ମୋବାଇଲ ୟୁଜରଙ୍କ ପାଇଁ ବଡ ସୁଯୋଗ । ୧ ଟଙ୍କାରେ ପାଆନ୍ତୁ ଅନଲିମିଟେଡ୍ କଲ୍, ଡେଲି 2GB ଡାଟା । ମାସେ ଯାଏଁ ସବୁ ଫ୍ରି । ଦୀପାବଳି ପାଇଁ ଦେଶର BSNL ଆଣିଛି ଏମିତି ଦମଦାର ଅଫର୍ ସୁଯୋଗ ।
![]()
/odishatv-khabar/media/media_files/2025/10/17/bsnl-diwali-offer-2025-10-17-13-28-58.jpg)
BSNL-DIWALI-OFFER Photograph: (OTV)
ଆସିଲା ଦମଦାର ଦିୱାଲି ଅଫର୍….ମୋବାଇଲ ୟୁଜରଙ୍କ ପାଇଁ ବଡ ସୁଯୋଗ। ୧ ଟଙ୍କାରେ ପାଆନ୍ତୁ ଅନଲିମିଟେଡ୍ କଲ୍, ଡେଲି 2GB ଡାଟା । ମାସେ ଯାଏଁ ସବୁ ଫ୍ରି…ଆଜ୍ଞା ହଁ ! ଦୀପାବଳି ପାଇଁ ଦେଶର ସରକାରୀ ଟେଲିକମ୍ କମ୍ପାନୀ BSNL ଆଣିଛି ଏମିତି ଦମଦାର ଅଫର୍ ସୁଯୋଗ । ୧ ଟଙ୍କାରେ ଗୋଟିଏ ମାସ ପାଇଁ ମାଗଣାରେ ଦେଉଛି ଅନଲିମିଟେଡ୍ କଲ୍ ସୁବିଧା । BSNL ପକ୍ଷରୁ ଦିୱାଲି ବୋନାଞ୍ଜା ନାଁରେ ଆସିଛି ଏହି ଅଫର । ଏଥିରେ ଗ୍ରାହକମାନେ ମାତ୍ର 1 ଟଙ୍କା ଟୋକନ ମନି ଦେଇ ଗୋଟିଏ ମାସ ପାଇଁ ମାଗଣାରେ କଲ୍ ସୁବିଧା ଥିବା ସିମ୍ ସଂଯୋଗ ନେଇପାରିବେ ।
ଯଦି ଆପଣ BSNL ନେଟୱାର୍କ ସହ ଯୋଡି ହେବାକୁ ଚାହାଁନ୍ତି, ତାହେଲେ କେବଳ ୧ ଟଙ୍କାରେ ଅନଲିମିଟେଡ କଲ୍, ଡେଲି 2GB ଡାଟା ଓ ୧୦୦ SMS ସୁବିଧା ପାଇପାରିବେ । ତେବେ ଏହା କେବଳ ନୂଆ ଗ୍ରାହକଙ୍କ ପାଇଁ । ଆପଣ ୧ ଟଙ୍କାରେ ସିମ୍ କିଣିପାରିବେ ଓ BSNL ନେଟୱାର୍କ ୟୁଜର ହୋଇ ଏହି ଅଫରର ଫାଇଦା ଉଠାଇପାରିବେ । ଅକ୍ଟୋବର ୧୫ରୁ ନଭେମ୍ବର ୧୫ ଯାଏଁ ଏହି ଅଫର୍ ବୈଧ ରହିବ ।
BSNL ଆପଣଙ୍କୁ ଫ୍ରି ସିମ୍ ଦେବ । ଅର୍ଥାତ୍ ୧ ଟଙ୍କାରେ ସିମ୍ କିଣି ୩୦ ଦିନ ପାଇଁ ଅଫର୍ର ଲାଭ ନେଇପାରିପାରିବେ । ଏହାପରେ ଆପଣ ରିଚାର୍ଜ ପ୍ଲାନ ଅନୁସାରେ ଆଗକୁ ରିଚାର୍ଜ କରିପାରିବେ । ଯଦି ଆପଣ ଅନ୍ୟ କେଉଁ ଟେଲିକମ କମ୍ପାନୀ ୟୁଜର ଓ BSNL 4G ନେଟୱାର୍କକୁ ସ୍ୱିଚ୍ କରିବାକୁ ଚାହାଁନ୍ତି ତାହେଲେ ବି ଏହି ଅଫର୍ର ଫାଇଦା ଉଠାଇପାରିବେ ।
ଅଧିକ ଦେଖନ୍ତୁ:




