From Space To Soil: ମହାକାଶରୁ ଫେରିଲା ଏହି ଦୁଇଟି ମଞ୍ଜି, କ’ଣ ରହିଛି ଭାରତର କନେକ୍ସନ

from-space-to-soil:-ମହାକାଶରୁ-ଫେରିଲା-ଏହି-ଦୁଇଟି-ମଞ୍ଜି,-କ’ଣ-ରହିଛି-ଭାରତର-କନେକ୍ସନ

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାଇଥିବା ସିବକଥର୍ନ ଏବଂ ହିମାଳୟ ବକୱିଟ ମଞ୍ଜି କ୍ରୁ-୧୦ ମିଶନରେ ଅଗଷ୍ଟ ୯ ତାରିଖରେ ପୃଥିବୀକୁ ଫେରିଛି।

ପୃଥିବୀରୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) କୁ ନିଆ ଯାଇଥିବା ମଞ୍ଜି ପୁଣି ପୃଥିବୀକୁ ଫେରିଛି। NASA ମହାକାଶଚାରୀମାନେ ଲଦାଖରୁ ସଂଗ୍ରହ କରାଯାଇଥିବା ମଞ୍ଜିଗୁଡ଼ିକୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ରେ ଏକ ସପ୍ତାହରୁ ଅଧିକ ସମୟ ଧରି ରଖିବା ପରେ ପୃଥିବୀକୁ ଫେରାଇ ଆଣିଛନ୍ତି। ସିବକଥର୍ନ ଏବଂ ହିମାଳୟ ବକୱିଟ ମଞ୍ଜି, ଯାହା ଲଦାଖର ଦୁଇଟି ପୁଷ୍ଟି ଯୁକ୍ତ ଫସଲ, କ୍ରୁ-୧୦ ମିଶନରେ ଅଗଷ୍ଟ ୯ ତାରିଖରେ ପୃଥିବୀକୁ ଫେରିଛି।

ଏହି ମଞ୍ଜିଗୁଡ଼ିକୁ “ଇମର୍ଜିଂ ସ୍ପେସ ନେସନ୍ସ’ ସ୍ପେସ ଫର ଏଗ୍ରିକଲଚର ଆଣ୍ଡ ଏଗ୍ରିକଲଚର ଫର ସ୍ପେସ” ପରୀକ୍ଷଣର ଏକ ଅଂଶ ସ୍ବରୂପ ମହାକାଶକୁ ନିଆ ଯାଇଥିଲା। ଉଦ୍ଭିଦଗୁଡ଼ିକ କିପରି ମହାକାଶର ଅନନ୍ୟ ଚାପ, ଯେପରିକି ମାଇକ୍ରୋଗ୍ରାଭିଟି, ବିକିରଣ ଏବଂ ଅତ୍ୟଧିକ ତାପମାତ୍ରାର ପରିବର୍ତ୍ତନ, ସହ୍ୟ କରନ୍ତି ତାହା ଅନୁସନ୍ଧାନ କରିବା ପାଇଁ ଏହି ପରୀକ୍ଷଣ କରାଯାଇଥିଲା। ସିବକଥର୍ନ ଏବଂ ହିମାଳୟ ବକୱିଟ, ସେମାନଙ୍କର ଅସାଧାରଣ ପୁଷ୍ଟିକର ଏବଂ ଔଷଧୀୟ ଗୁଣ ପାଇଁ ଜଣାଶୁଣା। ଏହି ମଞ୍ଜି ଲଦାଖର କୃଷି ଐତିହ୍ୟର ମୁଖ୍ୟ ଉପାଦାନ। ଉଭୟ ପ୍ରଜାତି ପୃଥିବୀର ସବୁଠାରୁ କଠୋର ଜଳବାୟୁ ମଧ୍ୟରେ ବଢ଼ିଥାଏ।

ଏହି ପରୀକ୍ଷଣରେ ସହଯୋଗ କରିଥିବା ପ୍ରୋଟୋପ୍ଲାନେଟ୍‌ର ନିର୍ଦ୍ଦେଶକ ସିଦ୍ଧାର୍ଥ ପାଣ୍ଡେ କହିଛନ୍ତି, “ଏହା ଲଦାଖରୁ ମହାକାଶକୁ ପ୍ରଥମ ଥର ପାଇଁ ପରୀକ୍ଷଣ ପାଇଁ ଏହି ମଞ୍ଜି ଯାଇଥିଲା। ଏହାର କିଛି ଅଂଶ ଆମ ଗବେଷକମାନଙ୍କ ଦ୍ୱାରା ବୈଜ୍ଞାନିକ ବିଶ୍ଲେଷଣ ପାଇଁ ପଠାଯିବ, ଆଉ ବାକି ଅଂଶ ଲଦାଖର ଲୋକମାନଙ୍କୁ ଆଗାମୀ ପିଢ଼ିଙ୍କୁ ପ୍ରେରଣା ଦେବା ପାଇଁ ଉପହାର ଦିଆଯିବ।”

Also Read

ଏହି ପରୀକ୍ଷଣର ଉଦ୍ଦେଶ୍ୟ ହେଉଛି, ଏହି ମଞ୍ଜିଗୁଡ଼ିକୁ ଦୀର୍ଘକାଳୀନ ମହାକାଶ ମିଶନ ସମୟରେ ସ୍ଥାୟୀ ଖାଦ୍ୟ ଉତ୍ପାଦନ ପାଇଁ ବ୍ୟବହାର କରାଯାଇପାରିବ କି ନାହିଁ। ଏହି ବିହନଗୁଡ଼ିକୁ NASAର Crew-11 ମିଶନ ସହିତ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ପଠାଯାଇଥିଲା। ଏହି ମଞ୍ଜିକୁ ପୃଥିବୀରେ ମାଟିରେ ରୋପଣ କରାଯିବ।

ଅଧିକ ପଢନ୍ତୁ: ଅନ୍ତରୀକ୍ଷରୁ ପୃଥିବୀକୁ ରହିଛି କି ବିପଦ ? ମାଡ଼ିଆସୁଛି ଏଲିଏନଙ୍କ ସ୍ପେସକ୍ରାଫ୍ଟ

ଓଟିଭି ହ୍ଵାଟ୍ସଅପ

Scroll to Top