ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ପ୍ରଚାର । ସାଇଲେଣ୍ଟ ପିରିୟଡ୍ ଆରମ୍ଭ, ନେତା ଛାଡିଲେ ନୂଆପଡ଼ା, ଏବେ ଆରମ୍ଭ ଛକାପଞ୍ଝା । ଏସବୁ ଭିତରେ ବିଜେଡି-ବିଜେପି ଭିତରେ ତେଜିଛି ପ୍ରାର୍ଥୀ ଆଉ ବେଇମାନ ପଲିଟିକ୍ସ।
/odishatv-khabar/media/media_files/2025/11/09/nuapada-2025-11-09-19-51-19.jpg)
Nuapada Photograph: (OTV)
ପ୍ରଚାର ଶେଷ ଦିନରେ ବି ବିଜେପି, କାଉଣ୍ଟର ଆଟାକ୍ କରି ମେଣ୍ଟ ଭାଙ୍ଗିବା କଥା ମନେ ପକାଇ ବିଜେଡି ବେଇମାନ ବୋଲି ଅଭିଯୋଗ କରିଛି। ଯାହାର ଜବାବ ରଖିଛି ବିଜେଡି । କିନ୍ତୁ ହେଭିୱେଟ୍ ନେତାଙ୍କ ଘନ ଘନ ମାରାଥନ ପ୍ରଚାର କଣ ପକାଇଛି ପ୍ରଭାବ, ତାହା ସ୍ପଷ୍ଟ ହେବ ୧୪ ତାରିଖ ଗଣତି ପରେ।…
ସରିଲା ପ୍ରଚାର, ଦିନକ ପରେ ପଡିବ ଭୋଟ । ତଥାପି ତେଜିଛି ରାଜନୀତି । ନବୀନଙ୍କ ସହ ପ୍ରଚାର ବସରେ ବୁଲିଲେ ସନ୍ତୃପ୍ତ ହେଲେ କାହିଁକି ରହିଲେନି ସ୍ନେହାଙ୍ଗିନୀ । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଆକ୍ଷେପ ପରେ ଏହାକୁ ନେଇ ନୂଆପଡା ରାଜନୀତିରେ ତେଜିଛି ବିବାଦ । ବିଜେପି କହିଛି ନବୀନ ଜାଣି ସାରିଲେଣି ଜିଲ୍ଲା ବାହାରୁ ପ୍ରାର୍ଥୀ ଦେଇ ଭୁଲ ହୋଇଛି । ସେଥିପାଇଁ ପ୍ରାର୍ଥିନୀଙ୍କୁ ସାଙ୍ଗରେ ଧରି ବୁଲୁ ନାହାନ୍ତି ନବୀନ । ବିଜେଡି କହିଛି ଏସବୁ କଥା ପ୍ରଭାବ ପକାଇବନି।
ଏପଟେ ନିର୍ବାଚନ ପୂର୍ବରୁ ପୁଣି ତେଜିଛି ବିଜେପି ବିଜେଡି ଭିତରେ ବେଇମାନ ପଲିଟିକ୍ସ । ଆଜି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଆଉ ନବୀନଙ୍କୁ କାଉଣ୍ଟର ଆଟାକ କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ ଓ ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ମନମୋହନ କହିଛନ୍ତି, ୭ ମାର୍ଚ୍ଚ ୨୦୦୯ରେ କଣ ହେଇଥିଲା ମନେ ପକାଇ ବିଜେଡି ରାତିରେ ଆତ୍ମସମୀକ୍ଷା କରୁ। ନବୀନ ଯେଉଁ ଶବ୍ଦ ବ୍ୟବହାର କରୁଛନ୍ତି ତାହା କାହା ପାଇଁ ପ୍ରଯୁଜ୍ୟ ।
୨୦୦୯ରେ କିଏ ମେଣ୍ଟ ଭାଙ୍ଗିଥିଲା? କିଏ ନବୀନ ନିବାସରେ ପ୍ରଥମେ ମେଣ୍ଟ ଭାଙ୍ଗିବା ନେଇ ଘୋଷଣା କରିଥିଲା? ଏ କଥା ସାଧାରଣ ଲୋକ ରାଜ୍ୟବାସୀ ଜାଣିଛନ୍ତି । ଆମେ ବେଇମାନ କି କୃତଘ୍ନ ଶବ୍ଦ ବ୍ୟବହାର କରିବାକୁ ଚାହୁଁନୁ । ଜୟ ନାରାୟଣ କହିଛନ୍ତି ବିଜେପି ଟଙ୍କାରେ ତିଆରି ହୋଇଛି ବିଜୁ ଜନତା ଦଳ । ସେପଟେ ଏହାର ଜବାବ ରଖିଛି ବିଜେଡି ।
ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦୁଇ ଦୁଇ ଥର ଗସ୍ତ କରି ପ୍ରାର୍ଥୀଙ୍କ ପାଇଁ କରିଥିଲେ ମାରାଥନ ପ୍ରଚାର। କଂଗ୍ରେସ ବି ରାଜ୍ୟ ନେତୃତ୍ୱଙ୍କୁ ଧରି କରିଛି ପ୍ରଚାର ପରିଚାଳନା । ଆସନ୍ତା ୧୪ରେ ସ୍ପଷ୍ଟ ହୋଇଯିବ ପ୍ରଭାବ କାହାର।




