Farmer Enrolment: ୨୫ ତାରିଖ ଯାଏଁ କୃଷକ ପଞ୍ଜୀକରଣ

farmer-enrolment:-୨୫-ତାରିଖ-ଯାଏଁ-କୃଷକ-ପଞ୍ଜୀକରଣ

ଅଗଷ୍ଟ ୨୫ ତାରିଖ ଯାଏଁ ଚାଲିବ କୃଷକ ପଞ୍ଜୀକରଣ। ଏବେ ସୁଦ୍ଧା ୧୭ ଲକ୍ଷ ଚାଷୀ ପଞ୍ଜୀକରଣ ସାରିଥିବା ବେଳେ, ପଞ୍ଜୀକରଣ ସଂଖ୍ୟା ୨୦ ଲକ୍ଷ ଟପିପାରେ ବୋଲି ଆଶା କରାଯାଉଥିବା କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଆସନ୍ତା ୨୫ ତାରିଖ ଯାଏଁ ଚାଲିବ କୃଷକ ପଞ୍ଜୀକରଣ। ଏବେ ସୁଦ୍ଧା ୧୭ ଲକ୍ଷ ଚାଷୀ ପଞ୍ଜୀକରଣ ସାରିଥିବା ବେଳେ, ପଞ୍ଜୀକରଣ ସଂଖ୍ୟା ୨୦ ଲକ୍ଷ ଟପିପାରେ ବୋଲି ଆଶା କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ମନ୍ତ୍ରୀ କହିଛନ୍ତି, ୨୦୨୫-୨୬ ଖରିଫ ଋତୁରେ ଚାଷୀଙ୍କ ପଞ୍ଜିକରଣ ପ୍ରକିୟାକୁ ଆହୁରି ସରଳୀକରଣ କରିଛନ୍ତି ସରକାର। ପୂର୍ବରୁ ବଂଶାବଳୀ ପ୍ରମାଣ ପତ୍ର ପାଇଁ ଚାଷ ଜମିର ଉତ୍ତରାଧିକାରୀଙ୍କ ସମ୍ମତି ପତ୍ର ଆବଶ୍ୟକ ପଡୁଥିଲା। ଯେଉଁଥିପାଇଁ ଚାଷୀ RI ଅଫିସକୁ ଦୌଡିବାକୁ ବାଧ୍ୟ ହେଉଥିଲେ। ଫଳରେ ବିଳମ୍ବିତ ପ୍ରକ୍ରିୟା ପାଇଁ ଅନେକ ଚାଷୀ ସରକାରଙ୍କ ନିର୍ଦ୍ଧାରିତ ସମୟ ଭିତରେ ନାଁ ପଞ୍ଜିକରଣ କରିନପାରି ବାଦ ପଡୁଥିଲେ। ଯେଉଁଥିପାଇଁ ଧାନର ଅଭାବୀ ବିକ୍ରି ପରିସ୍ଥିତି ସୃଷ୍ଟି ହେଉଥିଲା। ଏବେ କିନ୍ତୁ ଯୋଗାଣ ବିଭାଗ ଏହି ନିଜସ୍ବ ଘୋଷଣାନାମା ଜାରି କରିଛି। ଯାହାକୁ ପୂରଣ କରି ଚାଷୀ ସିଧାସଳଖ ପଞ୍ଜୀକରଣ କରିପାରିବେ। ଏହାସହ ସରକାର ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପଞ୍ଜୀକରଣ ଅବଧି ସମୟସୀମାକୁ ଅଗଷ୍ଟ ୨୦ ରୁ ଅଗଷ୍ଟ ୨୫ ପର୍ଯ୍ୟନ୍ତ ବଢାଇଛନ୍ତି।

Also Read

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ଜମିର ଉତ୍ତରାଧିକାରୀ ଭାବେ ବଂଶାନୁକ୍ରମ ପ୍ରମାଣପତ୍ର ବା ଲିଗାଲହେୟାର୍ ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଥିଲା। ଯେଉଁ ପ୍ଲଟ୍‌ ବାପା, ଜେଜେବାପାଙ୍କ ନାମରେ ରହିଛି, ତାହାର ଉତ୍ତରାଧିକାରୀ କେଉଁମାନେ ରହିଛନ୍ତି, ତାହାର ବଂଶାନୁକ୍ରମ ପ୍ରମାଣପତ୍ର ପ୍ରଥମେ ଆର୍‌ଆଇଙ୍କ ଠାରୁ ଆଣିବାକୁ ପଡ଼ୁଥିଲା। ଏହାସହିତ ଲିଗ୍‌-ହେୟାରରେ ଥିବା ସମସ୍ତ ସଦସ୍ୟଙ୍କ ଅନୁମତିପତ୍ର ବି ଦରକାର ପଡ଼ୁଥିଲା। ଯାହାଫଳରେ ଭାଇ-ଭାଇ ବିବାଦ ଓ ଭଉଣୀଙ୍କ ଅନୁମତି ପାଇଁ ଚାଷୀ ନାକେଦମ ହେଉଥିଲେ। ଭାଇ ବାହାରେ ରହୁଥିଲେ ହ୍ୱାଟ୍‌ସଆପରେ ଫର୍ମ ପଠାଇବାକୁ ପଡୁଥିଲା। ଏବେ ଏହାକୁ ସରଳ କରିଛନ୍ତି ରାଜ୍ୟ ସରକାର। ବଂଶାନୁକ୍ରମିକ ପ୍ରମାଣପତ୍ର ନଥିଲେ ସେଲ୍ଫ୍ ଡିକ୍ଲାରେସନ୍ ମାଧ୍ୟମରେ ଚାଷୀମାନେ ଜମି ପଞ୍ଜୀକରଣ କରିପାରିବେ।

Scroll to Top