Elephant On Road: ବୀର ଦର୍ପରେ ରାଜରାସ୍ତାରେ ଚାଲିଛି ଦନ୍ତା ; ଆଗରେ ବନ ବିଭାଗ, ପଛରେ ପଥଚାରୀ

elephant-on-road:-ବୀର-ଦର୍ପରେ-ରାଜରାସ୍ତାରେ-ଚାଲିଛି-ଦନ୍ତା-;-ଆଗରେ-ବନ-ବିଭାଗ,-ପଛରେ-ପଥଚାରୀ

ନାଁ ଅଛି ଭୟ ନାଁ ଅଛି କାହାକୁ ଖାତିର । ବୀର ଦର୍ପରେ ରାଜରାସ୍ତାରେ ଚାଲିଛି ହାତୀ । ଆଉ ହାତୀ ଆଗରେ ବନ ବିଭାଗ ପଛରେ ମୋଟର ସାଇକେଲ ଓ ପଥଚାରୀ । ସତେ ଯେମିତି ରାଜା ମନ୍ତ୍ରୀ ଯାଉଥିବାର ଭ୍ରମ ସୃଷ୍ଟି କରୁଛି କି ।

Published By: Ruby – Prameya-News7 Bureau | April 03, 2026 11:51 AM

NEWS7

Bhuban News

ଭୁବନ ୩।୪: ଖାଦ୍ୟ ଅନ୍ବେଷଣରେ ଦିନରେ ଗାଁ ମୁଁହା ଗୋଠଛଡ଼ା ଦନ୍ତା । ନାଁ ଅଛି ଭୟ, ନାଁ ଅଛି କାହାକୁ ଖାତିର । ବୀର ଦର୍ପରେ ରାଜରାସ୍ତାରେ ଚାଲିଛି । ଆଉ ହାତୀ ଆଗରେ ବନ ବିଭାଗ ପଛରେ ମୋଟର ସାଇକେଲ ଆରୋହୀ ଆଉ ପଥଚାରୀ । ସତେ ଯେମିତି ରାଜାମନ୍ତ୍ରୀ ଯାଉଥିବାର ଭ୍ରମ ସୃଷ୍ଟି କରୁଛି କି ? ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅନ୍ତର୍ଗତ କୋର୍ଟ ଛକରେ ।

Also Read:- Fake CID Arrested: ନିଜକୁ କହୁଥିଲେ CID ଅଫିସର, ନାଲି ପତକା ମାରି ମାଗୁଥିଲେ ଟଙ୍କା, ପହଞ୍ଚିଗଲା ପୋଲିସ..

ଶୁକ୍ରବାର ସକାଳ ପ୍ରାୟ ନଅଟା । ଭାରତୀ ପାହାଡରୁ ଚାଲିଚାଲି ଆସିଲା ରାକେଶ ନାମକ କାନଚିରା ଦନ୍ତା । ଖାଦ୍ୟ ଅନ୍ବେଷଣରେ ଭୁବନ ବିଜ୍ଞାପିତ ପରିଷଦ ଅଞ୍ଚଳକୁ ଦନ୍ତାଟି ପଶିଆସିଲା । ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ବନ ବିଭାଗ । ବନ ବିଭାଗ କର୍ମଚାରୀ ହାତୀଟିକୁ ଏସ୍କର୍ଟ କରି ନେଇଥିଲେ । ଶିଶୁ ବିଦ୍ୟା ମନ୍ଦିର ରାସ୍ତା ଦେଇ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖ ଭୁଷଳ ଗ୍ରାମ ନିକଟକୁ ନେଇଯାଇଥିଲେ । ହାତୀ ପଛେ ପଛେ ବାଇକ୍ ଆରୋହୀ ଆଉ ପଥଚାରୀ ଥିଲେ । ହାତୀ ଆଗରେ ବନ ବିଭାଗ ପଛରେ ମୋଟର ସାଇକେଲ ଆରୋହୀ ଆଉ ପଥଚାରୀ । ସତେ ଯେମିତି ରାଜାମନ୍ତ୍ରୀ ଯାଉଥିବାର ଭ୍ରମ ସୃଷ୍ଟି କରୁଥିଲା । ପରେ ହାତୀଟି ବ୍ରାହ୍ମଣୀ ନଦୀ ପାର ହୋଇ ଷଡ଼ଙ୍ଗୀ ବନାଞ୍ଚଳ ଅଧିନ ଗଣେଶ ଖୋଲା ପାହାଡକୁ ଚାଲିଯାଇଥିଲା । କିନ୍ତୁ ହାତୀଟି କାହାର କିଛି ଅନିଷ୍ଠ କରିନଥିବା ଜଣାପଡିଛି ।

Watch Video:​​​​​​​

Scroll to Top