ବୈଷୟିକ ତ୍ରୁଟି ଯୋଗୁ ଦିଲ୍ଲୀ ବିମାନ ବନ୍ଦରରେ ପ୍ରାୟ ୭୦୦ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା। ATC ସିଷ୍ଟମରେ ବୈଷୟିକ ତ୍ରୁଟି ପାଇଁ ATCକୁ ମିଳୁନଥିଲା ଫ୍ଲାଇଟ୍ ସିଡ୍ୟୁଲ୍।
![]()
/odishatv-khabar/media/media_files/2025/11/08/airlines-2025-11-08-08-41-00.jpg)
Airlines Photograph: (OTV)
ଏୟାର ଟ୍ରାଫିକ୍ ନିୟନ୍ତ୍ରଣକୁ ପ୍ରଭାବିତ କରୁଥିବା ଅସ୍ଥାୟୀ AMSS ସିଷ୍ଟମ୍ ବିଭ୍ରାଟରେ ଆସିଲା ସୁଧାର। ଦିଲ୍ଲୀ ବିମାନବନ୍ଦର ଏବଂ ଉତ୍ତର ଅଞ୍ଚଳର ଅନ୍ୟାନ୍ୟ ପ୍ରଭାବିତ ବିମାନବନ୍ଦର ଗୁଡ଼ିକରେ ସେବା ସ୍ୱାଭାବିକ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଇଣ୍ଡିଗୋ ପକ୍ଷରୁ ସୋସିଆଲ୍ ମିଡ଼ିଆରେ ଏହି ସୂଚନା ଦିଆଯାଇଛି। ଫଳରେ ଦିଲ୍ଲୀ ସମେତ ଦେଶର ବିଭିନ୍ନ ଏୟାରପୋର୍ଟରେ ବିମାନ ସେବା ସ୍ବାଭାବିକ ହେବା ଆଶା କରାଯାଉଛି।
ବୈଷୟିକ ତ୍ରୁଟି ଯୋଗୁ ବିମାନ ଉଡ଼ାଣରେ ବିଳମ୍ବ ହେବା ସହ ହନ୍ତସନ୍ତ ହୋଇଛନ୍ତି ଯାତ୍ରୀ। ଦିଲ୍ଲୀ ବିମାନ ବନ୍ଦରରେ ପ୍ରାୟ ୭୦୦ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା। ଏୟାର ଟ୍ରାଫିକ କଣ୍ଟ୍ରୋଲ ସିଷ୍ଟମରେ ବୈଷୟିକ ତ୍ରୁଟି ପାଇଁ ଏଭଳି ସମସ୍ୟା ଦେଖାଦେଇଥିଲା। ବୈଷୟିକ ତ୍ରୁଟି ପାଇଁ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ-ATCକୁ ମିଳୁନଥିଲା ଫ୍ଲାଇଟ୍ ସିଡ୍ୟୁଲ୍। ଫଳରେ ମାନୁଆଲି ଫ୍ଲାଇଟ୍ ସିଡ୍ୟୁଲ ପ୍ରସ୍ତୁତ ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷ ଉଦ୍ୟମ ଚଳାଇଥିଲେ।
ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ କହିଥିଲେ ଯେ, ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ଡାଟାକୁ ସହାୟତା କରୁଥିବା ଅଟୋମେଟିକ୍ ମେସେଜ୍ ସୁଇଚିଂ ସିଷ୍ଟମ୍-AMSSରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଏହି ଅସୁବିଧା ହୋଇଥିଲା। ଉଡ଼ାଣ ଯୋଜନାକୁ ମାନୁଆଲି ସିଡ୍ୟୁଲ କରାଯାଉଥିବାରୁ ବିମାନ ଉଡ଼ାଣରେ କିଛି ବିଳମ୍ବ ହେଉଛି ବୋଲି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ କହିଥିଲେ।
• ତୁଟିଲା ଟେନସନ୍, ଏଥର ଉଡ଼ିବ ବିମାନ
• ‘ଅସ୍ଥାୟୀ AMSS ସିଷ୍ଟମ୍ ବିଭ୍ରାଟରେ ଆସିଲା ସୁଧାର’
• ‘ବିମାନବନ୍ଦର ଗୁଡ଼ିକରେ ସେବା ସ୍ୱାଭାବିକ ପାଇଁ ପ୍ରକ୍ରିୟା ଆରମ୍ଭ’
• ଇଣ୍ଡିଗୋ ପକ୍ଷରୁ ସୋସିଆଲ୍ ମିଡ଼ିଆରେ ସୂଚନା
• ବୈଷୟିକ ତ୍ରୁଟି ଯୋଗୁ ୭୦୦ ବିମାନ ଉଡ଼ାଣରେ ହୋଇଥିଲା ବିଳମ୍ବ
• ଦିଲ୍ଲୀ ବିମାନ ବନ୍ଦରରେ ପ୍ରାୟ ୭୦୦ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା
• ATC ସିଷ୍ଟମରେ ବୈଷୟିକ ତ୍ରୁଟି ପାଇଁ ବିଳମ୍ବ ହୋଇଥିଲା
• ବୈଷୟିକ ତ୍ରୁଟି ପାଇଁ ATCକୁ ମିଳୁନଥିଲା ଫ୍ଲାଇଟ୍ ସିଡ୍ୟୁଲ୍




