Disappearance of Advocate: ସ୍ବାମୀ ନିଖୋଜ, ପୋଲିସ୍ କହୁଛି ନିଜେ ଖୋଜ

disappearance-of-advocate:-ସ୍ବାମୀ-ନିଖୋଜ,-ପୋଲିସ୍-କହୁଛି-ନିଜେ-ଖୋଜ

ଗତ ୧୦ ଦିନ ଧରି ଗୁଲେସ୍ ନିଖୋଜ ଥିବାରୁ ପରିବାର କାନ୍ଦବୋବାଳିରେ ଫାଟି ପଡୁଛି। ପୋଲିସକୁ ଅଭିଯୋଗ କଲେ ମଧ୍ୟ ପୋଲିସ ଶୁଣୁନି।

ଜଣେ ଓକିଲ ଗତ ୧୦ ଦିନରୁ ନିଖୋଜ ଅଛନ୍ତି। ତାଙ୍କର କିଛି ପତ୍ତା ମିଳୁନଥିବା ବେଳେ ଭାଙ୍ଗି ପଡିଛି ପୂରା ପରିବାର। ବାପା-ମାଆ, ପିଲାଙ୍କ ସମେତ ପତ୍ନୀଙ୍କ ଆଖିରୁ ଲୁହ ଶୁଖୁନି। ୧୦ ଦିନ ଧରି ଓକିଲଙ୍କ ପତ୍ତା ମିଳୁନଥିବା ବେଳେ ପୋଲିସକୁ ଅଭିଯୋଗ କଲେ ମଧ୍ୟ ପୋଲିସ୍ ଶୁଣୁନି। ରିପୋର୍ଟ ଅନୁସାରେ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଶୋଇ ବ୍ଲକ୍‌ର ଠୁଳୁକୁ ଚଟାଣୀ ଗାଁର ଗୁଲେସ ଚନ୍ଦ୍ର ଗୋଚ୍ଛାୟତ ୧୧ ତାରିଖ ଦିନ ଅପରାହ୍ନ ୪ରୁ ଘରୁ ବାହାରିଥିବା ବେଳେ ଆଉ ଫେରି ନାହାନ୍ତି। ଏନେଇ ଘରେ ପଡିଛି କାନ୍ଦବୋବାଳି।

ଗୁଲେସ ପେସାରେ ଜଣେ ଓକିଲ। ଗାଁ ଛାଡି ବିଶୋଇରେ ଏକ ଭଡ଼ା ଘରେ ରୁହନ୍ତି। ଗୁଲେସଙ୍କ ତିନି ଝିଅ ଓ ସ୍ତ୍ରୀ ଅର୍ଚ୍ଚନାଙ୍କୁ ନେଇ ତାଙ୍କ ଖୁସି ପରିବାର। ଗୁଲେଶଙ୍କ ସ୍ତ୍ରୀଙ୍କ କହିବା କଥା ସେ ୧୧ ତାରିଖରେ ତାଙ୍କର ଜଣେ ସାଙ୍ଗକୁ ନିଜ କାର୍‌ରେ ବିଶୋଇରୁ ବହଡାଗୁଡ଼ା ନେଇକି ଗଲେ। ରାତି ୭ ଟାରେ ଫୋନ କରିବାରୁ ଖଡକପୁର ଯାଉଛି କହି ଫୋନ୍ କାଟିଦେଲେ। ଏହା ପରେ ସେ ଆଉ ଘରକୁ ଫେରି ନଥିଲେ। ଗୁଲେସ ଘରକୁ ନ ଫେରିବାରୁ ପରିବାର ଲୋକ ଚିନ୍ତାରେ ପଡି ବହୁତ ଖୋଜା ଖୋଜି ମଧ୍ୟ କଲେ। ନ ପାଇବାରୁ ବିଶୋଇ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ପୋଲିସ୍ ହାତ ବାନ୍ଧି ବସିଛି।

ଦିନ ପରେ ଦିନ ଗଡିଚାଲିଛି, ହେଲେ ପୋଲିସ ହାତ ଶୂନ। ୧୦ ଦିନ ହେଲା ପରିବାରରେ ଚୁଲି ଜଳି ନାହିଁ। ସ୍ବାମୀ ନିଖୋଜ ଥିବାରୁ ସ୍ତ୍ରୀ କାନ୍ଦି କାନ୍ଦି ଅଚେତ ହୋଇ ଯାଉଛନ୍ତି। କାନ୍ଦ ବୋବାଳିରେ ସାରା ଘର ଫାଟିପଡୁଛି। ଗୁଲେସ ପରିବାରରେ ଜଣେ ମାତ୍ର ରୋଜଗାରିଆ ପୁଅ। ରାତି ଦିନ ତାଙ୍କୁ ଝୁରୁଛି ପରିବାର। ନା ଝିଅ ପାଠ ପଢିପାରୁଛି, ନା ଏ ବୟସରେ ବାପା-ମାଆ ଶାନ୍ତିରେ ରହିପାରୁଛନ୍ତି। ଅଭିଯୋଗ କଲେ ପୋଲିସ୍ କହୁଛି ନିଜେ ଖୋଜ।

Also Read

ଗୁଲେସ୍‌ଙ୍କ ନିଖୋଜରେ ପରିବାର ଲୋକ ଏବେ ନିରାଶ। ତାଙ୍କର କାହା ସହିତ ଶତ୍ରୁତା ନ ଥିଲେ ମଧ୍ୟ ସେ ଅଚାନକ ନିଖୋଜ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଦେଖିବା ବାକି ରହିଲା ଯେ ପୋଲିସଙ୍କୁ ଖୋଜି ଆଣିବ ନା ଏମିତି ହାତ ବାନ୍ଧି ବସି ରହିବ।

ଅଧିକ ଦେଖିବା ପାଇଁ କ୍ଲିକ୍ କରନ୍ତୁ: 

Scroll to Top