Future of Dream11:ଜିତିଥିବା ଥାର୍ ଟଙ୍କା ଫେରାଇବେ! ଡ୍ରିମ୍-୧୧ ଦେଲା ଶେଷ ମେସେଜ୍

future-of-dream11:ଜିତିଥିବା-ଥାର୍-ଟଙ୍କା-ଫେରାଇବେ!-ଡ୍ରିମ୍-୧୧-ଦେଲା-ଶେଷ-ମେସେଜ୍

ଆଉ ତିଆରି ହେବନି ଡ୍ରିମ୍ ଟିମ୍। ମିଳିବନି ଥାର୍ ଆଉ ପୁଳା ପୁଳା ଟଙ୍କା। ଡ୍ରିମ୍-୧୧ ଦେଲା ଶେଷ ମେସେଜ୍। ଭବିଷ୍ୟତରେ ଆଉ ଖେଳ ପାରିବେନି ୟୁଜର୍ ?

ଆଉ ତିଆରି ହେବନି ଡ୍ରିମ୍ ଟିମ୍ । ମିଳିବନି ଥାର୍ ଆଉ ପୁଳା ପୁଳା ଟଙ୍କା । ଡ୍ରିମ୍-୧୧ ଦେଲା ଶେଷ ମେସେଜ୍ । ଭବିଷ୍ୟତରେ ଆଉ ଖେଳ ପାରିବେନି ୟୁଜର୍ ? ସରକାରୀ ମାଡ଼ରେ ଚେପା ଅନଲାଇନ୍ ଗେମିଂ ଇଣ୍ଡଷ୍ଟ୍ରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ, ଅନଲାଇନ୍ ଗେମିଂ ବିଲ୍-୨୦୨୫ର ପ୍ରମୋସନ୍ ଏବଂ ରେଗୁଲେସନ୍ ଏବେ ଏକ ଆଇନରେ ପରିଣତ ହୋଇଛି। ଏହି ଆଇନ ସମସ୍ତ ପ୍ରକାରର ରିୟଲ ମନି ଗେମ୍ ଅର୍ଥାତ୍ ଟଙ୍କା ଉପରେ ଆଧାରିତ ଅନଲାଇନ୍ ଖେଳକୁ ନିଷିଦ୍ଧ କରିଛି। ପରିଣାମ ସ୍ୱରୂପ କୁହାଯାଉଥିବା ଭାରତର ସବୁଠାରୁ ବଡ଼ ଫ୍ୟାଣ୍ଟାସି ସ୍ପୋର୍ଟସ୍ ପ୍ଲାଟଫର୍ମ ଡ୍ରିମ୍-୧୧କୁ ଏହାର ସମସ୍ତ ଦେୟଯୁକ୍ତ ଖେଳ ବନ୍ଦ କରିବାକୁ ପଡିଛି।

ପୂର୍ବେ କୋଟି କୋଟି ଟଙ୍କାର ସ୍ୱପ୍ନ ଦେଖାଇଥିବା ଡ୍ରିମ୍-୧୧ ଏବେ ଖେଳାଳିମାନଙ୍କୁ ଅଲବିଦା କହିଛି। କମ୍ପାନୀ ସୋସିଆଲମିଡିଆରେ ଏକ ବିବୃତ୍ତି ଜାରି କରି କହିଛି ଯେ, ସେମାନେ ସରକାରଙ୍କଠାରୁ ପ୍ରୋଗେସିବ୍ ରେଗୁଲେସନର ଆଶା କରୁଥେଲା। ହେଲେ ତାହା ହେଲା ନାହିଁ, ତେବେ ମଧ୍ୟ କମ୍ପାନୀ ଆଇନକୁ ସମ୍ମାନ କରିବ ଏବଂ ନୂତନ ନିୟମଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବ।

ଏହା ଅଧୀନରେ, ଡ୍ରିମ୍ ସ୍ପର୍ଟସ୍ ଡ୍ରିମ୍-୧୧, ଡ୍ରିମ୍ ପିକ୍ସ ଏବଂ ଡ୍ରିମ୍ ପ୍ଲେ ଭଳି ଏହାର ସମସ୍ତ ରିୟଲ ମନି ପ୍ଲାଟଫର୍ମରୁ ‘ପେ ଟୁ ପ୍ଲେ’ ପ୍ରତିଯୋଗିତାଗୁଡ଼ିକୁ ହଟାଇ ଦେଇଛି। କମ୍ପାନୀ ଏହାର ବିବୃତ୍ତିକୁ ଏହା କହି ଶେଷ କରିଛି ଯେ ଦ୍ୱିତୀୟ ଇନିଂସରେ ଦେଖା ହେବା।

Also Read

ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କି ଖେଳାଳିମାନେ ପୂର୍ବ ପରି ଡ୍ରିମ୍-୧୧ରେ ଟଙ୍କା ନିବେଶ କରି ଖେଳ ଖେଳିପାରିବେ କି? ଉତ୍ତର ହେଉଛି – ନା। ନୂତନ ଆଇନ ପରେ, ଭାରତରେ କୌଣସି ରିୟଲ ମିନି ଗେମିଂ ପ୍ଲାଟଫର୍ମ ବୈଧ ରହିବ ନାହିଁ। ତଥାପି, କମ୍ପାନୀ ଇ-ସ୍ପୋର୍ଟସ୍ ଏବଂ ସୋଶିଆଲ ଗେମିଂ ଦିଗରେ ଏହାର ଦ୍ୱିତୀୟ ଇନିଂସ ଆରମ୍ଭ କରିବ ବୋଲି ଆଶା କରାଯାଉଛି।

Scroll to Top