D

d

ପୀଡ଼ିତାଙ୍କ ବୟଫ୍ରେଣ୍ଡଙ୍କୁ ଗିରଫ କଲା ଦୁର୍ଗାପୁର ପୋଲିସ। କ୍ୟାମ୍ପସ ବାହାରକୁ ନେବା ପାଇଁ ପ୍ରବର୍ତ୍ତାଇ ଥିବା ଅଭିଯୋଗରେ ଗିରଫ। ଗିରଫ ବୟଫ୍ରେଣ୍ଡକୁ ଆଜି କରାଯିବ କୋର୍ଟ ଚାଲାଣ କରାଯିବ।

author-image

Durgapur

Durgapur Photograph: (OTV)

ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାରେ ପୁରୁଷ ବନ୍ଧୁ ଗିରଫ। ପୀଡ଼ିତାଙ୍କ ସହପାଠୀ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ଦୁର୍ଗାପୁର ପୋଲିସ। ଏନେଇ ଆସାନସୋଲ-ଦୁର୍ଗାପୁର କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। କ୍ୟାମ୍ପସ ବାହାରକୁ ନେବା ପାଇଁ ପ୍ରବର୍ତ୍ତାଇ ଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ। 
ଏଯାବତ୍ ବୟଫ୍ରେଣ୍ଡକୁ ମିଶାଇ ଗିରଫଦାରୀ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଆସାନସୋଲ-ଦୁର୍ଗାପୁର ପୋଲିସ କମିଶନର କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଟେକ୍ନିକାଲ୍ ପ୍ରମାଣ ଓ ପୀଡିତାଙ୍କ ବୟାନ ଆଧାରରେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଶାରୀରିକ ଯୌନ ନିର୍ଯାତନା କରିଛନ୍ତି। ଅନ୍ୟ ୫ ଜଣଙ୍କର କିଭଳି ସମ୍ପୃକ୍ତି ରହିଛି ସେନେଇ ତଦନ୍ତ କରାଯାଉଛି। ପୀଡିତାଙ୍କ ପୁରୁଷ ବନ୍ଧୁଙ୍କ ଭୂମିକା ମଧ୍ୟ ସନ୍ଦେହ ବାହାରେ ନୁହେଁ। 
ତାଙ୍କ ଭୂମିକା ଉପରେ ବି ତଦନ୍ତ କରାଯାଉଥିବା ବେଳେ ତାଙ୍କୁ ବି ଗିରଫ ପୂର୍ବରୁ ଅନେକ ଥର ପଚରାଉଚରା କରିଛି ପୋଲିସ। ଅଭିଯୁକ୍ତ ଛଡ଼ାଇ ନେଇଥିବା ମୋବାଇଲ୍ ଫୋନ୍ ଜବତ ହୋଇଛି। ପୁରୁଷ ବନ୍ଧୁଙ୍କ ଭୂମିକା ସନ୍ଦେହ ଘେରରେ ଥିବା ବେଳେ ପୀଡ଼ିତାଙ୍କ ବାପା ତାଙ୍କୁ ଗିରଫ କରିବାକୁ ଦାବି ବି କରୁଥିଲେ।

ଅଧିକ ଦେଖନ୍ତୁ:

Scroll to Top