Elvish Yadav: ଏଲଭିସଙ୍କୁ ଟାର୍ଗେଟ କରିଥିଲେ ବିଦେଶୀ ଗ୍ୟାଙ୍ଗ

elvish-yadav:-ଏଲଭିସଙ୍କୁ-ଟାର୍ଗେଟ-କରିଥିଲେ-ବିଦେଶୀ-ଗ୍ୟାଙ୍ଗ

ଏଲଭିସ ଯାଦବଙ୍କ ଘର ଉପରେ ଗୁଳି ମାଡ ପଛରେ ତିନି ଗ୍ୟାଙ୍ଗଷ୍ଟରଙ୍କ ନାଁ ଆସିଛି। ସେମାନେ ହେଲେ ନୀରଜ ଫରିଦପୁରିଆ, ଭାଉ ରିଟୋଲିଆ ଏବଂ ରାଓ ଇନ୍ଦ୍ରଜିତ ଯାଦବ।

ରବିବାର ସକାଳେ ଗୁରୁଗ୍ରାମ ସେକ୍ଟର ୫୭ରେ ଥିବା ଯୁଟ୍ୟୁବର ଏଲଭିସ ଯାଦବଙ୍କ ବାସଭବନକୁ ଦୁଇ ଡଜନରୁ ଅଧିକ ଗୁଳି ଫୁଟିଛି। ଏହି ଘଟଣା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ସେଥିରେ ଦୁଇ ବାଇକ୍‌ ଚାଳକ ମୁଖା ପିନ୍ଧା ଅପରାଧୀ ଘର ବାହାରେ ଗୁଳି ଚଳାଉଥିବା ଦେଖାଯାଉଛି। ତେବେ ଘଟଣାରେ ସୋସିଆଲ ମିଡିଆ ପୋଷ୍ଟରେ ତିନି ଗ୍ୟାଙ୍ଗଷ୍ଟରଙ୍କ ନାମ ଉଲ୍ଲେଖ କରାଯାଇଛି। ସେମାନେ ହେଲେ- ନୀରଜ ଫରିଦପୁରିଆ, ଭାଉ ରିଟୋଲିଆ ଏବଂ ରାଓ ଇନ୍ଦ୍ରଜିତ ଯାଦବ।

ନୀରଜ ଫରିଦପୁରିଆ ହରିୟାଣାର ପଲୱାଲର ବାସିନ୍ଦା। ସେ ବର୍ତ୍ତମାନ ଆମେରିକାରେ ରହୁଛି। ତା ନାମରେ ୨୫ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଛି। ୨୦୧୨ରେ ହରିୟାଣା ପୋଲିସ ଏକ ଏନକାଉଣ୍ଟର ପରେ ତାକୁ ଗିରଫ କରିଥିଲା। ୨୦୧୫ରେ ଏକ ହତ୍ୟା ମାମଲାରେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ଦେଇଥିଲେ। କିନ୍ତୁ ୨୦୧୯ରେ ପଞ୍ଜାବ-ହରିୟାଣା ହାଇକୋର୍ଟ ତାଙ୍କୁ ଜାମିନ ଦେଇଥିଲେ। ଏହାପରେ ନୀରଜ ଦୁବାଇ ଦେଇ କାନାଡା ପଳାଇଥିଲା। ତା’ପରେ ନୀରଜକୁ କାନାଡାରେ ବମ୍ବିହା ଗ୍ୟାଙ୍ଗର ନେତୃତ୍ୱ ଦିଆଯାଇଥିଲା। ବମ୍ବିହା ଗ୍ୟାଙ୍ଗ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବିରୋଧୀ। ନୀରଜ ପରେ କାନାଡାରୁ ଆମେରିକା ଚାଲିଯାଇଥିଲା।

ଏଲଭିସ ଯାଦବଙ୍କ ଘରେ ଗୁଳିଚାଳନାର ଦାୟିତ୍ୱ ନେଇଥିବା ଦ୍ୱିତୀୟ ଗ୍ୟାଙ୍ଗଷ୍ଟରଙ୍କ ନାମ ହେଉଛି ଭାଉ ରିଟୋଲିଆ। ଭାଉ ରିଟୋଲିଆ ଆଉ କେହି ନୁହେଁ, ସେ ହେଉଛି ହିମାଂଶୁ ଭାଉ । ସେ ରୋହତକର ରିଟୋଲି ଗାଁର ବାସିନ୍ଦା।

Also Read

ହିମାଂଶୁ ଭାଉର ସାଙ୍ଗ ହେଉଛି ରାଓ ଇନ୍ଦ୍ରଜିତ ଯାଦବ । ଏଲଭିଶ ଯାଦବଙ୍କ ଘରେ ଗୁଳିଚାଳନାର ଦାୟିତ୍ୱ ନେଇଥିବା ସେ ହେଉଛି ତୃତୀୟ ବ୍ୟକ୍ତି। ଇନ୍ଦ୍ରଜିତ ମଧ୍ୟ ହରିୟାଣାର ବାସିନ୍ଦା। ସେ ଜଣେ ବଡ଼ ଗ୍ୟାଙ୍ଗଷ୍ଟର ଏବଂ ଆମେରିକାରେ ରହି ହିମାଂଶୁ ଭାଉ ପାଇଁ କାମ କରୁଛି ।

ସୋସିଆଲ ମିଡିଆରେ ଏକ ପୋଷ୍ଟରେ ‘ଭାଉ ଗ୍ୟାଙ୍ଗ’ର ସଦସ୍ୟ ଗ୍ୟାଙ୍ଗଷ୍ଟର ନୀରଜ ଫରିଦପୁରିଆ ଏବଂ ଭାଉ ରିଟୋଲିଆ ଏଲଭିଶ ଯାଦବଙ୍କ ଘର ଉପରେ ଆକ୍ରମଣ ପାଇଁ ଦାୟୀ ବୋଲି କହିଛନ୍ତି । ରିଟୋଲିଆ ପୋଷ୍ଟରେ ଲେଖିଛନ୍ତି, “ଆଜି ଏଲଭିସ ଯାଦବଙ୍କ ଘରେ ଯେଉଁ ଗୁଳି ଚଳାଯାଇଥିଲା, ତାହା ଆମେ ଚଳାଇଥିଲୁ। ସେ ବେଟିଂ ଆପ୍‌ଗୁଡ଼ିକୁ ପ୍ରୋତ୍ସାହନ ଦେଇ ଅନେକ ପରିବାରକୁ ନଷ୍ଟ କରିଛନ୍ତି। ବେଟିଂକୁ ପ୍ରୋତ୍ସାହନ ଦେଉଥିବା ଅନ୍ୟ ସୋସିଆଲ ମିଡିଆ ହସ୍ତୀମାନଙ୍କୁ ଗୁଳି କିମ୍ବା କଲ୍‌ର ସାମ୍ନା କରିବାକୁ ପଡ଼ିପାରେ।” ତେବେ ପୋଲିସ ପୋଷ୍ଟରେ କରାଯାଇଥିବା ଦାବିଗୁଡ଼ିକ ସଂପର୍କରେ କୌଣସି ମତାମତ ଦେଇନାହିଁ ।

ଅଧିକ ପଢନ୍ତୁ: ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ଘର ଉପରକୁ ଗୁଳି ଚାଳନା

ଓଟିଭି ହ୍ଵାଟ୍ସଅପ

Scroll to Top