ମୁଖ୍ୟ ଅଭିଯୁକ୍ତ କାଳିଆ ଓରଫ ମନୋଜ ବେହେରାକୁ ଆନ୍ଧ୍ରପ୍ରଦେଶରୁ ଗରିଫ କରିଛି ପୋଲିସ। ପୁରୀ ସଦର ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଫୋନକୁ ଟ୍ରାକ କରି କାଳିଆକୁ ଗିରଫ କରିଛି। ସେପଟେ ବିଜେପି ବିଧାୟିକା ଉପାସନା ମହାପାତ୍ର କହିଛନ୍ତି ପୋଲିସ ଘଟଣାର ତଦନ୍ତ କରୁଛି । ଗିରଫ ଅଭିଯୁକ୍ତ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ସେ କହିଛନ୍ତି।
Credit: OTV
crime scene recreation
ପୁରୀ : ବ୍ରହ୍ମଗିରି ବାଲିହରଚଣ୍ଡି ନିକଟରେ ଗଣଦୁଷ୍କର୍ମ ମାମଲାରେ ସିନ ରିକ୍ରିଏସନ। ନିଜେ ପୀଡିତାଙ୍କୁ ଧରି କ୍ରାଇମ ସ୍ପଟରେ ପହଞ୍ଚି ପୂରା ତନାଘନା କରିଛି ପୋଲିସ। ପୋଲିସ ସହିତ ଘଟଣାସ୍ଥଳରେ ଫୋରେନସିକ୍ ଟିମ୍ ବି ପହଞ୍ଚି ତଥ୍ୟ ସଂଗ୍ରହ କରିଛି। ପୀଡିତାଙ୍କୁ ନେଇ ଘଟଣାସ୍ଥଳରେ ପୋଲିସ ତଦନ୍ତ କରିଛି। ପୋଲିସ ସମ୍ମୁଖରେ ପୀଡ଼ିତା ସେଦିନର ଜଘନ୍ୟ ଘଟଣା ବଖାଣିଛି। ଝାଉଁ ଜଙ୍ଗଲ ଭିତରେ ପୀଡିତାକୁ ଗଣଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ ଦୁବୃତ୍ତ।
Also Read
ଏ ଘଟଣାରେ ମୁଖ୍ୟ ଅଭିଯୁକ୍ତ କାଳିଆ ଓରଫ ମନୋଜ ବେହେରାକୁ ଆନ୍ଧ୍ରପ୍ରଦେଶରୁ ଗରିଫ କରିଛି ପୋଲିସ। ପୁରୀ ସଦର ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଫୋନକୁ ଟ୍ରାକ କରି କାଳିଆକୁ ଗିରଫ କରିଛି। ସେପଟେ ବିଜେପି ବିଧାୟିକା ଉପାସନା ମହାପାତ୍ର କହିଛନ୍ତି ପୋଲିସ ଘଟଣାର ତଦନ୍ତ କରୁଛି । ଗିରଫ ଅଭିଯୁକ୍ତ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ସେ କହିଛନ୍ତି।
ଏହାସହ ବାଲି ହରଚଣ୍ଡୀ ସମେତ ବ୍ରହ୍ନଗିରି ଅଞ୍ଚଳର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପୋଲିସ ଫାଣ୍ଡି କରିବା ପାଇଁ ସରକାରଙ୍କୁ ଜଣାଇଥିବା ସେ କହିଛନ୍ତି। ସେପଟେ ପୁରୀ ଜିଲ୍ଲାପାଳ କହିଛନ୍ତି, ଏସପିଙ୍କ ସହିତ କଥା ହୋଇ ଆବଶ୍ୟକ ଫାଣ୍ଡି ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯିବ।
- Reported by:
- MADHUSUDAN MISHRA





