Delhi Blast: ଦିଲ୍ଲୀ କାର୍ ବିସ୍ଫୋରଣକୁ ଜଘନ୍ୟ ଆତଙ୍କୀ ଘଟଣା କହିଲେ କେନ୍ଦ୍ର ସରକାର, କ୍ୟାବିନେଟ୍ ବୈଠକରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

delhi-blast:-ଦିଲ୍ଲୀ-କାର୍-ବିସ୍ଫୋରଣକୁ-ଜଘନ୍ୟ-ଆତଙ୍କୀ-ଘଟଣା-କହିଲେ-କେନ୍ଦ୍ର-ସରକାର,-କ୍ୟାବିନେଟ୍-ବୈଠକରେ-ମୃତକଙ୍କୁ-ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ହୋଇଥିବା କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବୈଠକରେ ଦିଲ୍ଲୀ କାର୍ ବିସ୍ଫୋରଣକୁ ଜଘନ୍ୟ ଆତଙ୍କୀ ଘଟଣା ବୋଲି କୁହାଯାଇଛି । କ୍ୟାବିନେଟ୍ ଏହା ଉପରେ ଗଭୀର ଶୋକ ବ୍ୟକ୍ତ କରି ପୀଡ଼ିତ ପରିବାର ପ୍ରତି ସମବେଦନା ଜଣାଇଥିଲା । ଏହା ସହ ଦୁଇ ମିନିଟର ନୀରବ ପ୍ରର୍ଥାନା କରାଯାଇଥିଲା । ବୈଠକରେ ସରକାର କହିଛନ୍ତି ଯେ ଏହି କୃତ୍ୟ ଦେଶର ଶାନ୍ତି ଓ ଏକତା ଉପରେ ଆକ୍ରମଣ ଅଟେ । କେନ୍ଦ୍ର କ୍ୟାବିନେଟ୍ ଯାଞ୍ଚ ଏଜେନ୍ସିଗୁଡ଼ିକୁ ନିର୍ଦ୍ଦେଶ ଦେଇ ଦୋଷୀ, ସେମାନଙ୍କ ସହଯୋଗୀ ଓ ପ୍ରୟୋଜକଙ୍କୁ ଚିହ୍ନଟ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛି । ସରକାର ଆତଙ୍କବାଦ ଉପରେ ନିଜର ଶୂନ ସହନଶୀଳ ନୀତିକୁ ଦୋହରାଇଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟ୍ ନିଷ୍ପତ୍ତି ଘୋଷଣା କରି କହିଛନ୍ତି, “ଦେଶ ନଭେମ୍ବର ୧୦ରେ ଲାଲକିଲ୍ଲା ନିକଟରେ ଏକ କାର୍ ବୋମା ବିସ୍ଫୋରଣ ମାଧ୍ୟମରେ ଦେଶ ବିରୋଧୀ ଶକ୍ତି ଦ୍ୱାରା କରାଯାଇଥିବା ଏକ ଜଘନ୍ୟ ଆତଙ୍କବାଦୀ ଘଟଣା ଦେଖିଛି । କ୍ୟାବିନେଟ୍ ନିର୍ଦ୍ଦେଶ ଦେଇଛି ଯେ ଘଟଣାର ତଦନ୍ତ ଅତ୍ୟନ୍ତ ତ୍ୱରିତ ଏବଂ ପେସାଦର ଭାବରେ କରାଯିବା ଉଚିତ । ଏହା ଦ୍ଵାରା ଅପରାଧୀ, ସେମାନଙ୍କର ସହଯୋଗୀ ଏବଂ ସେମାନଙ୍କର ପ୍ରାୟୋଜକମାନଙ୍କୁ ଚିହ୍ନଟ କରାଯାଇ ବିଳମ୍ବ ନକରି ନ୍ୟାୟ ପ୍ରଦାନ କରାଯାଇପାରିବ।”

#WATCH | Union Cabinet today passed a resolution condemning the November 10 Delhi terror incident and paid its respects to the victims

“The country has witnessed a heinous terrorist incident perpetrated by anti-national forces through a car explosion near Red Fort on 10th… pic.twitter.com/Rs31CldHzH

— ANI (@ANI) November 12, 2025

ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଉପସ୍ଥିତ ଥିଲେ । ବୈଠକରେ ଦିଲ୍ଲୀ ବିସ୍ଫୋରଣର ତଦନ୍ତ ଏବଂ ସୁରକ୍ଷା ଏଜେନ୍ସିଗୁଡ଼ିକର ରିପୋର୍ଟ ଉପରେ ଆଲୋଚନା ହୋଇଥିଲା । ବୈଠକ ପରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଛାଡିଥିଲେ । କ୍ୟାବିନେଟ୍ ବୈଠକ ପରେ ପ୍ରଧାନମନ୍ତ୍ରୀ ପ୍ରାୟ ଅଧ ଘଣ୍ଟା ଧରି ଗୃହମନ୍ତ୍ରୀ ଶାହଙ୍କ ସହ ଏକ ପୃଥକ ବୈଠକ କରିଥିଲେ ।

Scroll to Top