ବାଲିଯାତ୍ରାରେ CMC ପକ୍ଷରୁ ଖାଦ୍ୟ ସୁରକ୍ଷା ଟିମର ଚଢ଼ାଉ। ବିଭିନ୍ନ ଷ୍ଟଲ୍ ଉପରେ ରେଡ୍ କରି ଖାଦ୍ୟର ମାନ ଯାଞ୍ଚ। ବ୍ୟାପକ ପରିମାଣର ବାସି ଖାଦ୍ୟ ନଷ୍ଟ। ଖିଲାପକାରୀଙ୍କ ବିରୋଧରେ କଟିଲା ଫାଇନ୍।
![]()
/odishatv-khabar/media/media_files/2025/11/08/cmc-food-inspection-2025-11-08-14-03-48.jpg)
CMC-FOOD-INSPECTION Photograph: (OTV)
ବିକୁଥିଲେ ବାସି, ମାଡ଼ିବସିଲା CMC। କଟକ ବାଲିଯାତ୍ରାରେ ବାସି ଖାଦ୍ୟ ବିକ୍ରି କରୁଥିବା ଅଭିଯୋଗରେ ଚାଲିଛି ବଡ଼ ଧରଣର ରେଡ୍। ବିଭିନ୍ନ ଷ୍ଟଲକୁ ଯାଞ୍ଚ କରି ବାସି ଓ ଖରାପ ହୋଇଯାଇଥିବା ଖାଦ୍ୟ ସାମଗ୍ରୀକୁ ଜବତ କରାଯାଇଛି। ପନିର, ଚିକେନ୍, ରାବିଡ଼ି ଭଳି ବିଭିନ୍ନ ଖାଦ୍ୟ ବାସି ହୋଇଯିବା ପରେ ବି ଦୋକାନରେ ରଖାଯାଇଥିଲା।
ପୋଡ଼ା ତେଲ ଓ ବ୍ୟବହାର ହୋଇସାରିଥିବା ଖାଦ୍ୟକୁ ପୁଣି ଆଜି ବ୍ୟବହାର କରିବା ପାଇଁ ରଖିଥିଲେ ଅନେକ ଦୋକାନୀ। କଟକ ମହାନଗର ନିଗମ ପକ୍ଷରୁ ଚଢ଼ାଇ କରାଯାଇ ସେ ସବୁ ଷ୍ଟଲରୁ ଖାଦ୍ୟକୁ ନଷ୍ଟ କରିଛି। କିଛି ନିୟମ ଖିଲାପକାରୀଙ୍କ ବିରୋଧରେ ମୋଟା ଅଙ୍କର ଫାଇନ୍ ବି କଟିଛି।
• ବିକୁଥିଲେ ବାସି, ମାଡ଼ିବସିଲା CMC
• ବାଲିଯାତ୍ରାରେ CMC ପକ୍ଷରୁ ଖାଦ୍ୟ ସୁରକ୍ଷା ଟିମର ଚଢ଼ାଉ
• ବିଭିନ୍ନ ଷ୍ଟଲ୍ ଉପରେ ରେଡ୍ କରି ଖାଦ୍ୟର ମାନ ଯାଞ୍ଚ
• ବ୍ୟାପକ ପରିମାଣର ବାସି ଖାଦ୍ୟ ନଷ୍ଟ
• ଖିଲାପକାରୀଙ୍କ ବିରୋଧରେ କଟିଲା ଫାଇନ୍




