F

f

୨୮ ବର୍ଷ ପରେ ବିଜୁଳି ଆଲୁଅ ଦେଖିବ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକର ଝାଡ଼ବନ୍ଧ ପଞ୍ଚାୟତର ସୁବର୍ଣ୍ଣପୁର ଗାଁ।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ୨୪ ଘଣ୍ଟା ଭିତରେ ଆକ୍ସନ ମୁଡରେ ପ୍ରଶାସନ।

author-image

SUBARNAPUR_LIGHT

SUBARNAPUR_LIGHT Photograph: (OTV)

୨୮ ବର୍ଷ ପରେ ବିଜୁଳି ଆଲୁଅ ଦେଖିବ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକର ଝାଡ଼ବନ୍ଧ ପଞ୍ଚାୟତର ସୁବର୍ଣ୍ଣପୁର ଗାଁ।  ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ୨୪ ଘଣ୍ଟା ଭିତରେ ଆକ୍ସନ ମୁଡରେ ପ୍ରଶାସନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ପରେ ଗାଁରେ ପହଞ୍ଚିଲେ ଧରାକୋଟ BDO, ଜିଲ୍ଲା ପରିଷଦ ସଦସ୍ୟ, ସରପଞ୍ଚ, ବିଦ୍ୟୁତ ବିଭାଗ ନୋଡାଲ ଅଧିକାରୀ ପ୍ରମୁଖ।

ଅଧିକାରୀଙ୍କ ସ୍ଥିତି ଅନୁଧ୍ୟାନ ପରେ ଗାଁରେ ବିଦ୍ୟୁତ ଖୁଣ୍ଟ ପୋତିବା କାମ ଆରମ୍ଭ ହୋଇଛି। ସ୍ଥାପନ ହେବାର ୨୮ ବର୍ଷ ପରେ ଆଲୁଅ ଗାଁରେ ଜଳିବାକୁ ଯାଉଥିବାରୁ ଲୋକଙ୍କ ମଧ୍ୟରେ ଖୁସି ସଂଚାର ହେବାସହ ଲୋକେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଆଦିବାସୀ ଅଧ୍ୟୁସିତ ସୁବର୍ଣ୍ଣପୁର ଗାଁରେ ୩୦ରୁ ଊର୍ଦ୍ଧ୍ୱ ପରିବାରର ୧୫୦ରୁ ଅଧିକ ଲୋକ ବାସ କରନ୍ତି। କିଛି ଦିନ ତଳେ ସୁବର୍ଣ୍ଣପୁର ଗାଁରେ ବିଦ୍ୟୁତ ନାହିଁ  ଏବଂ ପିଲା ଲଣ୍ଠନ ଓ ମହମବତୀରେ ପାଠ ପଢୁଛନ୍ତି ବୋଲି ଓଟିଭିରେ ଖବର ପ୍ରସାରଣ କରାଯାଇଥିଲା। ଏହି ଖବର ଦେଖିଲା ପରେ ଗତ ୧୮ତାରିଖ ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସୁବର୍ଣ୍ଣପୁର ଗାଁରେ ତୁରନ୍ତ ବିଦ୍ୟୁତ ସଂଯୋଗ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।…

ଡିବିରି ଆଲୁଅରୁ ମୁକୁଳିବ ସୁବର୍ଣ୍ଣପୁର ଗାଁ
୨୮ ବର୍ଷ ପରେ ଗାଁରେ ଜଳିବ ବିଜୁଳି ଆଲୁଅ
ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲା ପ୍ରଶାସନ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ୨୪ ଘଣ୍ଟା ଭିତରେ ଖୁଣ୍ଟ ପୋତା ଆରମ୍ଭ
ମୁଖ୍ୟମନ୍ତ୍ରୀ ଓ ଓଟିଭିକୁ ଧନ୍ୟବାଦ ଦେଲେ ଗ୍ରାମବାସୀ
ଜିଲ୍ଲାପାଳଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଦେଇଥିଲେ ନିର୍ଦ୍ଦେଶ
ଓଟିଭି ରିପୋର୍ଟ ଦେଖି ଉଦବେଗ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ

Scroll to Top