରେ କେହି ବାହାର ଲୋକ ପ୍ରବେଶ କିମ୍ବା ବାହାରକୁ କିଏ ଯିବାର କେହି ଦେଖିନଥିବା ଜଣାପଡ଼ିଥିଲା। ୨୦୧୩ ନଭେମ୍ବର ୨୬ରେ ସିବିଆଇ କୋର୍ଟ ଆରୁଷି ହତ୍ୟା ମାମଲାରେ ନୁପୁର ଏବଂ ରାଜେଶ ତଲୱାରଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।
ଆରୁଷି ହତ୍ୟାକାଣ୍ଡର




