E

e

ଏୟାରକ୍ରାପ୍ଟରୁ ପାରାଚ୍ୟୁଟରେ ଖସିଲେ ଯବାନ। ଦମ୍ ଦେଖାଇଲା ଡ୍ରୋନ୍, ଶକ୍ତିର ପ୍ରମାଣ ଦେଲା ରୋବୋଟ୍। ପାକିସ୍ତାନ ସୀମାରେ ଭାରତୀୟ ସେନାର ଏକ୍ସରସାଇଜ୍ ମରୁଜ୍ଜ୍ବାଳା। ରାଜସ୍ଥାନର ଜୟସାଲମେର ମରୁଭୂମିରେ ଶକ୍ତି ଦେଖାଇଛନ୍ତି ଯବାନ।

author-image

AIR-FORCE

AIR-FORCE Photograph: (OTV)

ଏୟାରକ୍ରାପ୍ଟରୁ ପାରାଚ୍ୟୁଟରେ ଖସିଲେ ଯବାନ। ଦମ୍ ଦେଖାଇଲା ଡ୍ରୋନ୍, ଶକ୍ତିର ପ୍ରମାଣ ଦେଲା ରୋବୋଟ୍। ପାକିସ୍ତାନ ସୀମାରେ ଭାରତୀୟ ସେନାର ଏକ୍ସରସାଇଜ୍ ମରୁଜ୍ଜ୍ବାଳା। ରାଜସ୍ଥାନର ଜୟସାଲମେର ମରୁଭୂମିରେ ଶକ୍ତି ଦେଖାଇଛନ୍ତି ଯବାନ। ତ୍ରିଶୂଳ ଅଭିଯାନରେ ହୋଇଛି ସ୍ବତନ୍ତ୍ର ଅଭ୍ୟାସ ମରୁଜ୍ବାଳା ।

ଏହି ଏକ୍ସରସାଇଜ୍ ମାଧ୍ୟମରେ ଭାରତ ତାର ପ୍ରଯୁକ୍ତି, ପ୍ରସ୍ତୁତି ଓ ସମନ୍ବୟକୁ ଦେଖାଇଛି। ଆକାଶରୁ ପ୍ୟାରାଚ୍ୟୁଟ୍ ଜମ୍ପ୍, ମରୁଭୂମିରେ ଟ୍ୟାଙ୍କ ଗର୍ଜନ ସହିତ ରୋବୋଟ୍ ଏବଂ ଡ୍ରୋନ୍ର କ୍ଷମତାକୁ ପ୍ରଦର୍ଶିତ କରିଛି। ଶକ୍ତି ଦେଖାଇ ଭାରତ ଦର୍ଶାଇଛି ଯେ ଯେକୌଣସି ପରିସ୍ଥିତିରେ, ଯେକୌଣସି ସମୟରେ ଶତୃର ମୁକାବିଲା ଏବଂ ଯୁଦ୍ଧ ପାଇଁ ଆମେ ସକ୍ଷମ।

ମରୁଜ୍ଜ୍ବାଳା ଅଭ୍ୟାସ ‘ତ୍ରିଶୂଳ’ ଡ୍ରିଲର ଅନ୍ତିମ ପର୍ଯ୍ୟାୟ। ଭାରତୀୟ ସେନାର ଏହି ଅଭ୍ୟାସ ଦର୍ଶାଉଛି ଯେ, ଦେଶର ସୀମା ସୁରକ୍ଷା ପାଇଁ ସେମାନେ ସଦା ସଚେତନ, ସଜାଗ ଓ ପ୍ରସ୍ତୁତ। 

ଭାରତୀୟ ସେନାର ଏକ୍ସରସାଇଜ୍ `ମରୁଜ୍ଜ୍ବାଳା’
ଏୟାରକ୍ରାପ୍ଟରୁ ପାରାଚ୍ୟୁଟରେ ଖସିଲେ ଯବାନ
ଦମ୍ ଦେଖାଇଲା ଡ୍ରୋନ୍, ଶକ୍ତିର ପ୍ରମାଣ ଦେଲା ରୋବୋଟ୍
ପାକିସ୍ତାନ ସୀମାରେ ଭାରତୀୟ ସେନାର ଏକ୍ସରସାଇଜ୍ 
ରାଜସ୍ଥାନର ଜୟସାଲମେର ମରୁଭୂମିରେ ଶକ୍ତି ଦେଖାଇଲେ ଯବାନ
ତ୍ରିଶୂଳ ଅଭିଯାନରେ ସ୍ବତନ୍ତ୍ର ଅଭ୍ୟାସ `ମରୁଜ୍ଜ୍ବାଳା’
ଭାରତ ଦେଖାଇଲା ପ୍ରଯୁକ୍ତି, ପ୍ରସ୍ତୁତି ଓ ସମନ୍ବୟର ପରାକାଷ୍ଠା

Scroll to Top