ଗତ ସପ୍ତାହରେ ଜମ୍ମୁକଶ୍ମୀର କିସ୍ତୱାରରେ ବାଦଲ ଫଟା ବର୍ଷା ହେଉଥିବା ବେଳେ ହଠାତ୍ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଡ୍ୟୁଟିରେ ଥିବା CISF ଯବାନ ମନୋଜ ସହିଦ ହୋଇଥିଲେ।
ପଞ୍ଚଭୂତରେ ବିଲୀନ ହେଲେ ସହିଦ ମନୋଜ ବିଶ୍ୱାଳ। ଅପରେସନ ସିନ୍ଦୁର ବେଳେ ଝିଅକୁ କହିଥିଲେ ମୁଁ ବି ଦିନେ ତ୍ରିରଙ୍ଗା ଘୋଡେଇ ହୋଇ ଗାଁ କୁ ଆସିବି, ଆଉ ତାହା ହିଁ ସତ ପାଲଟିଗଲା। ଜାମ୍ମୁ ଓ କାଶ୍ମୀର କିସ୍ତୱାରରେ ହୋଇଥିବା ବାଦଲ ଫଟା ବର୍ଷାରେ ସହିଦ ପରଜଙ୍ଗ ବ୍ଲକ ମାଣିକମରା ଗାଁର ସିଆଇଏସଏଫ୍ ଯବାନ ମନୋଜ ବିଶ୍ୱାଳଙ୍କ ଆଜି ସକାଳେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହୋଇଛି ଶେଷକୃତ୍ୟ।
ସକାଳୁ ମନୋଜଙ୍କ ପାର୍ଥୀବ ଶରୀର ମାଣିକମରାରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ବୀର ମନୋଜ ବିଶ୍ୱାଳ ଅମର ରହେ ସ୍ଲୋଗାନ ସହ ଶୋଭାଯାତ୍ରାରେ ଗାଁ ଶ୍ମଶାନକୁ ମନୋଜଙ୍କ ପାର୍ଥୀବ ଶରୀରକୁ ନିଆଯାଇଥିଲା। ସେଠାରେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ତାଙ୍କ ବଡ଼ଝିଅ ମୁଖାଗ୍ନି ଦେଇଥିଲେ।
ମନୋଜଙ୍କ ଶେଷଦର୍ଶନ କରିବାକୁ ଶ୍ମଶାନ ନିକଟରେ ରାଜନେତା ଓ ମାନ୍ୟଗନ୍ୟ ବ୍ୟକ୍ତି ପହଞ୍ଚିଥିଲେ। ଗତ ସପ୍ତାହରେ ଜମ୍ମୁକଶ୍ମୀର କିସ୍ତୱାରରେ ବାଦଲଫଟା ବର୍ଷାରେ ହଠାତ୍ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଡ୍ୟୁଟିରେ ଥିବା CISF ଯବାନ ମନୋଜ ବିଶ୍ବାଳଙ୍କ ଜୀବନ ଯାଇଥିଲା। ସେପଟେ ମନୋଜଙ୍କ ସ୍ମୃତିରେ ଲୁହରେ ବୁଡ଼ିଛି ତାଙ୍କ ଗାଁ। ଝୁରୁଛି ଜନ୍ମମାଟି, ମନେ ପକାଉଛନ୍ତି ପରିବାରରୁ ବନ୍ଧୁ ବାନ୍ଧବ।
Also Read
ଗତ ସପ୍ତାହରେ ଜମ୍ମୁକଶ୍ମୀର କିସ୍ତୱାରରେ ବାଦଲ ଫଟା ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ହଠାତ୍ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଡ୍ୟୁଟିରେ ଥିବା CISF ଯବାନ ମନୋଜ ବିଶ୍ବାଳଙ୍କ ଜୀବନ ଯାଇଛି।




