ନୂଆଦିଲ୍ଲୀ, ୦୮/୦୪ : ଚାଲିଲା କେଏଲ ରାହୁଲଙ୍କ ବ୍ୟାଟ୍ । ବର୍ଷା କଲେ ଛକା ଏବଂ ଚଉକା । ଚେଜ୍ କଲେ ଗୁଜୁରାଟ ଟାଇଟନ୍ସର ବିଶାଳ ବିଜୟ ଲକ୍ଷ୍ୟ । ବୁଧବାର ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଇଥିବା ହାଇସ୍କୋରିଂ ମୁକାବିଲାରେ କ୍ୟାପିଟାଲ୍ସ ବାଜି ମାରି ନେଇଛି । ଦଳ 00 ଓ୍ୱିକେଟରେ ଗୁଜୁରାଟକୁ ପରାସ୍ତ କରିଛି ।
ମୁକାବିଲାରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଗୁଜରାଟ । ଓପନର ସାଇ ସୁଦର୍ଶନ ସଅଳ ଆଉଟ୍ ହୋଇଯାଇଥିଲେ । କିନ୍ତୁ ଅଧିନାୟକ ଶୁଭମନ୍ ଗିଲ ଏବଂ ଜସ୍ ବଟଲର ସ୍କୋରକୁ ଆଗରୁ ନେଇଥିଲେ । ଉଭୟେ ବିସ୍ଫୋରକ ବ୍ୟାଟିଂ କରି ଅର୍ଧଶତକ ଲଗାଇଥିଲେ । ବଟଲର ଆଉଟ୍ ହେଲା ପରେ ଓ୍ୱାଶିଂଟନ୍ ସୁନ୍ଦର ମଧ୍ୟ ଦମଦାର ଅର୍ଧଶତକ ହାସଲ କରିଥିଲେ । ଫଳରେ ଗୁଜୁରାଟ ନିର୍ଧାରିତ ୨୦ ଓଭରରେ ୪ ଓ୍ୱିକେଟ୍ ହରାଇ ୨୧୦ ରନ୍ କରିଥିଲା ।
ତେବେ ୨୧୧ ରନର ବିଜୟ ଲକ୍ଷ୍ୟକୁ ଚେଜ୍ କରିବା ପାଇଁ ଓହ୍ୱାଇଥିଲେ କେଏଲ ରାହୁଲ ଏବଂ ପାଥୁମ ନିଶଙ୍କା । ଉଭୟେ ଜବରଦସ୍ତ ବ୍ୟାଟିଂ କରିଥିଲେ । ନିଶଙ୍କା ୪୧ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । କିନ୍ତୁ ରାହୁଲ ଅଟକି ନଥିଲେ । ସେ ଶେଷ ଯାଏଁ ରହି ଦଳକୁ ବିଜୟୀ କରାଯଇଥିଲେ । ରାହୁଲ 00 ରନ୍ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନୀତିଶ ରାଣା ୫ ଏବଂ ସମୀର ରିଜଭୀ ୧ ରନ୍ କରିଛନ୍ତି । ସେହିପରି ଟି ଷ୍ଟବସ୍ ଶେଷ ଆଡକୁ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଷ୍ଟବସ୍ 00 ରନ୍ କରିଥିଲେ ।ଫଳରେ ୫ ଓ୍ୱିକେଟ୍ ବାକି ଥାଇ ଦିଲ୍ଲୀ ମ୍ୟାଚ୍ ଜିତିନେଇଛି ।
ଗୁଜରାଟ ପକ୍ଷରୁ ରଶିଦ ଖାନ ତିନୋଟି ଓ୍ୱିକେଟ୍ ନେଇଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ଗୋଟିଏ ଓ୍ୱିକେଟ୍ ଅକ୍ତିଆର କରିଛନ୍ତି ।




