Dasara Utsav 2025: ଏଥର ଦଶହରାରେ ୧୪ଟି ବିଭାଗରେ ପୂଜା ପେଣ୍ଡାଲକୁ ପୁରସ୍କୃତ କରିବ ଓଟିଭି, ଭୋଟ ଦେବେ ସାଧାରଣ ଜନତା

dasara-utsav-2025:-ଏଥର-ଦଶହରାରେ-୧୪ଟି-ବିଭାଗରେ-ପୂଜା-ପେଣ୍ଡାଲକୁ-ପୁରସ୍କୃତ-କରିବ-ଓଟିଭି,-ଭୋଟ-ଦେବେ-ସାଧାରଣ-ଜନତା

ଏଥର ଟ୍ୱିନସିଟି ଦଶହରା ପାଇଁ ଏକ ନୂଆ ଯୋଜନା ଆଣିଛି ଓଡ଼ିଶାର ନମ୍ୱର-୧ ନ୍ୟୁଜ୍ ଚ୍ୟାନେଲ୍ ଓଟିଭି। ପୂଜା ପେଣ୍ଡାଲଗୁଡ଼ିକୁ ଉତ୍ସାହିତ କରିବାକୁ ଓଡ଼ିଶା ଟେଲିଭିଜନ ଆରମ୍ଭ କରିଛି ଓଟିଭି ଦଶରା ଉତ୍ସବ ୨୦୨୫। ଏହି କାର୍ଯ୍ୟକ୍ରମରେ ପ୍ରଥମଥର ପାଇଁ ଟ୍ୱିନସିଟିର ପେଣ୍ଡାଲ ଗୁଡ଼ିକ ଭିତରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହେବ ଏବଂ ବିଭିନ୍ନ ବିଭାଗରେ ଉତ୍କର୍ଷତା ପାଇଁ ସେମାନଙ୍କୁ ପୁରସ୍କୃତ କରାଯିବ।

ଧରାପୃଷ୍ଠକୁ ପୁଣି ଆସିଛନ୍ତି ମାଆ। ମାଆଙ୍କୁ ସ୍ୱାଗତ କରିବାକୁ ପ୍ରକୃତି ନିଜକୁ ସଜେଇଛି କାଶତଣ୍ଡିରେ। ଧୀରେ ଧୀରେ ଉତ୍ସବମୁଖର ହେବାରେ ଲାଗିଛି ପରିବେଶ। ସଜେଇ ହେଲେଣି ବଜାର ଓ ଗାଁର ପୂଜା ପେଣ୍ଡାଲ। ପୂଜା କମିଟି ଗୁଡ଼ିକ ଭିତରେ ତତ୍ପରତା ଲାଗି ରହିଛି। ସମସ୍ତଙ୍କ ଭିତରେ ଦଶହରା ପୂଜା ପାଇଁ ଉତ୍ସାହ। ଛୁଟି ଆରମ୍ଭ ହୋଇଗଲେ କିଏ ଗାଁରୁ ଯିବାକୁ ପ୍ଲାନ୍ କରିଛନ୍ତି ତ କିଏ ବାହାରକୁ ବୁଲି ଯିବାକୁ ତୟାର ହେଲେଣି। ପୁଣି କିଏ ବୋନସ୍ ପଇସାରେ ପୂଜା କିଣାକିଣି କରିବାକୁ ପ୍ଲାନ୍ କରିଛନ୍ତି।

ତେବେ ଏଥର ଟ୍ୱିନସିଟି ଦଶହରା ପାଇଁ ଏକ ନୂଆ ଯୋଜନା ଆଣିଛି ଓଡ଼ିଶାର ନମ୍ୱର-୧ ନ୍ୟୁଜ୍ ଚ୍ୟାନେଲ୍ ଓଟିଭି। ପୂଜା ପେଣ୍ଡାଲଗୁଡ଼ିକୁ ଉତ୍ସାହିତ କରିବାକୁ ଓଡ଼ିଶା ଟେଲିଭିଜନ ଆରମ୍ଭ କରିଛି ଓଟିଭି ଦଶରା ଉତ୍ସବ ୨୦୨୫। ଏହି କାର୍ଯ୍ୟକ୍ରମରେ ପ୍ରଥମଥର ପାଇଁ ଟ୍ୱିନସିଟିର ପେଣ୍ଡାଲ ଗୁଡ଼ିକ ଭିତରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହେବ ଏବଂ ବିଭିନ୍ନ ବିଭାଗରେ ଉତ୍କର୍ଷତା ପାଇଁ ସେମାନଙ୍କୁ ପୁରସ୍କୃତ କରାଯିବ। ଓଟିଭି ତରଫରୁ ଆରମ୍ଭ କରାଯାଇଥିବା ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଅନଲାଇନ୍ ପଞ୍ଜିକରଣ ବ୍ୟବସ୍ଥା କରାଯାଇଛି। କଟକ ଓ ଭୁବନେଶ୍ୱରର ପୂଜା କମିଟି ଗୁଡ଼ିକ ନିଜ ନିଜ ପେଣ୍ଡାଲ ସଂପର୍କରେ ତଥ୍ୟ ଓ ଫଟୋ ଅପଲୋଡ଼ କରି ପ୍ରତିଯୋଗିତାରେ ଭାଗ ନେଇପାରିବେ। ଓଟିଭି ତରଫରୁ ଏ ନେଇ ପୂଜା କମିଟି ଗୁଡ଼ିକୁ ଅନୁରୋଧ କରାଯାଇଛି।

କଟକ ଓ ଭୁବନେଶ୍ୱରର ପୂଜା ପେଣ୍ଡାଲ ଗୁଡ଼ିକ ସବୁବେଳେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱିତାରେ ପଦାର୍ପଣ କରିଥାନ୍ତି। ମାଆଙ୍କ ମେଢ଼ ତିଆରିଠାରୁ ଆରମ୍ଭ କରି ପୂଜା ତୋରଣ ଯାଏଁ, ତା ସହିତ ଆଲୋକସଜ୍ଜା, ନୀତି ଅନୁଯାୟୀ ମାଆଙ୍କ ପୂଜାର୍ଚ୍ଚନା, ଭୋଗ ବଣ୍ଟନ, ସବୁଥିରେ ନୂଆ କିଛି କରିବାକୁ ପରସ୍ପର ଭିତରେ ଶୀତଳ ପ୍ରତିଯୋଗିତା ଲାଗି ରହିଥାଏ। ସେହିପରି ପୂଜାବେଳେ ଭଜନ ସମାରୋହ କିମ୍ବା ମେଲୋଡ଼ି ପାର୍ଟି ଡାକିବା ମଧ୍ୟ ଦେଖିବାକୁ ମିଳିଥାଏ।

ଅନେକ ସ୍ଥାନରେ ଥିମ୍ ଅନୁଯାୟୀ ପୂଜା ତୋରଣ ତିଆରି ହୋଇଥାଏ। କିଏ ପୁରୁଣା ମନ୍ଦିର ଷ୍ଟାଇଲ୍ ଆପଣାଇଥାଏ ତ ଆଉ କିଏ ମୋଗଲ ରାଜପ୍ରାସାଦ। ସେହିପରି ଅନେକ ଜାଗାରେ ମୀନାବଜାର ଆୟୋଜନ ଦ୍ୱାରା ପୂଜା ଭିଡ଼କୁ ଇନ୍ଧନ ଯୋଗାଇଥାଏ। ଅନେକ ସ୍ଥାନରେ ପାର୍ଶ୍ୱ ଦେବାଦେବୀଙ୍କ ସାଜସଜ୍ଜା ବେଶୀ ଆକର୍ଷଣୀୟ ହୋଇଥାଏ। ଉଭୟ କଟକ ଓ ଭୁବନେଶ୍ୱରରେ ରାତି ସାରା ପୂଜା ପେଣ୍ଡାଲ ଖୋଲା ରହିଥାଏ, ଲୋକେ ମଧ୍ୟ ସାରା ରାତି ପୂଜା ବୁଲିବାର ମଜା ନେଇଥାନ୍ତି।

ଏଭଳି ସ୍ଥିତିରେ, ଯେଉଁଠି ପୂଜା ପେଣ୍ଡାଲଗୁଡ଼ିକ ମଧ୍ୟରେ ମୂଳରୁ ହିଁ ପ୍ରତିଯୋଗିତା ରହିଛି, ସେଭଳି ସମୟରେ ଓଟିଭି ନିଷ୍ପତ୍ତି ନେଇଥିଲା ଏଥିପାଇଁ ପୂଜା ଆୟୋଜକ ମାନଙ୍କ ପାଇଁ ଏକ ପ୍ରତିଯୋଗିତାର ଆୟାଜନ କରିବାକୁ। ମୋଟ ୧୪ଟି ବିଭାଗରେ ପୁରସ୍କାର ଦେବାକୁ ସଂସ୍ଥା ତରଫରୁ ନିଷ୍ପତ୍ତି ନିଆଯାଇଛି। ବିଭାଗ ଗୁଡ଼ିକ ହେଲା- ୧-ବେଷ୍ଟ ପୂଜା ତୋରଣ, ୨-ବେଷ୍ଟ ପୂଜା ମେଢ଼, ୩-ବେଷ୍ଟ ଅଳଙ୍କାର, ୪-ବେଷ୍ଟ ସାଜସଜ୍ଜା, ୫-ବେଷ୍ଟ ଆଲୋକସଜ୍ଜା, ୬-ବେଷ୍ଟ ଥିମ୍, ୭-ବେଷ୍ଟ ବାରୁଆଳି, ୮-ବେଷ୍ଟ ଭୋଗ, ୯-ବେଷ୍ଟ ଷ୍ଟେଜ୍ ପ୍ରୋଗ୍ରାମ୍, ୧୦-ବେଷ୍ଟ ମୀନା ବଜାର, ୧୧-ସବୁଠୁ ବଡ଼ ମେଢ଼, ୧୨-ବେଷ୍ଟ କ୍ରିଏଟିଭିଟି, ୧୩-ବେଷ୍ଟ ଅଲରାଉଣ୍ଡର୍, ୧୪-ସବୁଠୁ ଧନୀ ମେଢ଼।

ଏହି ବିଭାଗ ପାଇଁ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଥିବା କେବଳ କଟକ ଓ ଭୁବନେଶ୍ୱରର ଦଶହରା ପୂଜା କମିଟି ଗୁଡ଼ିକ www.odishatv.in ୱେବସାଇଟକୁ ଯାଇ dasara-2025ରେ କ୍ଲିକ୍ କରନ୍ତୁ ଓ ସେଠି ନିଜ ପେଣ୍ଡାଲର ମେଢ଼ ଓ ତୋରଣ ଫଟୋ ଅପଲୋଡ଼ କରନ୍ତୁ। ଏହି ନୋମିନିଗୁଡିକୁ ନେଇ ସାଧାରଣ ଜନତା ଭୋଟ୍ ଦେବେ, ଶେଷରେ ଜୁରିମାନେ ଫାଇନାଲ୍ କରିବେ ବିଜେତା କିଏ।

Scroll to Top