Fraud:ଅକଳରେ ବିଜେଡି ନେତା ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ,୪୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ମାମଲାରେ ବଢ଼ିଲା ଅଡୁଆ

fraud:ଅକଳରେ-ବିଜେଡି-ନେତା-ପ୍ରତାପ-ଜେନାଙ୍କ-ପୁଅ-ଅଙ୍କିତ-,୪୮-ଲକ୍ଷ-ଟଙ୍କା-ଠକେଇ-ଅଭିଯୋଗ-ମାମଲାରେ-ବଢ଼ିଲା-ଅଡୁଆ

ମାହାଙ୍ଗା ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ଜେନାଙ୍କ ବିରୋଧରେ ଠକେଇ ଅଭିଯୋଗ। କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ୪୮ ଲକ୍ଷ ଟଙ୍କାର ଠକେଇ ହୋଇଥିଲା ମାମଲା ରୁଜୁ ହୋଇଛି। ପ୍ରତାପ ଜେନାଙ୍କ ପୁଅ ଅଙ୍କିତଙ୍କ କମ୍ପାନି ଏମ୍ଫୋରିଆ ୱାକ ୱାର୍କସ ପ୍ରାଇଭେଟ୍ ଲିମିଟେଡ୍ ବିରୋଧରେ ଅଭିଯୋଗ କରିଛନ୍ତି କଟକ SSB ଇଲେକ୍ଟ୍ରିକାଲ୍ସ ମାଲିକ ଅରବିନ୍ଦ ତ୍ରିପାଠୀ।

Manasranjan Mohanty

  • Published: Sunday, 17 August 2025
  • Last updated: 17 August 2025, 09:09 PM IST

ankitCredit: OTV

ankit

ଅକଳରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା । ମାହାଙ୍ଗା ବିଜେଡି ବିଧାୟକ ପ୍ରାର୍ଥୀ ଅଙ୍କିତଙ୍କ ବିରୋଧରେ ଠକେଇର ସଂଗୀନ ଅଭିଯୋଗ । SSB ଇଲେକ୍ଟ୍ରିକାଲ୍ସ କମ୍ପାନିକୁ ଚୁନ ମାରିଛି ଅଙ୍କିତଙ୍କ କଂପାନି ଏମ୍ଫୋରିଆ ୱାର୍କ୍ସ ପ୍ରାଇଭେଟ୍ ଲିମିଟେଡ୍ ! 48 ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମାମଲାକୁ ନେଇ ହଇଚଇ

କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ଅଙ୍କିତଙ୍କ ବିରୋଧରେ ଏନେଇ ଅଭିଯୋଗ ହୋଇଛି । ଏତଲାକାରୀ କଟକ ଚଣ୍ଡିଛକର ଏସ୍ଏସବି ଇଲେକ୍ଟ୍ରିକାଲ୍ସର ମାଲିକ ଅରବିନ୍ଦ ତ୍ରିପାଠୀ ଏବଂ ଗଣେଶ କୁମାର ସ୍ବାଇଁଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡ଼ାରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ କେବୁଲ୍ କାର୍ଯ୍ୟ ପାଇଁ ତାଙ୍କ କଂପାନି ଅଙ୍କିତ ପ୍ରତାପ ଜେନା ଓ ଐଶ୍ବର୍ଯ୍ୟା ପ୍ରତାପ ଜେନାଙ୍କ ପରିଚାଳିତ ଏମ୍ଫୋରିଆ ୱାର୍କସ ପ୍ରାଇଭେଟ୍ ଲିମିଟେଡରୁ ୱାର୍କର ଅର୍ଡର ପାଇଥିଲେ। ହେଲେ କାର୍ଯ୍ୟ ସରିବା ପରେ କିନ୍ତୁ ବାକି ରହିଯାଇଥିବା 48 ଲକ୍ଷ ଟଙ୍କା ଦେବାକୁ ଧରାଛୁଆଁ ଦେଇନଥିଲେ। ବରଂ ଓଲଟି ସମୟ ଗଡ଼ାଇ ଚାଲିବା ସହ ତାଙ୍କୁ ଅଙ୍କିତ ଧମକ ଚମକ ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ଅରବିନ୍ଦ।…

ଏପଟେ ଏସ୍ଏସବି କଂପାନି ନାଁରେ 2 ଲକ୍ଷ ଟଙ୍କାର ସାମଗ୍ରୀ ଚୋରି ଅଭିଯୋଗ ଆଣିଛି ଅଙ୍କିତଙ୍କ କଂପାନି ଏମ୍ଫୋରିଆ ୱାର୍କ୍ସ ପ୍ରାଇଭେଟ୍ ଲିମିଟେଡ୍। କ୍ୟାମେରା ସାମ୍ନାକୁ ଆସି ନଥିଲେ ବି ଅଙ୍କିତ କହିଛନ୍ତି 48 ଲକ୍ଷ ଟଙ୍କା ବାକି କଥା ମିଛ। କାମ କଲାବେଳେ ଆମ କଂପାନିରୁ ସେମାନେ କିଛି ସାମଗ୍ରୀ ଚୋରି କରିଥିବାରୁ ଆମେ ଆଗେ ଥାନାରେ କେସ୍ କରିବାରୁ ସେମାନେ ପାଲଟା ମାମଲା କରିଥିବା। ଅପରପକ୍ଷେ ଉଭୟଙ୍କ ଅଭିଯୋଗ ଭିତ୍ତିରେ ମାମଲା ରୁଜୁ କରି ତଦନ୍ତ ଚାଲିଥିବା କେନ୍ଦ୍ରାପଡ଼ା ଟାଉନ୍ ଥାନା ପକ୍ଷରୁ କୁହାଯାଇଛି।

Also Read

ଗତ ନିର୍ବାଚନରେ ବାପା ପ୍ରତାପ ଜେନାଙ୍କ ବଦଳରେ ମାହାଙ୍ଗା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିଲେ ଅଙ୍କିତ। ତେବେ ଉଭୟ ପକ୍ଷର ଅଭିଯୋଗ ଆଧାରରେ ପୋଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା ବେଳେ ଅଙ୍କିତଙ୍କ ନାଁରେ 48 ଲକ୍ଷ ଟଙ୍କାର ଠକେଇ ଅଭିଯୋଗ କିନ୍ତୁ ମାହାଙ୍ଗା ରାଜନୀତିକୁ ସରଗରମ କରିଛି।

ଓଟିଭି ହ୍ଵାଟ୍ସଅପ

Scroll to Top