ଝିଅକୁ ଅସଦାଚରଣ କରିବାରୁ ଯୁବକକୁ ପିଟି ପିଟି ମାରିଲା ବାପା । ଏମିତି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଞ୍ଚଳରେ। ହତ୍ୟା ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ବାପା।
/odishatv-khabar/media/media_files/2025/10/19/kamakshyanagar_youth_murder-2025-10-19-18-42-09.jpg)
KAMAKSHYANAGAR_YOUTH_MURDER Photograph: (OTV)
ଝିଅକୁ ଅସଦାଚରଣ କରିବାରୁ ଯୁବକକୁ ପିଟି ପିଟି ମାରିଲା ବାପା । ଏମିତି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଞ୍ଚଳରେ। ହତ୍ୟା ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ ବାପା। ମୃତ ଯୁବକ ଜଣକ ଦଦରାଘାଟି ଫାଣ୍ଡି ଆଖୁଆପାଳ ପଞ୍ଚାୟତର ୧ ନମ୍ବର କଲୋନୀର କରୁଣାକର ବେହେରା । ହତ୍ୟାକାରୀ ବାପା ଜଣକ ସେହି ପଞ୍ଚାୟତର ମୋହନପଶି ଗ୍ରାମର ରୁପା ପିଙ୍ଗୁଆ।
ସୂଚନା ଅନୁସାରେ ୧ ନମ୍ବର କଲୋନୀର କାଶୀନାଥ ବେହେରାଙ୍କ ପୁଅ କରୁଣାକର ଜେସିବି ହେଲ୍ପର ଭାବରେ ଗତ ତିନିଦିନ ଧରି ମୋହନପଶି ଗାଁରେ ରହି କାମ କରୁଥିଲେ । ଗତକାଲି ରାତିରେ କରୁଣାକର, ରୁପା ପିଙ୍ଗୁଆଙ୍କ ଝିଅକୁ ଅସଦାଚରଣ କରୁଥିବା ବେଳେ ସେ ଦେଖି ନେଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ରୁପା ମାରଣାସ୍ତ୍ରରେ କରୁଣାକରଙ୍କୁ ଆକ୍ରମଣ କରିବା ସହ ହତ୍ୟା କରିଥିଲେ । ହତ୍ୟା କରିବା ପରେ ମୃତ ଦେହକୁ ଗାଁ ନିକଟରେ ଥିବା ଗମ୍ଭାରୀଆ ନାଳ ନିକଟରେ ଫିଙ୍ଗିଦେଇ ଦଦରାଘାଟି ଫାଣ୍ଡିକୁ ଯାଇ ଆତ୍ମ ସମର୍ପଣ କରିଥିଲେ ।
ଖବର ପାଇ ମୃତ କରୁଣାକରଙ୍କ ବାପା କାଶୀନାଥ ଓ ଅନ୍ୟ ସମ୍ପର୍କୀୟମାନେ ମୋହନପଶି ଗାଁରେ ପହଞ୍ଚି ପୁଅକୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରିଥିବା କହିବା ସହ ଅଭିଯୁକ୍ତଙ୍କୁ ପୋଲିସ ଧରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ପୋଲିସ ମୃତଦେହକୁ ଉଦ୍ଧାର କରି ହତ୍ୟାକାରୀ ରୁପା ପିଙ୍ଗୁଆଙ୍କୁ ଘଟଣା ସମ୍ପର୍କରେ ଅଧିକ ପଚରାଉଚୁରା ଜାରି ରଖିଛି ।
ଝିଅକୁ ଅସଦାଚରଣ; ଅଭିଯୁକ୍ତକୁ ବାପାର ହତ୍ୟା
କାମାକ୍ଷାନଗର: ଝିଅକୁ ଅସଦାଚରଣ କରିବାରୁ ଯୁବକକୁ ପିଟି ମାରିଲା ବାପା
ହତ୍ୟାପରେ ପୋଲିସ ନିକଟରେ ଆତ୍ମସମର୍ପଣ କଲା ଅଭିଯୁକ୍ତ ବାପା
ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡିରେ ଅଭିଯୁକ୍ତ ବାପାର ଆତ୍ମସମର୍ପଣ
ମୃତ ଯୁବକ ଦଦରାଘାଟି ଫାଣ୍ଡି ଆଖୁଆପାଳ ପଞ୍ଚାୟତ ୧ ନଂ କଲୋନୀର
ଅଭିଯୁକ୍ତ ହତ୍ୟାକାରୀ ଆଖୁଆପାଳ ପଞ୍ଚାୟତ ମୋହନପଶି ଗାଁର
୧୦ ଜଣ ମିଶି ସଂଘବଦ୍ଧ ହତ୍ୟା କରିଥିବା ଅଭିଯୋଗ କଲେ ମୃତକଙ୍କ ବାପା




