F

f

ଖୁବ ସୁନ୍ଦର ସ୍ୱରରେ ବଜାଉଛନ୍ତି ବଂଶୀ। ଖାଲି ବଜାଉ ନାହାନ୍ତି, ବଂଶୀ ତିଆରି କରିବାର କଳା ମଧ୍ୟ ଜାଣିଛନ୍ତି। ଏନେଇ ସେ କୌଣସି ଟ୍ରେନିଂ ନେଇ ନାହାନ୍ତି। ସୋସିଆଲ ମିଡ଼ିଆରୁ ବଂଶୀ ତିଆରି ଶିଖି ଆଜି ଦେଶ ବିଦେଶରେ ବେଶ୍ ନାଁ କମେଇଛନ୍ତି ଜଣେ ଓଡ଼ିଆ ଯୁବକ।

author-image

Salepur-Flute-Maker

Salepur-Flute-Maker Photograph: (OTV)

ଖୁବ ସୁନ୍ଦର ସ୍ୱରରେ ବଜାଉଛନ୍ତି ବଂଶୀ। ଖାଲି ବଜାଉ ନାହାନ୍ତି, ବଂଶୀ ତିଆରି କରିବାର କଳା ମଧ୍ୟ ଜାଣିଛନ୍ତି। ଏନେଇ ସେ କୌଣସି ଟ୍ରେନିଂ ନେଇ ନାହାନ୍ତି। ସୋସିଆଲ ମିଡ଼ିଆରୁ ବଂଶୀ ତିଆରି ଶିଖି ଆଜି ଦେଶ ବିଦେଶରେ ବେଶ୍ ନାଁ କମେଇଛନ୍ତି ଜଣେ ଓଡ଼ିଆ ଯୁବକ। ସେହି ବଂଶୀକୁ ସାରା ବିଶ୍ୱରେ ଅନ୍‌ଲାଇନ ବିକ୍ରି କରୁଛନ୍ତି ଆଉ ମୋଟା ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। ସେ ହେଲେ କଟକ ଜିଲ୍ଲା ସାଲେପୁର ବ୍ଲକ ନାନ୍ଦୋଳ ଗାଁର ସତ୍ୟବ୍ରତ ସାହୁ।

ସତ୍ୟବ୍ରତ ବାଙ୍ଗାଲୋର ସହରରେ ଆଇଟି ଇଞ୍ଜିନିୟର ଭାବରେ ଚାକିରି କରିଥିଲେ। ଭଲ ଦରମା ମଧ୍ୟ ପାଉଥିଲେ। ମନ କିନ୍ତୁ ଚାକିରିରେ ବାନ୍ଧି ହୋଇ ରହିବାକୁ ଚାହୁଁ ନଥିଲା। ସେ ଅଣନିଃଶ୍ୱାସୀ ହୋଇ ପଡୁଥିଲେ। କ’ଣ କରିବେ, କ’ଣ କରିବେ ଭାବୁ ଭାବୁ ମନରେ ଆସିଲା ଏହି ବିକଳ୍ପ। ଏବେ ସେହି କାମରେ ତାଙ୍କ ଧର୍ମପତ୍ନୀ ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି।

ନିଜ ଘରେ ନିଜ ପରିବାର ସହ ସେ ବଂଶୀ ତିଆରି କରନ୍ତି। ଏନେଇ ଆସାମରୁ ଆସେ ବାଉଁଶ। ବାଉଁଶ ପ୍ରୋସେସିଂ ଠାରୁ ଆରମ୍ଭ କରି ବଂଶୀ ତିଆରୀ ଓ ପ୍ୟାଂକିଂ ସବୁ କିଛି ତାଙ୍କ ଘରେ ହୁଏ। ଆଉ ସତ୍ୟଜିତ ନିଜେ ମଧ୍ୟ ବେଶ ସୁନ୍ଦର ବଂଶୀ ବାଦନ କରନ୍ତି। ସତ୍ୟବ୍ରତ ଏବେ କେବଳ ଓଡ଼ିଶାରେ ନୁହନ୍ତି ବରଂ ବହୁ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବଂଶୀବାଦକଙ୍କ ଠାରୁ ମଧ୍ୟ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି। ସତ୍ୟବ୍ରତଙ୍କ ବଂଶୀରେ ସ୍ୱର ପୂରା ସଠିକ ଲାଗେ ବୋଲି କହିଛନ୍ତି ବଂଶୀ ବାଦକ। ତାଙ୍କର ଏହି ପ୍ରୟାସ ପାଇଁ ତାଙ୍କ ଗାଁ ଲୋକେ ବି ତାଙ୍କୁ ନେଇ ଗର୍ବ କରନ୍ତି।

Scroll to Top