Crime Branch: ଏଫ୍ ଏମ୍ କଲେଜ ଛାତ୍ରୀ ଆତ୍ମାହୂତି ଘଟଣାରେ ତଦନ୍ତରୁ ହଟିଲେ ଆଇଜି, ଏବେ ଦାୟିତ୍ୱରେ ଏସପି

crime-branch:-ଏଫ୍-ଏମ୍-କଲେଜ-ଛାତ୍ରୀ-ଆତ୍ମାହୂତି-ଘଟଣାରେ-ତଦନ୍ତରୁ-ହଟିଲେ-ଆଇଜି,-ଏବେ-ଦାୟିତ୍ୱରେ-ଏସପି

ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୂତି ମାମଲାର ତଦନ୍ତରୁ CAW ଆଇଜି ଏସ୍. ସାଇନିଙ୍କୁ ହଟାଇ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଡିଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏବେ ତଦନ୍ତର ନିରୀକ୍ଷଣ କରିବେ କ୍ରାଇମବ୍ରାଞ୍ଚ SP ଅନିରୁଦ୍ଧ ରାଉତରାୟ ।

ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୂତି ମାମଲାର ତଦନ୍ତରୁ ହଟିଲେ CAW ଆଇଜି ଏସ୍. ସାଇନି । କ୍ରାଇମବ୍ରାଞ୍ଚ ଡିଜି ଏହି ନିର୍ଦ୍ଦେଶ ଦେଇଛନ୍ତି । ଏବେ ତଦନ୍ତର ନିରୀକ୍ଷଣ କରିବେ କ୍ରାଇମବ୍ରାଞ୍ଚ SP ଅନିରୁଦ୍ଧ ରାଉତରାୟ । ତଦନ୍ତକାରୀ ଅଧିକାରୀ ଇମନ କଲ୍ୟାଣ ନାୟକ ଏହି ଘଟଣାର ସମସ୍ତ ଯାଞ୍ଚ କ୍ରାଇମବ୍ରାଞ୍ଚ SP ଅନିରୁଦ୍ଧ ରାଉତରାୟଙ୍କ ନିର୍ଦ୍ଦେଶ ଅନୁସାରେ କରିବେ । ବର୍ତ୍ତମାନ ସୁଦ୍ଧା ତଦନ୍ତର ଅଗ୍ରଗତି ଓ ସମସ୍ତ କେସ ରେକର୍ଡ କ୍ରାଇମବ୍ରାଞ୍ଚ ଏସପି ଅନିରୁଦ୍ଧ ରାଉତରାୟଙ୍କ ନିକଟରେ ଦାଖଲ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ଏସପି ଅନିରୁଦ୍ଧ ଏହି ମାମଲାର ସମସ୍ତ ତଥ୍ୟ କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଜଣାଇବେ ।

ଏଫଏମ କଲେଜରେ ଛାତ୍ରୀ ଆତ୍ମଦାହ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା କ୍ରାଇମବ୍ରାଞ୍ଚ। ଘଟଣାର ୨୩ ଦିନ ପରେ କ୍ରାଇମବ୍ରାଞ୍ଚ ଦୁଇ ଜଣଙ୍କୁ ଗିରଫ କରିଥିଲା । ଗିରଫ ଛାତ୍ର ଦୁଇ ଜଣ ହେଲେ ଶୁଭ୍ର ସମ୍ବିତ ନାୟକ, ଜ୍ୟୋତି ପ୍ରକାଶ ବିଶ୍ବାଳ।ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗରେ  କ୍ରାଇମବ୍ରାଞ୍ଚ ଗିରଫ କରି ଉଭୟଙ୍କୁ କୋର୍ଟଚାଲାଣ କରିଛି।

Also Read

ଜ୍ୟୋତି ପ୍ରକାଶ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ଆହତ ହୋଇଥିଲେ। ନିକଟରେ ଏସସିବିରୁ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରି ଦୁଇ ଛାତ୍ରଙ୍କ ବିରୋଧରେ ପ୍ରମାଣ ପାଇଥିବା କୁହାଯାଉଛି।  ଗିରଫ ପରେ ଉଭୟଙ୍କୁ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ୧୫ ଦିନ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ପୂର୍ବରୁ ମାମଲାରେ କଲେଜର ବିଭାଗୀୟ ମୁଖ୍ୟ ସମୀର ସାହୁ, କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଗିରଫ ହୋଇଥିଲେ।

ଗତମାସ ୧୨ ତାରିଖରେ କଲେଜ ପରିସରରେ ଛାତ୍ରୀ ଜଣକ ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମସରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ତମ୍ବିତୋଫାନ ହୋଇଥିବା ବେଳେ କଂଗ୍ରେସ , ବିଜେଡି ରାଜରାସ୍ତାକୁ ଓହ୍ଲାଇଥିଲେ।

ଅଧିକ ପଢ଼ନ୍ତୁ: ପଟ୍ଟାମୁଣ୍ଡାଇରେ ଯୁବତୀ ଜଳିଯିବା ମାମଲା: ଆକ୍ସନ୍ ନେଲା କେନ୍ଦ୍ରାପଡ଼ା ପୋଲିସ୍ 

ଓଟିଭି ହ୍ଵାଟ୍ସଅପ

Scroll to Top