CJI ଗଭାଇଙ୍କ ଉପରେ ଜୋତା ଫିଙ୍ଗିଥିବା ଓକିଲଙ୍କ ବିରୁଦ୍ଧରେ ଚାଲିବ କେସ୍, ସୁପ୍ରିମକୋର୍ଟଙ୍କୁ ସୂଚନା ଦେଲେ ଏସଜି

cji-ଗଭାଇଙ୍କ-ଉପରେ-ଜୋତା-ଫିଙ୍ଗିଥିବା-ଓକିଲଙ୍କ-ବିରୁଦ୍ଧରେ-ଚାଲିବ-କେସ୍,-ସୁପ୍ରିମକୋର୍ଟଙ୍କୁ-ସୂଚନା-ଦେଲେ-ଏସଜି

ନୂଆଦିଲ୍ଲୀ: ସିଜେଆଇ ବି.ଆର.ଗଭାଇଙ୍କ ଉପରେ ଜୋତା ଫିଙ୍ଗିଥିବା ଓକିଲ ରାକେଶ କିଶୋରଙ୍କ ପାଇଁ ଅଡ଼ୁଆ ବଢିପାରେ । ଏବେ ତାଙ୍କ ବିରୁଦ୍ଧରେ ଅପରାଧିକ ଅବମାନନା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ । କିଶୋର କୁମାରଙ୍କ ବିରୁଦ୍ଧରେ ଅବମାନନା କାର୍ଯ୍ୟାନୁଷ୍ଠାନ ଆରମ୍ଭ ପାଇଁ ଭାରତର ଆଟର୍ଣ୍ଣିଂ ଜେନେରାଲ୍ ସହମତି ଦେଇଛନ୍ତି ।

ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠକୁ ସଲିସିଟର ଜେନେରାଲ ତୁଷାର ମେହେଟା ଏହି ସୂଚନା ଦେଇଛନ୍ତି । ଏଥିରେ ସେ କହିଛନ୍ତି ଭାରତର ଆଟର୍ଣ୍ଣି ଜେନେରାଲ ପ୍ରଧାନ ବିଚାରପତି ବି.ଆର.ଗଭାଇଙ୍କ ଉପରକୁ ଜୋତା ଫିଙ୍ଗିବାକୁ ଚେଷ୍ଟା କରିଥିବା ଓକିଲ ରାକେଶ କିଶୋରଙ୍କ ବିରୋଧରେ ଫୌଜଦାରୀ ଅବମାନନା ମାମଲା ଆରମ୍ଭ କରିବାକୁ ସମ୍ମତି ଦେଇଛନ୍ତି ।

ସୁପ୍ରିମକୋର୍ଟ ବାର୍ ଆସୋସିଏସନ ଅଧ୍ୟକ୍ଷ ବିକାଶ ସିଂହଙ୍କୁ ଆଟର୍ଣ୍ଣି ଜେନେରାଲ୍ ଆର.ଭେଙ୍କଟରମଣୀ ଚିଠି ଲେଖିଛନ୍ତି । ଏଜି କହିଛନ୍ତି ଯେ କିଶୋରଙ୍କ “କାର୍ଯ୍ୟ ଏବଂ ବକ୍ତବ୍ୟ କେବଳ ନିନ୍ଦନୀୟ ନୁହେଁ ବରଂ ସୁପ୍ରିମକୋର୍ଟର ମହିମା ଏବଂ ଅଧିକାରକୁ ମଧ୍ୟ ହ୍ରାସ କରୁଛି ।” ସେ କହିଛନ୍ତି ଯେ ଏପରି ଆଚରଣ “ନ୍ୟାୟ ପ୍ରଦାନ ପ୍ରଣାଳୀ (Justice Delivery System)ର ମୂଳଦୁଆକୁ ଆଘାତ କରୁଛି ।”

ଓକିଲଙ୍କ ଦ୍ୱାରା ଜୋତା ଫିଙ୍ଗା ଘଟଣାକୁ ସିଜେଆଇ ଗଭାଇ ଏକ ବିସ୍ମୃତ ଅଧ୍ୟାୟ ଭାବରେ ବର୍ଣ୍ଣନା କରିଥିଲେ । ସୁପ୍ରିମକୋର୍ଟରେ ଭାଷଣ ଦେଇ ସିଜେଆଇ ଗଭାଇ କହିଥିଲେ, “ସୋମବାର ଘଟିଥିବା ଘଟଣା ପାଇଁ ମୁଁ ଏବଂ ମୋର ବିଦ୍ୱାନ ଭାଇମାନେ ଗଭୀର ଭାବରେ ମର୍ମାହତ । ଆମ ପାଇଁ ଏହା ଏକ ବିସ୍ମୃତ ଅଧ୍ୟାୟ।”

ଉଲ୍ଲେଖଯୋଗ୍ୟ, ଅକ୍ଟୋବର ୬ରେ ସୁପ୍ରିମକୋର୍ଟରେ ସିଜେଆଇ ଗଭାଇଙ୍କ ଉପରେ ଜୋତା ଫିଙ୍ଗାଯାଇଥିଲା । ରାକେଶ କିଶୋର ନାମକ ଜଣେ ଓକିଲ ସିଜେଆଇଙ୍କ ଉପରେ ଜୋତା ଫିଙ୍ଗାବାକୁ ଚେଷ୍ଟା କରିଥିଲେ । ହଙ୍ଗାମା ମଧ୍ୟରେ ପ୍ରଧାନ ବିଚାରପତି ଶାନ୍ତ ରହିଥିଲେ ଏବଂ କାର୍ଯ୍ୟ ଜାରି ରଖିଥିଲେ । ସେ କହିଥିଲେ, “ଏପରି ଜିନିଷ ଦ୍ୱାରା ପ୍ରଭାବିତ ହୋଇଥିବା ମୁଁ ହେଉଛି ଶେଷ ବ୍ୟକ୍ତି । ଏହି ସବୁ କଥାରେ ବିଚଳିତ ହୁଅନ୍ତୁ ନାହିଁ । ଆମେ ବିଚଳିତ ହେଉନାହୁଁ । ଏହା ମୋତେ ପ୍ରଭାବିତ କରେ ନାହିଁ ।” ତେବେ ଏହି ଘଟଣା ପରେ ସୁପ୍ରିମକୋର୍ଟ କୌଣସି ଔପଚାରିକ ଅଭିଯୋଗ ଦାଖଲ କରିନଥିଲା । ସିଜେଆଇ ଗଭାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କୌଣସି ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ନନେବା ପାଇଁ ରେଜିଷ୍ଟାରକୁ କହିଥିଲେ । ତଥାପି ଦିଲ୍ଲୀ ପୋଲିସ ସମ୍ପୃକ୍ତ ଓକିଲ ରାଜେଶ କିଶୋରଙ୍କୁ ଛାଡ଼ିବା ପୂର୍ବରୁ ଦୀର୍ଘ ସମୟ ଯାଏ କୋର୍ଟ ପରିସରରେ ପଚରାଉଚରା କରିଥିଲା ।

Scroll to Top