D

d

ସାମ୍ନାକୁ ଆସିଲା ଦିଲ୍ଲୀ ବ୍ଲାଷ୍ଟ ପୂର୍ବର ସିସିଟିଭି ଫୁଟେଜ। ନଜର ଆସିଲା ଦିଲ୍ଲୀ ବିସ୍ଫୋରଣ ମାମଲାର ସନ୍ଦିଗ୍ଧ ଯୁବକ। i20 କାରରେ ବସିଥିବା ବେଳେ ସନ୍ଦିଗ୍ଧ ଯୁବକ ଉମରର ଫଟୋ ଆସିଲା।

author-image

Delhi Blast

Delhi Blast Photograph: (OTV)

ଦିଲ୍ଲୀ ବିସ୍ଫୋରଣର ଠିକ୍ ପୂର୍ବରୁ ଘଟିଥିଲା କଣ ? ସାମ୍ନାକୁ ଆସିଲା ବ୍ଲାଷ୍ଟ ପୂର୍ବର ସିସିଟିଭି ଫୁଟେଜ। ଯେଉଁଥିରେ ନଜର ଆସିଛି ଦିଲ୍ଲୀ ବିସ୍ଫୋରଣ ଘଟଣା ସନ୍ଦିଗ୍ଧ ଯୁବକ ଉମର। i20 କାରରେ ବସିଥିବା ବେଳେ ସନ୍ଦିଗ୍ଧ ଯୁବକର ଫଟୋ ସାମ୍ନାକୁ ଆସିଛି । ସନ୍ଦିଗ୍ଧ ଯୁବକ ନୀଳ ଓ କଳାରଙ୍ଗର ଟି-ସାର୍ଟ ପିନ୍ଧିଥିବା ସିସିଟିଭିରେ ଦେଖାଯାଉଛି ।

ବିସ୍ଫୋରଣର ୩ ଘଣ୍ଟା ପୂର୍ବରୁ ଲାଲ୍ କିଲ୍ଲା ନିକଟରେ ପାର୍କିଂ ହୋଇଥିଲା ସଂପୃକ୍ତ କାର୍ ।  ଲାଲକିଲ୍ଲା ପାର୍କିଂରେ ୩ ଘଣ୍ଟା ଧରି ଥୁଆ ହୋଇଥିଲା ବିସ୍ଫୋରଣରେ ବ୍ୟବହୃତ ହୋଇଥିବା କାର୍ । ଗତକାଲି ଅପରାହ୍ନ ୩ଟା ୧୯ରେ କିଲର୍ i-20 ପ୍ରବେଶ କରିବା ସହିତ ସନ୍ଧ୍ୟା ୬ଟା ୪୮ ପର୍ଯ୍ୟନ୍ତ ସେଠାରେ ଛିଡ଼ା ହୋଇଥିଲା । ପରେ ସେଠାରୁ ଧୀର ଗତିରେ ବାହାରିଆସି ରେଡ୍ ଲାଇଟ୍ ନିକଟରେ ପହଞ୍ଚିଥିଲା ।

ଏହାପରେ ସଂଧ୍ୟା ୬ଟା ୫୨ ମିନିଟ୍ ରେ ଲାଲ୍ କିଲ୍ଲା ନିକଟରେ ବିସ୍ଫୋରଣ ଘଟିଥିଲା । ପାର୍କିଂରେ ପ୍ରବେଶ କରିବା ବେଳେ ଉମର କାରର ୱିଣ୍ଡୋରେ ହାତ ରଖିଥିବା ଦେଖିବାକୁ ମିଳିଛି । ଅନ୍ୟଏକ ସିସିଟିଫି ଫୁଟେଜରେ ସେହି କାରଟି ଦିଲ୍ଲୀର ଜନଗହଳି ଅଞ୍ଚଳରେ ମଧ୍ୟ ଥିବା ଦେଖିବାକୁ ମିଳିଛି ।


•    ସାମ୍ନାକୁ ଆସିଲା ଦିଲ୍ଲୀ ବ୍ଲାଷ୍ଟ ପୂର୍ବର ସିସିଟିଭି ଫୁଟେଜ
•    ନଜର ଆସିଲା ଦିଲ୍ଲୀ ବିସ୍ଫୋରଣ ମାମଲାର ସନ୍ଦିଗ୍ଧ ଯୁବକ
•    i20 କାରରେ ବସିଥିବା ବେଳେ ସନ୍ଦିଗ୍ଧ ଯୁବକ ଉମରର ଫଟୋ ଆସିଲା
•    ସନ୍ଦିଗ୍ଧ ଯୁବକ ନୀଳ ଓ କଳାରଙ୍ଗର ଟି-ସାର୍ଟ ପିନ୍ଧିଥିଲା
•    ବିସ୍ଫୋରଣର ୩ ଘଣ୍ଟା ପୂର୍ବରୁ ଲାଲ୍ କିଲ୍ଲା ନିକଟରେ ପାର୍କିଂ ହୋଇଥିଲା କାର୍
•    ଲାଲକିଲ୍ଲା ପାର୍କିଂରେ ୩ ଘଣ୍ଟା ଧରି ଥୁଆ ହୋଇଥିଲା କାର୍
•    ଅପରାହ୍ନ ୩ଟା ୧୯ରେ ଆସିଥିଲା, ସନ୍ଧ୍ୟା ୬ଟା ୪୮ରେ ଛାଡ଼ିଥିଲା
•    ସଂଧ୍ୟା ୬ଟା ୫୨ ମିନିଟରେ ଲାଲ୍ କିଲ୍ଲା ନିକଟରେ ବିସ୍ଫୋରଣ ଘଟିଥିଲା
•    ପାର୍କିଂରେ ପ୍ରବେଶ ବେଳେ ଉମର କାରର ୱିଣ୍ଡୋରେ ହାତ ରଖିଥିଲା

Scroll to Top