F

f

ପିମ୍ପୁଡିକୁ ଡରି ଆତ୍ମହତ୍ୟା। ୨୫ ବର୍ଷ ମହିଳାଙ୍କ ଏମିତି ଚରମ ନିଷ୍ପତ୍ତି। ସୁଇସାଇଟ୍ ନୋଟ୍‌ରେ ଲେଖିଲେ କାରଣ। କହିଲେ, ଝିଅର ଯତ୍ନ ନେବ। ଘଟଣାଟି ଏତେ ଆଶ୍ଚର୍ଯ୍ୟଜନକ ଯେ ଆପଣ ବି କହିବେ “ଏମିତି କ’ଣ ହୋଇପାରେ?” ମହିଳାଙ୍କ ଆତ୍ମହତ୍ୟା ପାଇଁ ଯେଉଁ ଭୟ ସୃଷ୍ଟି ହୋଇଥିଲା ତାହା ବହୁତ ବିରଳ।

author-image

Ant-Fear-Woman-Suicide

Ant-Fear-Woman-Suicide Photograph: (OTV)

ପିମ୍ପୁଡିକୁ ଡରି ଆତ୍ମହତ୍ୟା। ୨୫ ବର୍ଷ ମହିଳାଙ୍କ ଏମିତି ଚରମ ନିଷ୍ପତ୍ତି। ସୁଇସାଇଟ୍ ନୋଟ୍‌ରେ ଲେଖିଲେ କାରଣ। କହିଲେ, ଝିଅର ଯତ୍ନ ନେବ। ଘଟଣାଟି ଏତେ ଆଶ୍ଚର୍ଯ୍ୟଜନକ ଯେ ଆପଣ ବି କହିବେ “ଏମିତି କ’ଣ ହୋଇପାରେ?” ଡାକ୍ତରମାନେ କହିଛନ୍ତି ଯେ ମହିଳାଙ୍କ ଆତ୍ମହତ୍ୟା ପାଇଁ ଯେଉଁ ଭୟ ସୃଷ୍ଟି ହୋଇଥିଲା ତାହା ବହୁତ ବିରଳ।

ପିମ୍ପୁଡିକୁ ଡରି ଆତ୍ମହତ୍ୟା । ୨୫ ବର୍ଷ ମହିଳାଙ୍କ ଏମିତି ଚରମ ନିଷ୍ପତ୍ତି । ସୁଇସାଇଟ୍ ନୋଟ୍‌ରେ ଲେଖିଲେ କାରଣ । କହିଲେ, ଝିଅର ଯତ୍ନ ନେବ ।

ଘଟଣାଟି ଏତେ ଆଶ୍ଚର୍ଯ୍ୟଜନକ ଯେ ଆପଣ ବି କହିବେ “ଏମିତି କ’ଣ ହୋଇପାରେ?” ଡାକ୍ତରମାନେ କହିଛନ୍ତି ଯେ ମହିଳାଙ୍କ ଆତ୍ମହତ୍ୟା ପାଇଁ ଯେଉଁ ଭୟ ସୃଷ୍ଟି ହୋଇଥିଲା ତାହା ବହୁତ ବିରଳ। ତେବେ ଏଠାରେ ପ୍ରଶ୍ନ ଉଠେ: ମହିଳା ଜଣକ ଏପରି ନିଷ୍ପତ୍ତି କାହିଁକି ନେଲେ? ନା ଏହା ପଛରେ ଅନ୍ୟ କୌଣସି କାରଣ ଅଛି?

ରିପୋର୍ଟ ଅନୁଯାୟୀ, ମହିଳା ଜଣକ ୨୦୨୨ ମସିହାରେ ବିବାହ କରିଥିଲେ ଏବଂ ତାଙ୍କର ଏକ ତିନି ବର୍ଷର ଝିଅ ଅଛି। ଘଟଣା ଦିନ ସକାଳେ ସେ ତାଙ୍କ ଝିଅକୁ ଜଣେ ସମ୍ପର୍କୀୟଙ୍କ ଘରେ ଛାଡି ଆସିଥିଲେ। ସନ୍ଧ୍ୟାରେ ତାଙ୍କ ସ୍ୱାମୀ ଘରକୁ ଫେରିବା ପରେ ସେ ଦେଖିଲେ ଯେ ଘରର କବାଟ ଭିତରୁ ବନ୍ଦ ଅଛି। ସେ ପଡ଼ୋଶୀଙ୍କ ସହଯୋଗରେ ଘରର କବାଟ ଭାଙ୍ଗିଥିଲେ।

ତେବେ  ଘଟଣା ଏବଂ ମହିଳାଙ୍କ ଆତ୍ମହତ୍ୟାର କାରଣ ସେ ଛାଡିଯାଇଥିବା ସୁଇସାଇଡ ନୋଟରୁ ଜଣାପଡିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି, ନଭେମ୍ବର ୪ ତାରିଖରେ ମହିଳା ଜଣଙ୍କ ତାଙ୍କ ଘରେ ସିଲିଂ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ମିଳିଥିଲେ।

ମାମଲାର ତଦନ୍ତ ସମୟରେ, ପୋଲିସ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍ ପାଇଛି, ଯାହା ସମ୍ପୂର୍ଣ୍ଣ ଘଟଣାର ପର୍ଦ୍ଦାଫାସ କରିଛି। ମହିଳା ଜଣକ ଛାଡିଯାଇଥିବା ସୁଇସାଇଡ ନୋଟରେ ଲେଖାଅଛି, “ମତେ କ୍ଷମା କରିବ, ମୁଁ ଏହି ପିମ୍ପୁଡ଼ିମାନଙ୍କ ସହିତ ରହିପାରିବି ନାହିଁ। ଝିଅର ଯତ୍ନ ନେବ।” କେବଳ ଏତିକି ନୁହେଁ, ସୁଇସାଇଡ ନୋଟ୍‌ରୁ କିଛି ଧାର୍ମିକ କଥାର ମଧ୍ୟ ଆଭାସ ମିଳେ।

ମାମଲାର ଅଧିକ ତଦନ୍ତରୁ ଜଣାପଡ଼ିଛି ଯେ ମହିଳା ଜଣକ ପିଲାଦିନରୁ ପିମ୍ପୁଡ଼ିଙ୍କୁ ଭୟ କରୁଥିଲେ। ତେବେ ପୋଲିସ ସନ୍ଦେହ କରୁଛି ଯେ ସେ ଘର ଝଡାଝଡି କରିବା ବେଳେ ବୋଧହୁଏ ପିମ୍ପୁଡ଼ିମାନେ ବାହାରିଛନ୍ତି ଆଉ ସେ ଡରି ଏଭଳି ଚରମ ପଦକ୍ଷେପ ନେଇଛନ୍ତି। ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରୁ ଏଭଳି ଏକ ଭୟଙ୍କର ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।

Scroll to Top