ବେଙ୍ଗାଲୁରୁ ଜେଲ୍ ପ୍ରଶାସନର ପୋଲ୍ ଖୋଲିଛି ଭାଇରାଲ ଭିଡିଓ । ଜେଲ୍ ଭିତରେ ମଉଜ କରୁଛନ୍ତି ବଡ ଅପରାଧୀ । କଏଦୀ ତ ନୁହଁନ୍ତି, ଯେମିତି ଜେଲ୍ ପ୍ରଶାସନର ଅତିଥି ଏମାନେ ।
/odishatv-khabar/media/media_files/2025/11/09/bengaluru-jail-vip-treatment-2025-11-09-18-57-34.jpg)
Bengaluru-jail-VIP-treatment Photograph: (OTV)
ଜେଲ୍ ଭିତରେ ବି ଏମିତି ଅୟସ୍ ! କେହି ବି ଦେଖିକି କହିପାରିବ କି ଏମାନେ ଜେଲ୍ରେ ନୁହେଁ, ଘରେ ଅଛନ୍ତି । ଗଦି ପଡିଛି, ଟିଭିରେ ଗୀତ ବାଜୁଛି । ଆଉ ଏହି ଭିଆଇପି କଏଦୀମାନଙ୍କ ଭିତରୁ କିଏ ଫୋନ୍ ଚଲାଉଛି ତ ଆଉ କିଏ ଫୋନ୍ରେ କଥା ହେଉଛି । ଏହି କଏଦୀମାନେ ପୁଣି ଏମିତି ସେମିତି ଲୋକ ନୁହଁନ୍ତି, ୟା’ଙ୍କ ଭିତରୁ କିଏ ISIS ଆତଙ୍କବାଦୀ ତ ଆଉ କିଏ ସିରିୟଲ କିଲର୍ ଓ ଦୁଷ୍କର୍ମକାରୀ । ବେଙ୍ଗାଲୁରୁ ପରାପ୍ପନ୍ନା ଅଗ୍ରାହର ସେଣ୍ଟ୍ରାଲ ଜେଲ୍ର । ଯାହାକୁ ନେଇ ଏବେ ସାରା ଦେଶରେ ହଇଚଇ ।
ବେଙ୍ଗାଲୁରୁ ଜେଲ୍ ପ୍ରଶାସନର ପୋଲ୍ ଖୋଲିଛି ଭାଇରାଲ ଭିଡିଓ । ଜେଲ୍ ଭିତରେ ମଉଜ କରୁଛନ୍ତି ବଡ ଅପରାଧୀ । କଏଦୀ ତ ନୁହଁନ୍ତି, ଯେମିତି ଜେଲ୍ ପ୍ରଶାସନର ଅତିଥି ଏମାନେ । ଜେଲ୍ରେ ଅୟସ କରୁଥିବା ଏହି ଅପରାଧୀଙ୍କ ଭିତରେ ଆଇଏସଆଇଏସ୍ ଏଜେଣ୍ଟ ଜୁହାଦ ହମିଦ ସକିଲ ମନ୍ନା, ସରିୟଲ କିଲର୍ ଓ ରେପିଷ୍ଟ ଉମେଶ ରେଡ୍ଡୀ, ରାନ୍ୟା ରାଓ ଗୋଲ୍ଡ ସ୍ମଗଲିଂ କେସ୍ରେ ଗିରଫ ତେଲୁଗୁ ଆକ୍ଟର ତରୁଣ ଅଛନ୍ତି ।
ହମିଦ ସକିଲ୍ ମୁସଲିମ୍ ଯୁବକଙ୍କୁ ISIS ଆତଙ୍କୀ ସଂଗଠନରେ ଭର୍ତ୍ତି କରୁଥିଲା, ଯିଏକି ଜେଲ୍ରେ ଚା’ ପିଇ ପିଇ ମୋବାଇଲ ଚଲାଉଥିବାର ଦେଖିବାକୁ ମିଳୁଛି ଭିଡିଓରେ । ସେହିପରି ଫୋନ୍ରେ କଥା ହେଉଥିବା ଏ ଉମେଶ ରେଡ୍ଡୀ ୧୯୯୬ରୁ ୨୦୨୨ ମଧ୍ୟରେ ୨୦ ମହିଳାଙ୍କୁ ଦୁଷ୍କର୍ମ ଓ ସେମାନଙ୍କ ଭିତରୁ ୧୮ ଜଣଙ୍କୁ ହତ୍ୟା କରିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଯାଇଥିଲା ।
ଏଠି ପ୍ରଶ୍ନ ଉଠୁଛି, ଏମାନେ କଏଦୀ ନା ଜେଲ୍ ପ୍ରଶାସନର ଅତିଥି ? କାହା ନିର୍ଦ୍ଦେଶରେ କୁଖ୍ୟାତ କ୍ରିମିନାଲମାନଙ୍କୁ ମିଳୁଛି ଭିଆଇପି ସୁବିଧା ? ଜେଲ୍ କର୍ତ୍ତୃପକ୍ଷଙ୍କ ଅଜଣାତରେ ତ ଏସବୁ ଘଟିବା ଅସମ୍ଭବ । ଜେଲ୍ ଭିତରର ଏହି ଭିଡିଓ ଭାଇରାଲ ପରେ ବେଙ୍ଗାଲୁରୁ ଜେଲ୍ ପ୍ରଶାସନରେ ଖେଳିଯାଇଛି ହଇଚଇ । ଏହି ଭିଡିଓର ସତ୍ୟତା ଜାଣିବାକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଜେଲ୍ କର୍ତ୍ତୃପକ୍ଷ । କର୍ଣ୍ଣାଟକ ସରକାର ମଧ୍ୟ ଏହାର ତଦନ୍ତ କରାଯିବ ବୋଲି କହିଛନ୍ତି ।




