Child Death: ଭୁଲ୍‌ ମେଡିସିନ୍‌ ଦେଲେ, ମରିଗଲା ପିଲା!

child-death:-ଭୁଲ୍‌-ମେଡିସିନ୍‌-ଦେଲେ,-ମରିଗଲା-ପିଲା!

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା। ଚିକିତ୍ସାରେ ଅବହେଳାରୁ ଶିଶୁ ମୃତ୍ୟୁ ଅଭିଯୋଗ।

Madhupriya Mistry

  • Published: Monday, 22 September 2025
  • Last updated: 22 September 2025, 01:08 PM IST

Tension In Capital HospitalCredit: OTV

ହସ୍ପିଟାଲରେ ଉତ୍ତେଜନା

ଡାକ୍ତର ଭୁଲ୍‌ ମେଡିସିନ୍‌ ଦେଲେ। ମରିଗଲା ପିଲା। ଏଭଳି କିଛି ଅଭିଯୋଗ ଆସିଛି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରୁ। ୩ ବର୍ଷର ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।

ଭୁଲ୍‌ ମେଡିସିନରୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତକାଲି ରାତିରେ ଶିଶୁର ସ୍ୱାସ୍ଥ୍ୟ ଖରାପ ହେବାରୁ ପରିବାର ଲୋକ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ତେବେ ହସ୍ପିଟାଲରେ ଡ୍ୟୁଟିରେ ଥିବା ଡାକ୍ତର ମେଡିସିନ୍ ଦେଇଥିଲେ। ଏହାପରେ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

ତେବେ ଶିଶୁର ମୃତ୍ୟୁ ହେବା ପରେ ଚିକିତ୍ସା କରିଥିବା ଡାକ୍ତର ସେଠାରୁ ଚାଲି ଯାଇଥିଲେ । ପରେ ଯେଉଁ ଡାକ୍ତର ଆସିଥିଲେ ସେ ଭୁଲ ମେଡ଼ିସିନରୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ କହିଥିଲେ ବୋଲି ଅଭିଯୋଗ ହୋଇଛି।

Also Read

ଏହାକୁ ନେଇ ହସ୍ପିଟାଲ ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ସେପଟେ ଏହି ଘଟଣାରେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମଳିପାରି ନାହିଁ । …

ଓଟିଭି ବିଜ୍ଞାପନ

Scroll to Top