ବିଶାଖା ବସ୍ ଭୁବନେଶ୍ୱରରୁ ସୋରଡା ଯାଉଥିବା ବେଳେ ଖୋର୍ଦ୍ଧା ବୋଲଗଡଠାରେ ଅସୁସ୍ଥତା ଅନୁଭବ କରିଥିଲେ ଡ୍ରାଇଭର୍ । ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଏହାପରେ ତୁରନ୍ତ ସେ ରାସ୍ତାକଡରେ ବସ୍ ଅଟକାଇ ଦେଇଥିଲେ ।
/odishatv-khabar/media/media_files/2025/11/03/khordha-driver-heart-attack-2025-11-03-15-18-25.jpg)
KHORDHA-DRIVER-HEART-ATTACK Photograph: (OTV)
ଥରେ ଭାବନ୍ତୁ ଆପଣ ଗୋଟିଏ ବସ୍ରେ ଯାତ୍ରା କରୁଛନ୍ତି ଆଉ ଅଧାବାଟରେ ବସ୍ ଡ୍ରାଇଭର ହଠାତ୍ ଅଚେତ୍ ହୋଇଯାଉଛନ୍ତି । କ’ଣ ହେବ ଆପଣଙ୍କର ଅବସ୍ଥା ! ଭାବିଲା ବେଳକୁ ବି ଦେହ ଥରିଯାଉଛି । ହେଲେ କାଲି ଭୁବନେଶ୍ୱରରୁ ସୋରଡା ଯାଉଥିବା ବିଶାଖା ବସ୍ର ଯାତ୍ରୀମାନଙ୍କ ସହ ଘଟିଥିଲା କିଛି ଏପରି ଘଟଣା ।
ବସ୍ ଚାଲୁଥିବା ବେଳେ ଅଚାନକ ଡ୍ରାଇଭରଙ୍କ ହାର୍ଟଆଟାକ୍ ଆସିଥିଲା । ହେଲେ ଡ୍ରାଇଭର ଜଣକ ସିନା ନିଜେ ଚାଲିଗଲେ, କିନ୍ତୁ ନିଜର ଉପସ୍ଥିତି ବୁଦ୍ଧି ବଦଳରେ ବଞ୍ଚାଇ ଦେଇଥିଲେ ୫୦ ଯାତ୍ରୀଙ୍କ ଜୀବନ ।
ବିଶାଖା ବସ୍ ଭୁବନେଶ୍ୱରରୁ ସୋରଡା ଯାଉଥିବା ବେଳେ ଖୋର୍ଦ୍ଧା ବୋଲଗଡଠାରେ ଅସୁସ୍ଥତା ଅନୁଭବ କରିଥିଲେ ଡ୍ରାଇଭର୍ । ହଠାତ୍ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଏହାପରେ ତୁରନ୍ତ ସେ ରାସ୍ତାକଡରେ ବସ୍ ଅଟକାଇ ଦେଇଥିଲେ । ଆଉ ସାଙ୍ଗେ ସାଙ୍ଗେ ଅଚେତ୍ ହୋଇଯାଇଥିଲେ । ଡ୍ରାଇଭରଙ୍କୁ ଉଦ୍ଧାର କରି ନିକଟସ୍ଥ ବୋଲଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେତେବେଳକୁ ଚାଲିଯାଇଥିଲେ ଜୀବନ ।
ଡ୍ରାଇଭରଙ୍କ ନାମ ଶରତ ଓ ତାଙ୍କ ଘର ଗୋଡିଆଳିରେ ବୋଲି ଜଣାପଡିଛି । ତେବେ ନିଜର ମୃତ୍ୟୁ ପୂର୍ବରୁ ବସ୍ରେ ଯାତ୍ରା କରୁଥିବା ୫୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଦେଇଥିଲେ ଡ୍ରାଇଭର୍ । ମୃତ୍ୟୁ ପୂର୍ବରୁ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳି ଯାଇଥିଲା ଏକ ବଡ଼ ଦୁର୍ଘଟଣା ।




