Fact Check: ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ନୂଆ ନିୟମ ଅଛି କି?

fact-check:-୫୦୦-ଓ-୧୦୦୦-ଟଙ୍କିଆ-ନୋଟ୍-ବଦଳାଇବା-ପାଇଁ-ନୂଆ-ନିୟମ-ଅଛି-କି?

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ବଦଳାଇବା ପାଇଁ ଏକ ନୂତନ ନିୟମ ପ୍ରଚଳନ କରିଛି । କିଛି ସମୟ ଧରି ହ୍ୱାଟସଆପରେ ସମାନ ଏକ ବାର୍ତ୍ତା ଘୂରି ବୁଲୁଛି । ଯଦି ଆପଣ ଆପଣଙ୍କ ମୋବାଇଲ୍ ଫୋନରେ ₹୫୦୦ ଏବଂ ₹୧୦୦୦ ନୋଟ୍ ବଦଳାଇବାକୁ କହୁଥିବା ସମାନ ବାର୍ତ୍ତା ପାଉଛନ୍ତି । ତେବେ ସତର୍କ ରୁହନ୍ତୁ ।

Has RBI really announced ‘new rules’ for exchanging old ₹500 & ₹1000 notes❓

Some news reports claim that the Reserve Bank of India (@RBI) has issued new guidelines to exchange discontinued currency notes.#PIBFactCheck

❌ This claim is FAKE!

❌RBI has made NO such… pic.twitter.com/8ph2mlCrLT

— PIB Fact Check (@PIBFactCheck) April 17, 2026

PIB ଫ୍ୟାକ୍ଟ ଚେକ୍ ଟିମ୍ ସ୍ପଷ୍ଟ କରିଛି ଯେ RBI ଏପରି କୌଣସି ନୂତନ ନିୟମ ଜାରି କରିନାହିଁ । ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ପୁରୁଣା ନୋଟ୍ ବଦଳାଇବା ପୁନଃସ୍ଥାପିତ ହୋଇନାହିଁ । ଯଦି କେହି ଅନ୍ୟଥା ଦାବି କରୁଛନ୍ତି, ତେବେ ଆପଣଙ୍କୁ ସତର୍କ ରହିବାକୁ ପଡିବ। ନଚେତ୍ ଆପଣ ହୋଇପାରନ୍ତି ସାଇବର ସ୍କାମର ଶିକାର । 

Also Read…‘କିଛି ସୀମା କେବେବି ଉଲ୍ଲଙ୍ଘନ କରିବା ଉଚିତ୍ ନୁହେଁ’, ପାକିସ୍ତାନକୁ ଅଲଟିମେଟମ୍ ଦେଲା ସେନା

୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍ ସମ୍ପର୍କିତ ଏହି ବାର୍ତ୍ତା ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ଏଥିରେ କୁହାଯାଇଛି ଯେ ଲୋକମାନେ ଏବେ ସେମାନଙ୍କର ପୁରୁଣା ନୋଟ୍ ପୁଣି ଜମା କରିପାରିବେ କିମ୍ବା ବଦଳାଇପାରିବେ । କିନ୍ତୁ ସତ୍ୟ ହେଉଛି ଯେ ୨୦୧୬ରେ ବିମୁଦ୍ରାକରଣ ପରେ ଏହି ନୋଟଗୁଡ଼ିକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଏବେ ସେଗୁଡ଼ିକୁ ବଦଳାଇବାର କୌଣସି ଅନୁମତି ନାହିଁ।

Scroll to Top