D

d

ପିଲାମାନଙ୍କୁ ପାଠ ପଢ଼ାଇବେ କଣ ଚେୟାରରେ ଆରାମରେ ବସି ଘୁଙ୍ଗୁଡ଼ି ମାରୁଛନ୍ତି। ତେବେ ମଦ ପିଇଛ କି ନାହିଁ ବାବୁ ଜଣଙ୍କୁ ପଚାରିବାରୁ ଦମ୍ଭୋକ୍ତି ମାରୁଛନ୍ତି ଭୋଜି ହୋଇଥିଲା ମୁଁ ପିଇଦେଇଛି।

author-image

Dasapalla-Madua-Headmaster

Dasapalla-Madua-Headmaster Photograph: (OTV)

ଜଣେ ବାବୁ ଏଭଳି କଥା କହୁଛନ୍ତି ଶୁଣିଲେ ମୁଣ୍ଡରେ ହାତ ଦେବେ । ସ୍କୁଲକୁ ମଦ ପିଇକି ଆସିବେ। ଆଉ ସସପେଣ୍ଡ କଲେ କହିବେ ବାଇଗଣ ଚାଷ କରିବି। ଗଞ୍ଜାମ ଦଶପଲ୍ଲା ଥାନା ପଙ୍କୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପ୍ରଧାନ।  ନାଲି ପଡ଼ିଛି ଆଖି, ପାଟି ଥଙ୍ଗ ଥଙ୍ଗ ହେଉଛି ଆଉ ମୁହଁରୁ ଉଡ଼ିଯାଇଛି ରଙ୍ଗ। କାରଣ ପେଟେ ମଦ ପିଇ ସାରେ ଆମର ସ୍କୁଲ ଆସିଛନ୍ତି। ଆଉ ପିଲାମାନଙ୍କୁ ପାଠ ପଢ଼ାଇବେ କଣ ଚେୟାରରେ ଆରାମରେ ବସି ଘୁଙ୍ଗୁଡ଼ି ମାରୁଛନ୍ତି। ତେବେ ମଦ ପିଇଛ କି ନାହିଁ ବାବୁ ଜଣଙ୍କୁ ପଚାରିବାରୁ ଦମ୍ଭୋକ୍ତି ମାରୁଛନ୍ତି ଭୋଜି ହୋଇଥିଲା ମୁଁ ପିଇଦେଇଛି। ସାରେ ଆଉ କଣ ମୁହଁ ଫୁଟାଣି ମାରୁଛନ୍ତି ଶୁଣନ୍ତୁ ।

ସ୍କୁଲରେ ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ପାଖାପାଖି ୪୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଏହି ଜଣିଏ ସାର୍ ଅଛନ୍ତି। ଆଉ ସିଏ ମଧ୍ୟ ମଦ ପିଇ ସ୍କୁଲକୁ ଆସୁଥାନ୍ତି। ଆଉ ପିଲା ମାନଙ୍କୁ ଡ଼ଙ୍କିରେ ମାଡ଼ ମାରିଥାନ୍ତି। ଏପରିକି ମଧ୍ୟାହ୍ନ ଭୋଜନରେ ନିମ୍ନମାନର ତଥା ଖରାପ ଖାଦ୍ୟ ରୋଷେଇ କରିବାକୁ କହିଥାନ୍ତି। ଆଉ ଅଭିଯୋଗ କଲେ ଅଶ୍ଳୀଳ ଭାଷାରେ ଗାଳି କରିବା ସହ ଇଚ୍ଛା ହେଲେ ଖାଅ ନହେଲେ ପଳାଅ ବୋଲି କହିଥାନ୍ତି ରାମଚନ୍ଦ୍ର ସାର୍। ତେଣୁ ତୁରନ୍ତ ଏହି ମଦୁଆ ସାରଙ୍କୁ ବଦଳି କରିବା ପାଇଁ ଦାବି କରିଛନ୍ତି ଛାତ୍ରଛାତ୍ରୀ ।

ତେବେ ଏହି ମଦ୍ୟପ ଶିକ୍ଷକଙ୍କ ପାଇଁ ସ୍କୁଲରେ ହୋଇଛି ହଂଗାମା। ବିଦ୍ୟାଳୟ ଭିତରେ ମଦ୍ୟପାନ କରିବା କଥା ପଚାରିବାରୁ ସେ ଅଭିଭାବକ ମାନଙ୍କୁ ଗାଳି ଗୁଲଜ କରିଥିବା ଅଭିଯୋଗ ହୋଇଛି। ତେଣୁ ଯେପର୍ଯ୍ୟନ୍ତ ରାମଚନ୍ଦ୍ର ସାରଙ୍କୁ ବିଦ୍ୟାଳୟରୁ ବଦଳି ନକରାଯାଇଛି ସେ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢିବା ପାଇଁ ସ୍କୁଲ ଛାଡ଼ିବୁ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି। 

ପିଲାଙ୍କ ଭବିଷ୍ୟତ ଗଢ଼ିବେ କଣ ଅନ୍ଧାର ଭିତରକୁ ଠେଲିଦେବାର କାମ କରୁଛନ୍ତି ମଦୁଆ ସାର୍। ତେବେ ଏନେଇ ଦଶପଲ୍ଲା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ। 

Scroll to Top