Fake CID Arrested: ନିଜକୁ କହୁଥିଲେ CID ଅଫିସର, ନାଲି ପତକା ମାରି ମାଗୁଥିଲେ ଟଙ୍କା, ପହଞ୍ଚିଗଲା ପୋଲିସ..

fake-cid-arrested:-ନିଜକୁ-କହୁଥିଲେ-cid-ଅଫିସର,-ନାଲି-ପତକା-ମାରି-ମାଗୁଥିଲେ-ଟଙ୍କା,-ପହଞ୍ଚିଗଲା-ପୋଲିସ.

Published By: Ruby – Prameya-News7 Bureau | April 03, 2026 10:46 AM

NEWS7

Fake CID

ଭୁବନେଶ୍ବର ୩।୪: ନକଲି CID ଅଧିକାରୀଙ୍କୁ ବାନ୍ଧିଲା ଚନ୍ଦ୍ରଶେଖରପୁର ପୋଲିସ । ସିଆଇଡି ପରିଚୟ ଦେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ । ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ କଲା ପୋଲିସ ​​​​​​​

ନିଜକୁ CID ଅଧିକାରୀ କହି ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ପ୍ରବେଶ କରୁଥିଲେ l ଶିକ୍ଷା ଅନୁଷ୍ଠାନରେ ପ୍ରବଳ ଅନିୟମିତତା ଦର୍ଶାଇ ଅର୍ଥ ଆଦାୟ କରୁଥିଲେ l କେବଳ ଶିକ୍ଷା ଅନୁଷ୍ଠାନ ନୁହଁ ବଡବଡ ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ ଏମାନେ ନିଜକୁ CID କହି ଯାଞ୍ଚ ଆଳରେ ମାଲିକଙ୍କ ଠାରୁ ଟଙ୍କା ଲୁଟୁଥିଲେ । ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଏକ ଘରୋଇ ଶିକ୍ଷା ଅନୁଷ୍ଠାନ ବାହାରେ ନାଲି ପତକା ମାରି ଟଙ୍କା ମାଗୁଥିବା ସମୟରେ ପୋଲିସ ପହଞ୍ଚିଥିଲା । ନିଜକୁ CID ପରିଚୟ ଦେଉଥିବା ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଚନ୍ଦ୍ରଶେଖରପୁର ପୋଲିସ ।

Also Read:- Marijuana Smuggling: ଦାମୀ କାର୍‌ ଧରି ହେଉଥିଲେ ସଜବାଜ ; ଗୋଡ଼ାଇଲା ପୋଲିସ, ମାରିଲେ ଛୁ

Scroll to Top