D

d

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣରେ ଆସିଛି ବଡ଼ ଅପଡେଟ୍। ଡାକ୍ତର ଉମର ନାବି ଚଲାଉଥିଲା କାର୍। DNA ଟେଷ୍ଟ ପରେ ସବୁ କଳ୍ପନାଜଳ୍ପନାରୁ ଉଠିଲା ପରଦା। i20 କାର୍ ଚଲାଉଥିଲା ଆତଙ୍କୀ ଡାକ୍ତର ଉମର।

author-image

delhi-blast

delhi-blast Photograph: (OTV)

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣରେ ଆସିଛି ବଡ଼ ଅପଡେଟ୍। ଡାକ୍ତର ଉମର ନାବି ଚଲାଉଥିଲା କାର୍। DNA ଟେଷ୍ଟ ପରେ ସବୁ କଳ୍ପନାଜଳ୍ପନାରୁ ଉଠିଲା ପରଦା। i20 କାର୍ ଚଲାଉଥିଲା ଆତଙ୍କୀ ଡାକ୍ତର ଉମର। ତା ପରିବାରଲୋକଙ୍କ DNA ସାମ୍ପଲ୍ ଟେଷ୍ଟ କରାଯାଇଥିଲା। ଯେଉଁ ରିପୋର୍ଟ ଆସିବା ପରେ ପୁରା ଘଟଣା ଏବେ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି।  

i20 କାର୍ ଚଲାଉଥିଲା ଉମର, ସେ ହିଁ ଏହି ବିସ୍ଫୋରଣ କରାଇଛି। ବିସ୍ଫୋରଣ ପରେ ତା ଗୋଡ଼ ଷ୍ଟିୟରିଂରେ ଫସିଥିଲା। ଏସବୁ ଭିତରେ ଆସିଛି ବିସ୍ଫୋରଣର ଛାତିଥରା ଦୃଶ୍ୟ। ଯେଉଁଥିରେ ଟ୍ରାଫିକରେ ଥିବା I20 କାର୍ ଅତି ଭୀଷଣ ଭାବେ ଜଳି ଯାଉଛି। ଏହି ଘଟଣାରେ ଏବେ ଯାଏଁ ୧୨ ଜଣଙ୍କ ମୃତ୍ୟୁ ହୋଇଛି। 

ସେପଟେ ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ସହ ଆଉ ଏକ ନାଲି ରଙ୍ଗର କାର ଲିଙ୍କ୍। ଘଟଣା ଦିନ ଆଉ କିଛି ସନ୍ଦିଗ୍ଧ ବ୍ୟବହାର କରିଥିବା ଏହି କାରଟି ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ଏବେ ତାର ପତ୍ତା ମିଳିଛି। ଫରିଦାବାଦରୁ ଏହି ନାଲି ରଙ୍ଗର ଇକୋସ୍ପୋର୍ଟ କାରକୁ ଜବତ କରିଛି ଫରିଦାବାଦ ପୋଲିସ।

ଖଣ୍ଡୱାଲି ଗାଁ ପାଖରୁ କାରଟି ମିଳିବା ପରେ ଏନଆଇଏ ଟିମ୍ ଓ କେନ୍ଦ୍ରୀୟ ଫରେନସିକ୍ ଟିମ୍ ପହଞ୍ଚି କାରଟିକୁ ଯା଼ଂଚ କରିଛନ୍ତି। ଏହି କାରର ନମ୍ବର DL 10 CK 0458। ସନ୍ଦିଗ୍ଧ ଆତଙ୍କୀ ଡା. ଉମର ଉନ୍ ନାବି ନାଁରେ ଏହି କାରର ମାଲିକାନା ରହିଛି। ସେ ହିଁ ଦିଲ୍ଲୀ ବ୍ଲାଷ୍ଟର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। i20 କାରଟି ବିସ୍ଫୋରଣରେ ଉଡ଼ିଯିବା ପରେ ଲାଲ ରଙ୍ଗର କାରକୁ ଖୋଜା ଚାଲିଥିଲା। ସେହି କାରର ମଧ୍ୟ ବିସ୍ଫୋରକ ଥିବା ସନ୍ଦେହ କରାଯାଉଥିଲା। ଏଥିପାଇଁ 4 ରାଜ୍ୟର ପୋଲିସକୁ ଆଲର୍ଟ କରାଯାଇଥିଲା।…

ଉମର ଚଲାଉଥିଲା କାର୍ 
ଦିଲ୍ଲୀ ଆତଙ୍କୀ ବିସ୍ଫୋରଣ ମାମଲାରେ ବଡ଼ ଅପଡେଟ୍ 
ବିସ୍ଫୋରଣ ହୋଇଥିବା i20 କାର୍ ରେ ଥିଲା ଡାକ୍ତର ଉମର  
i20 କାର୍ ଚଲାଉଥିଲା ଆତଙ୍କୀ ଡାକ୍ତର ଉମର  
DNA ଟେଷ୍ଟ ପରେ ଜଣାପଡ଼ିଲା ପରିଚୟ
ଡାକ୍ତର ଉମର ସହ ତା ପରିବାରଲୋକଙ୍କ DNA ସାମ୍ପଲ୍ ମ୍ୟାଚ୍
ଷ୍ଟିୟରିଂରେ ଫସିଥିଲା ଡାକ୍ତର ଉମର ନାବିର ଗୋଡ଼
ଦିଲ୍ଲୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି 

Scroll to Top