ସରକାରୀ ଯାଗାରୁ ଦୋକାନ ଉଚ୍ଛେଦ ବେଳେ ଉତ୍ତେଜନା, ଘଟଣାକୁ ନେଇ ଭଦ୍ରକରେ ପ୍ରବଳ ଉତ୍ତେଜନା । ଭଦ୍ରକ ବାଇପାସରୁ ସରକାର ନଗର ପର୍ଯ୍ୟନ୍ତ ଚାଲିଛି ଉଚ୍ଛେଦ, ରାସ୍ତା ପାର୍ଶ୍ବ ଦୋକାନ ଉଚ୍ଛେଦ ପାଇଁ ହୋଇଥିଲା ନୋଟିସ ।
Credit: OTV
protest during eviction
ଭଦ୍ରକ : ସରକାରୀ ଜାଗାରୁ ଦୋକାନ ଉଚ୍ଛେଦ ବେଳେ ଉତ୍ତେଜନା। ଭଦ୍ରକ ବାଇପାସ୍ ଠାରୁ ସରକାର ନଗର ପର୍ଯ୍ୟନ୍ତ ରାସ୍ତା ପାର୍ଶ୍ବ ଦୋକାନ ଉଚ୍ଛେଦ ପାଇଁ ନୋଟିସ ହୋଇଥିଲା। ସରକାରୀ ଯାଗାରେ ହୋଇଥିବା ଦୋକନ ଉଚ୍ଛେଦ ପାଇଁ ପ୍ରଶାସନ ଲଗାଇଥିଲା ନୋଟିସ । କିନ୍ତୁ ଉଚ୍ଛେଦ ପାଇଁ ତହସିଲଦାର, ଉପ ଜିଲ୍ଲାପାଳ, ତହସିଲଦାରଙ୍କ ସହ ବ୍ୟାପକ ଫୋର୍ସ ପହଞ୍ଚିବା ପରେ ଦୋକାନୀମାନେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ । ଦୀର୍ଘ ସମୟ ଧରି ଉଚ୍ଛେଦ ହୋଇପାରୁ ନଥିବା ବେଳେ ସମସ୍ତ ଅଧିକାରୀ ବାଇପାସ୍ ଠାରେ ବୁଝାସୁଝା କରିଛନ୍ତି ।
Also Read
ତେବେ ପୂର୍ବରୁ ଭଦ୍ରକ ସହରର ଅନ୍ୟ ସମସ୍ତ ଅଞ୍ଚଳରୁ ସରକାରୀ ଜମିରୁ ଉଚ୍ଛେଦ ହୋଇଛି। ପୂର୍ବରୁ ଯେଉଁଠି ଉଚ୍ଛେଦ ହୋଇଥିଲା ସେ ସ୍ଥାନରେ ଥଇଥାନ ହୋଇପାରୁ ନାହିଁ। ବ୍ୟବସାୟୀ ମାନଙ୍କ ଦାବି ଥିଲା ପ୍ରଥମେ ଥଇଥାନ ପରେ ଉଚ୍ଛେଦ କରାଯାଉ।
- Reported by:
- Partha Sarathi nayak





