D

d

ନାଇଜେରିଆ ସରକାର ଦେଶର ଖ୍ରୀଷ୍ଟିଆନମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହେବାରୁ ସେଠାରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସେନାକୁ ଟ୍ରମ୍ପ୍ ନିର୍ଦ୍ଦେଶ ଦେଇଛନ୍ତି।

author-image

Trump-Warns-For-War

Trump-Warns-For-War Photograph: (OTV)

ଗୋଟିଏ ପଟେ ଆମେରିକା ଭେନେଜୁଏଲା ସହିତ ଯୁଦ୍ଧ କରିବାକୁ ପ୍ରସ୍ତୁତ ଥିବାବେଳେ ଅନ୍ୟପଟେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୈନ୍ୟଙ୍କୁ ଆଫ୍ରିକାର ଏକ ଦେଶକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତି ଆଉ ଏକ ବିବାଦ ସୃଷ୍ଟି କରିଛନ୍ତି।
ନାଇଜେରିଆରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ଆମେରିକାର ପ୍ରତିରକ୍ଷା ବିଭାଗକୁ ଟ୍ରମ୍ପ୍ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିଷ୍ପତ୍ତି ସେ ସେତେବେଳେ ନେଇଛନ୍ତି ଯେତେବେଳେ ନାଇଜେରିଆ ସରକାର ଦେଶର ଖ୍ରୀଷ୍ଟିଆନମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହେବା ଅଭିଯୋଗ ହୋଇଛି। ଟ୍ରମ୍ପ ସୋସିଆଲ ମିଡିଆରେ ଲେଖିଛନ୍ତି – ‘ଯଦି ନାଇଜେରିଆ ସରକାର ଖ୍ରୀଷ୍ଟିଆନମାନଙ୍କ ହତ୍ୟା ରୋକିବାରେ ବିଫଳ ହୁଏ, ତେବେ ଆମେରିକା ତୁରନ୍ତ ନାଇଜେରିଆକୁ ଦିଆଯାଉଥିବା ସମସ୍ତ ସହାୟତା ବନ୍ଦ କରିଦେବ।’

ଅଧିକ ଦେଖିବା ପାଇଁ କ୍ଲିକ୍ କରନ୍ତୁ:


ସେ ପୁଣି କହିଛନ୍ତି, ଆମେ ସେହି କୁଖ୍ୟାତ ଦେଶକୁ ଯାଇ ଇସଲାମିକ ଆତଙ୍କବାଦୀଙ୍କୁ ନିପାତ କରି ପାରିବୁ। ମୁଁ ପ୍ରତିରକ୍ଷା ବିଭାଗକୁ ଏପରି ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଛି। ଯଦି ଆକ୍ରମଣ ହୁଏ, ତେବେ ଏହା ଦ୍ରୁତ, ବିପଦପୂର୍ଣ୍ଣ ଏବଂ ନିର୍ଣ୍ଣାୟକ ହେବ – ଠିକ୍ ସେହିପରି ହେବ ଯେପରି ଏହି ଆତଙ୍କବାଦୀମାନେ ଆମର ପ୍ରିୟ ଖ୍ରୀଷ୍ଟିଆନମାନଙ୍କୁ ଆକ୍ରମଣ କରୁଛନ୍ତି ବୋଲି ସେ କହିଛନ୍ତି।
ଟ୍ରମ୍ପଙ୍କ ଏଭଳି ଧମକ ପରେ ନାଇଜେରିଆର ରାଷ୍ଟ୍ରପତି ବୋଲା ଅହମ୍ମଦ ପ୍ରତିକ୍ରିୟା ଦେଇ କହିଛନ୍ତି, ନାଇଜେରିଆକୁ ଧାର୍ମିକ ଭାବରେ ଅସହିଷ୍ଣୁ ଦେଶ ଭାବରେ ଆଖ୍ୟା ଦେବା ଭୁଲ। ଧାର୍ମିକ ସ୍ୱାଧୀନତା ଏବଂ ସହିଷ୍ଣୁତା ଆମର ପରିଚୟର ଅଂଶ। ନାଇଜେରିଆ ସବୁ ଧର୍ମର ନାଗରିକଙ୍କ ସୁରକ୍ଷାକୁ ଗ୍ୟାରେଣ୍ଟି ଦେଉଛି ବୋଲି ସେ କହିଛନ୍ତି।
ତେବେ ନାଇଜେରିଆର ୨୨ କୋଟି ଜନସଂଖ୍ୟା ମଧ୍ୟରୁ ମୁସଲିମ ଏବଂ ଖ୍ରୀଷ୍ଟିଆନ ପ୍ରାୟ ସମାନ। ଦେଶ ଦୀର୍ଘ ଦିନ ଧରି ‘ବୋକୋ ହରାମ’ ଭଳି ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ହିଂସାର ଶିକାର ହେଉଛି। ସେମାନେ ଇସଲାମିକ ଆଇନର ନିଜସ୍ୱ ମୌଳିକ ବିଚାରକୁ ଲାଗୁ କରିବାକୁ ଚାହାଁନ୍ତି।

Scroll to Top