Flex-Fuel WagonR : ମାରୁତି ସୁଜୁକି ୱାଗନ-ଆର ଫ୍ଲେକ୍ସ-ଫୁଏଲ ଭର୍ସନ ଲଞ୍ଚ୍, କମ ହେବ ପେଟ୍ରୋଲ ଖର୍ଚ୍ଚ

flex-fuel-wagonr-:-ମାରୁତି-ସୁଜୁକି-ୱାଗନ-ଆର-ଫ୍ଲେକ୍ସ-ଫୁଏଲ-ଭର୍ସନ-ଲଞ୍ଚ୍,-କମ-ହେବ-ପେଟ୍ରୋଲ-ଖର୍ଚ୍ଚ

​​​​​​​କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ମିଳିତ ଭାବେ ମାରୁତି ସୁଜୁକିର ନୂଆ ‘ଫ୍ଲେକ୍ସ-ଫ୍ୟୁଲ ୱାଗନ-ଆର ) କାରକୁ ଉନ୍ମୋଚନ କରିଛନ୍ତି।

Published By: abinash – Prameya-News7 Bureau | June 04, 2026 06:22 PM

NEWS7

Flex-Fuel WagonR
Ai generated image

​​​​​Flex-Fuel WagonR: ବର୍ତ୍ତମାନ ଭାରତ ପେଟ୍ରୋଲ ଉପରେ ନିର୍ଭରତା କମ କରିବାକୁ ଫ୍ଲେକ୍ସ ଫ୍ୟୁଲ ଓ ଇଭି ଗାଡ଼ି ଉପରେ ଗୁରୁତ୍ୱ ଦେଉଛନ୍ତି। ତେଣୁ ଦୁଇ ଚକିଆ ଠାରୁ ଆରମ୍ଭ କରି ଚାରି ଚକିଆ ପର୍ଯ୍ୟନ୍ତ ଭାରତୀୟ ଅଟୋମୋବାଇଲ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଦେଶର ଅଗ୍ରଣୀ ଟୁହ୍ୱିଲର ପ୍ରଡକ୍ସନ କମ୍ପାନୀ ହିରୋ ମୋଟକର୍ପ ଗତକାଲି ଫ୍ଲେକ୍ସ ଫ୍ୟୁଲ ବାଲା ଦୁଇଟି ମୋଟରସାଇକେଲ ଲଞ୍ଚ କରିଥିବା ଗୁରୁବାର (ଜୁନ ୪) ମାରୁତୀ ସୁଜୁକି ଫ୍ଲେକ୍ସ ଫ୍ୟୁଲ୍‌ କାର୍ ଲଞ୍ଚ କରିଛି।

କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ଶ୍ରୀ ନିତିନ ଗଡ଼କରୀ ଏବଂ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ମିଳିତ ଭାବେ ମାରୁତି ସୁଜୁକିର ନୂଆ ଫ୍ଲେକ୍ସ-ଫ୍ୟୁଲ ୱାଗନ-ଆର’ (Flex-Fuel WagonR) କାରକୁ ଉନ୍ମୋଚନ କରିଛନ୍ତି।

​​​​​​​

ଏହି କାରର ଫିଚର୍ସ  ଓ ଲାଭ ବିଷୟରେ ଆସନ୍ତୁ ଜାଣିବା

  • ୧୦୦%  ଇଥାନଲ ଚାଳିତ: ଏହି କାରଟି ଦେଖିବାକୁ WagonRE-20 ଭଳି ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ପରିମାଣରେ ଇଥାନଲ (୧୦୦% ଇଥାନଲ)ରେ ଚାଲି ପାରିବ।
  • ପରିବେଶ ଅନୁକୂଳ: ପାରମ୍ପରିକ ପେଟ୍ରୋଲ ଅପେକ୍ଷା ଇଥାନଲ ବ୍ୟବହାର ଦ୍ୱାରା ପ୍ରଦୂଷଣ ବହୁତ କମ୍ ହୋଇଥାଏ, ଯାହା ଭାରତର ‘ଗ୍ରୀନ ଏନର୍ଜି’ ଲକ୍ଷ୍ୟକୁ ପୂରଣ କରିବାରେ ସହାୟକ ହେବ।
  • ଆମଦାନୀ ହ୍ରାସ: ଦେଶରେ ଇଥାନଲ ବ୍ୟବହାର ବଢ଼ିଲେ ଅଶୋଧିତ ତୈଳ ଆମଦାନୀ ଉପରେ ନିର୍ଭରଶୀଳତା କମିବ ଏବଂ ବିଦେଶୀ ମୁଦ୍ରା ଭଣ୍ଡାର ସଞ୍ଚୟ ହେବ।
  • କୃଷକଙ୍କୁ ଲାଭ: ଇଥାନଲ ଉତ୍ପାଦନ ଚାଷୀଙ୍କ ଉତ୍ପାଦିତ ଫସଲ (ଯେପରିକି ଆଖୁ) ରୁ ହେଉଥିବାରୁ, ଏହା କୃଷକଙ୍କ ଆୟ ବୃଦ୍ଧିରେ ମଧ୍ୟ ସହାୟକ ହେବ।

ଏହି କାର୍‌କୁ ଉନ୍ମୋଚନ କଲା ବେଳେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଥିଲେ ଯେ ଦେଶର ମୋଟ ପ୍ରଦୂଷଣର ପ୍ରାୟ ୪୦ ପ୍ରତିଶତ ଭାଗ ପରିବହନ କ୍ଷେତ୍ର ଯୋଗୁ ହେଉଛି। ତେଣୁ ଏହିଭଳି ବିକଳ୍ପ ଇନ୍ଧନ ଏବଂ ଜୈବ ଇନ୍ଧନର ବ୍ୟବହାର କରିବା ଦ୍ୱାରା ପ୍ରଦୂଷଣ ହ୍ରାସ ହେବା ସହ ଇନ୍ଧନ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବ। ପେଟ୍ରୋଲ ଡିଜେଲ ଆମଦାନୀ ହ୍ରାସ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।  

Scroll to Top