D

d

ଭୟଙ୍କର କାର୍ ବିସ୍ଫୋରଣରେ ଥରିଲା ରାଜଧାନୀ ଦିଲ୍ଲୀ। ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ, ୩୦ରୁ ଅଧିକ ଆହତ। ଘଟଣାର ତଦନ୍ତ କରୁଛି NIA। ସବୁ ସିସିଟିଭି ଯାଞ୍ଚ ପାଇଁ ନିର୍ଦ୍ଦେଶ ରହିଛି।

author-image

Delhi

Delhi Photograph: (OTV)

ଦିଲ୍ଲୀ ଲାଲକିଲ୍ଲା ନିକଟରେ ଭୟଙ୍କର କାର୍ ବିସ୍ଫୋରଣରେ ଦୋହଲି ଯାଇଛି ଦେଶର ରାଜଧାନୀ। ଛାତିଥରା ବିସ୍ଫୋରଣ ପରେ ସବୁଠି ଆତଙ୍କ। ହାଇ ଆଲର୍ଟରେ ପୁରା ଦେଶ। ଦିଲ୍ଲୀ, ମୁମ୍ବାଇ, ହରିୟାଣା, ଉତ୍ତରପ୍ରଦେଶ ସମେତ ଓଡିଶାରେ ହାଇ ଆଲର୍ଟ ଜାରି କରାଯାଇଛି। ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି । ମୃତ୍ୟୁ ସଂଖ୍ୟା ଅଧିକ ହେବା ଆଶଙ୍କା ରହିଛି। 
ତେବେ ବିସ୍ଫୋରଣ ପଛର କାରଣ କଣ ? କିଏ ଏହାର ମାଷ୍ଟର ମାଇଣ୍ଡ ? ଏସବୁର ତଦନ୍ତ NIAକୁ କରୁଛି। ସବୁ ସିସିଟିଭି ଯାଞ୍ଚ ପାଇଁ ନିର୍ଦ୍ଦେଶ ରହିଛି। ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ସ୍ପେଶାଲ ବ୍ରାଞ୍ଚ ଛାନଭିନ୍ ଚଳାଇଛନ୍ତି । 
ଏପଟେ ବିସ୍ଫୋରଣର କିଛି ଘଣ୍ଟା ପୂର୍ବରୁ, ହରିୟାଣାର ଫରିଦାବାଦରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି ବିପୁଳ ପରିମାଣର ଆମୋନିୟମ ନାଇଟ୍ରେଟ୍ ଜବତ କରିଥିଲା । ସନ୍ଧ୍ୟାରେ ହୋଇଥିବା ବିସ୍ଫୋରଣ ଦିଲ୍ଲୀକୁ ଟାର୍ଗେଟ ପାଇଁ ଏକ ବଡ଼ ଷଡଯନ୍ତ୍ରର ଅଂଶ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। 
ଜମ୍ମୁ-କାଶ୍ମୀର ଓ ହରିୟାଣା ପୁଲିସର ଏକ ମିଳିତ ଟିମ୍ ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାସ କରିବା ସହ ହରିୟାଣାର ଫରିଦାବାଦସ୍ଥିତ ଏକ ମେଡିକାଲ୍ କଲେଜ ସହ ଜଡ଼ିତ ଡାକ୍ତରଙ୍କ ଠାରୁ ୩୨୦୦ କେଜିରୁ ଅଧିକ ଆମୋନିୟମ୍ ନାଇଟ୍ରେଟ୍, ବିସ୍ଫୋରକ ତିଆରିରେ ବ୍ୟବହୃତ ରାସାୟନିକ ପଦାର୍ଥ ଏବଂ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି।
•    ଭୟଙ୍କର କାର୍ ବିସ୍ଫୋରଣରେ ଥରିଲା ରାଜଧାନୀ ଦିଲ୍ଲୀ
•    ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ, ୩୦ରୁ ଅଧିକ ଆହତ
•    ଭୟଙ୍କର ବିସ୍ଫୋରଣ ପଛରେ କିଏ, ତଦନ୍ତ କରୁଛି NIA
•    ସବୁ ସିସିଟିଭି ଯାଞ୍ଚ ପାଇଁ ନିର୍ଦ୍ଦେଶ ରହିଛି
•    ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ସ୍ପେଶାଲ ବ୍ରାଞ୍ଚର ଛାନଭିନ୍ 
•    ଦିଲ୍ଲୀକୁ ଦୋହଲାଇ ଦେବାକୁ ହୋଇଥିଲା ବଡ଼ ଷଡଯନ୍ତ୍ର !
•    ବିସ୍ଫୋରଣ ପୂର୍ବରୁ ଫରିଦାବାଦରେ ବିପୁଳ ବିସ୍ଫୋରକ ଜବତ
•    ୩୨୦୦ କେଜି ବୋମା ତିଆରି ରାସାୟନିକ ପଦାର୍ଥ ଜବତ

Scroll to Top