ଭୁବନେଶ୍ୱର: କମିଶରେଟ୍ ପୋଲିସ୍ରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି। ଗତ ଦୁଇ ମାସ ମଧ୍ୟରେ ଟୁଇନ୍ ସିଟରେ ୪୩ ଜଣ ଦୁଷ୍କର୍ମର ଶିକାର ହୋଇଥିବା ବେଳେ ୧୫ ହତ୍ୟା ଅଭିଯୋଗ ହୋଇଥିବା ପୋଲିସ୍ ରିପୋର୍ଟ କହୁଛି । କଟକ ଅପେକ୍ଷା ଭୁବନେଶ୍ଵରରେ ଅଧିକ ମହିଳା, ଯୁବତୀ ଓ ନାବାଳିକା ବଳାହାର ଶିକାର ହୋଇଛନ୍ତି। ଗତ ଜାନୁଆରୀରେ କଟକରେ ୬ ଜଣ ମହିଳା ବଳାହାରର ଶିକାର ହୋଇଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ କରିଥିଲେ। ଭୁବନେଶ୍ୱରରେ ଏହି ସଂଖ୍ୟା ୧୦ ଥିଲା।
ଦୁଷ୍କର୍ମ ମାମଲା ବଢିଛି:
ଫେବ୍ରୁଆରୀରେ କଟକରେ ୯ ଜଣ ଓ ଭୁବନେଶ୍ଵରରେ ୧୮ ଜଣ ଦୁଷ୍କର୍ମର ଶିକାର ହୋଇଥିଲେ। ଦୁଇ ମାସରେ ୪୩ ଜଣ ଦୁଷ୍କର୍ମ ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯ ଜଣ ନାବାଳିକା ଥିବା ଜଣାପଡିଛି । ଏ ସବୁ ମାମଲା ମଧ୍ୟରୁ ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର ମାମଲା ଅଧିକ। ଦୁଇ ମାସରେ କଟକ ଓ ଭୁବନେଶ୍ଵରେ ୧୫ଟି ହତ୍ୟା ମାମଲା ରୁଜୁ ହୋଇଛି। ଜାନୁଆରୀ ଅପେକ୍ଷା ଫେବ୍ରୁଆରୀରେ ଅଧିକ ହତ୍ୟାକାଣ୍ଡ ଘଟିଛି। ଏହି ଦୁଇ ମାସ ଭିତରେ ମାତ୍ର ଗୋଟିଏ ଡକାୟତି ହୋଇଛି। ତା’ପୁଣି ଭୁବନେଶ୍ଵରରେ।
Also Read…ସାମାନ୍ୟ କଥାକୁ ନେଇ ଆଇସକ୍ରିମ୍ ଦୋକାନୀଙ୍କୁ ହତ୍ୟା, କଟାମୁଣ୍ଡକୁ ଧରି ଗାଁ ସାରା ବୁଲାଇଲା ଅଭିଯୁକ୍ତ
ବଢିଛି ଚୋରି-ରାହାଜାନୀ:
ଚୋରିରେ ଦିନକୁ ଦିନ ନୂଆ ରେକର୍ଡ କରୁଛି କମିଶନରେଟ୍ ପୋଲିସ୍। ଦୁଇ ମାସରେ ୪୧୮ଟି ଚୋରି ହୋଇଛି। ଜାନୁଆରୀରେ ଭୁବନେଶ୍ୱରରେ ୧୬୦ଟି ଓ କଟକରେ ୫୫ଟି ଚୋରି ହୋଇଥିଲା। ଫେବ୍ରୁଆରୀରେ ଭୁବନେଶ୍ଵର ୧୫୦ଟି ଓ କଟକରେ ୫୩ଟି ଚୋରି ହୋଇଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି। ଏହି ଦୁଇ ମାସରେ ୫୩ ଟି ଲୁଟ୍ ଅଭିଯୋଗ ହୋଇଛି। ୧୭ ସୁନାଚେନ୍ ଲୁଟ ହୋଇଥିବା ବେଳେ ବାକି ମୋବାଇଲ୍ ଓ ଭ୍ୟାନିଟି ଲୁଟ ହୋଇଛି। ବଢ଼ିବାରେ ଲାଗିଛି ଠକେଇ ମାମଲା।
ଠକେଇ ମାମଲା କେତେ?
ଜାନୁଆରୀରେ ଟୁଇନ୍ ସିଟିରେ ୩୨୦ଟି ଠକେଇ ମାମଲା ରୁଜୁ ହୋଇଥିଲା । କଟକରେ ୯୪ଟି ଠକେଇ ମାମଲା ରୁଜୁ ହୋଇଥିବା ବେଳେ ଭୁବନେଶ୍ଵରରେ ଥିଲା ୨୨୬। ଦୁର୍ଘଟଣା ମଧ୍ୟ ଉପର ମୁହାଁ ହୋଇଛି। ଜାନୁଆରୀରେ କଟକ ୟୁପିଡିରେ ୪୧ଟି ଦୁର୍ଘଟଣା ମାମଲା ରୁଜୁ ହୋଇଥିଲା । ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଫେବ୍ରୁଆରରେ କଟକରେ ୩୭ଟି ଦୁର୍ଘଟଣା ଘଟିଥିଲା। ଏଥିରେ ୯ ଜଣଙ୍କ ଜୀବନ ଯାଇଛି। ଜାନୁ ଆରୀରେ ଭୁବନେଶ୍ଵର ୟୁପିଡିରେ ୮୦ ଦୁର୍ଘଟଣାରେ ୧୨ ଜୀବନ ଯାଇଥି ଲା। ଫେବ୍ରୁଆରୀରେ ଭୁବନେଶ୍ଵରରେ ୭୧ଟି ଦୁର୍ଘଟଣା ଘଟିଥିଲା। ଏଥିରେ ୧୦ ଜଣଙ୍କ ଜୀବନ ଯାଇଛି।




