ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ରଘୁନାଥପୁର ଗାଁର ଆଦର୍ଶ ଗାଈ ଗୁହାଳରେ ବିସ୍ଫୋରକ ବେପାର ଚାଲିଥିବାର ଜଣା ପଡିଛି। ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।
Credit: OTV
ବିସ୍ଫୋରକ
ଗାଡ଼ି ଚେକିଂ ବେଳେ ମିଳିଗଲା ବିସ୍ଫୋରକ ଗୋଦାମ ଠିକଣା। ଆଦର୍ଶ ଗାଈ ଗୁହାଳରେ ଚାଲିଥିଲା ବିସ୍ଫୋରକ ବେପାର। ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ରଘୁନାଥପୁର ଗାଁର ଏକ ଗୁହାଳ ଘରେ ରେଡ୍ କରି ବିପୁଳ ପରିମାଣର ଡିଟୋନେଟର ଜବତ କରିଛି ପୋଲିସ୍। ରଘୁନାଥପୁର ଗାଁରେ କେଉଁଠୁ ଆସିଲା ଏତେ ପରିମାଣର ବିସ୍ଫୋରକ? ଗୁହାଳ ଘରୁ ବିପୁଳ ବିସ୍ଫୋରକ ଜବତ ପରେ ତନାଘନା ଚଳାଇଛି ପୋଲିସ। ଜଣଙ୍କୁ ଅଟକ ରଖି ପଚରାଉଚରା କରିଥିବବେଳେ ମୁଖ୍ୟ ଅଭିଯୁକ୍ତ ଏଯାଏଁ ଫେରାର ଥିବା କୁହାଯାଉଛି।
ଗତକାଲି ଗାଡ଼ି ଚେକିଂ ବେଳେ ମିଳିଯାଇଥିଲା ବିସ୍ଫୋରକ ଗୋଦାମ ଠିକଣା। ଆଦର୍ଶ ଗାଈ ଗୁହାଳରେ ଚାଲିଥିଲା ବିସ୍ଫୋରକ ବେପାର । ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସ ବିଭିନ୍ନ ଗାଡ଼ି ଯାଞ୍ଚ କରିବା ସମୟରେ ଏକ ଗାଡ଼ିରୁ ଡିଟୋନେଟର ବା ପଥର ଫୁଟା ବାରୁଦ ଜବତ କରିଥିଲା। ଖୋଳତାଡ଼ ପରେ ଏହାର ଚେର ଗଞ୍ଜାମକୁ ଲମ୍ବିଥିବା ଜଣାପଡ଼ିଥିଲା। ପରେ ରଘୁନାଥପୁର ଗାଁରେ ଚଢାଉ କରି ବିପୁଳ ପରିମାଣର ବିସ୍ଫୋରକ ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍।





