CEO on Voter List Revision: ଓଡ଼ିଶାରେ ୭ରୁ ୮ଲକ୍ଷ ଭୋଟରଙ୍କ ନାଁ କଟିଥାଏ, ଏଥର ଟିକେ ଅଧିକ କଟିଛି

ceo-on-voter-list-revision:-ଓଡ଼ିଶାରେ-୭ରୁ-୮ଲକ୍ଷ-ଭୋଟରଙ୍କ-ନାଁ-କଟିଥାଏ,-ଏଥର-ଟିକେ-ଅଧିକ-କଟିଛି

ଭୁବନେଶ୍ବର ୨୦।୪: ଭୋଟର ତାଲିକାରୁ ୯ ଲକ୍ଷ ୮ ହଜାର ଭୋଟରଙ୍କ ନାଁ କଟିଛି । ଏଭଳି ଅଭିଯୋଗ ଆସିବା ପରେ ଗୃହ ବିଭାଗ ଯାଞ୍ଚ ନିର୍ଦ୍ଦେଶ ଦେଇଛି । ତେବେ ଏ ବାବଦରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ୨୩ ବର୍ଷ ପରେ BLO ଘରକୁ ଘର ଯାଇ ଜନଗଣନା କରୁଛନ୍ତି । ୯୫% ମ୍ୟାପିଂ ହୋଇସାରିଛି । ଅନେକ ଲୋକଙ୍କ ମୃତ୍ୟୁ ହୋଇସାରିଛି, କେହି କେହି ଗାଁ ଛାଡ଼ିକି ଯାଇଛନ୍ତି, ସହର ଓ ଗାଁରେ ସେମାନଙ୍କ ନାଁ ଭୋଟର ତାଲିକାରେ ରହିଛି । ସେଗୁଡ଼ିକ ସଂଗ୍ରହ ହୋଇଛି । ଯେହେତୁ ଅଧିକ ସଂଖ୍ୟକ ଅଛି ଆମେ କ୍ରସ୍ ଚେକ୍ ପାଇଁ ଚିଠି କରିଛୁ । ପୂର୍ବ ବର୍ଷ ଗୁଡିକରେ ୭ରୁ ୮ ଲକ୍ଷ କଟୁଥିଲା । ଓଡ଼ିଶାରେ ବହୁତ କମ୍ ସଂଖ୍ୟା ଅଛି । ଭୁବନେଶ୍ୱର ସହରରେ ଟିକେ ଅଧିକ ସଂଖ୍ୟା ଅଛି । ଯେଉଁ ମାନଙ୍କ ନାଁ କଟିଯାଇଛି ଭୁଲ ବଶତଃ ଫର୍ମ-୬ରେ BLO ପାଖରେ ଦେଲେ ପୁଣି ଯୋଡି ହେବ ।

ଜାନୁଆରୀ ୧ରୁ ମାର୍ଚ୍ଚ ଶେଷ ଭିତରେ ଏତିକି କଟିଛି । ଅନ୍ୟ ରାଜ୍ୟ ଅପେକ୍ଷା କମ୍ ଓଡ଼ିଶାରେ କଟିଛି । ଦୁଇଟି ଜାଗାରେ ଥିବା ଭୋଟରଙ୍କ ସଂଖ୍ୟା ଅଧିକ କଟିଛି । ଦୁଇଟି ଜାଗାରେ ଥିଲେ ଗୋଟିଏ ଜାଗାରେ ଡିଲିଟ୍ କରିବାକୁ ଅପିଲ୍ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।

Also Read:- ଓଡ଼ିଶାରେ ଭୋଟର ତାଲିକାରୁ କଟିଗଲା ୯ ଲକ୍ଷରୁ ଅଧିକ ନାଁ, ତୁରନ୍ତ ଯାଞ୍ଚ ପାଇଁ ଆସିଲା ନିର୍ଦ୍ଦେଶ

ସେପଟେ ଭୋଟର ତାଲିକାରୁ ନାଁ କଟିବା ପରେ ପୁଣି ଥରେ ଯାଞ୍ଚ ପାଇଁ ଗୃହ ବିଭାଗ କଡ଼ା ନିର୍ଦ୍ଦେଶ ଦେଇଛି । ଅନେକ ଜୀବିତ ଓ ସ୍ଥାନୀୟ ଭୋଟରଙ୍କ ନାଁ କଟାଯାଇଥିବା ଅଭିଯୋଗ ପରେ ନିର୍ଦ୍ଦେଶ ଦେଇଛି ଗୃହ ବିଭାଗ । ମୃତ ଭୋଟରଙ୍କ ନାଁ ପୂର୍ଣ୍ଣ ଯାଞ୍ଚ ପରେ ହିଁ କାଟିବାକୁ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର EROଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପରିବାର ଲୋକ କିମ୍ବା ନିକଟ ସଂପର୍କୀୟଙ୍କୁ ଫର୍ମ- ୭ ଦାଖଲ କରିବାକୁ ହେବ ।

ତେବେ ଯଦି ନାଁ କଟାଯାଇଛି, ତେବେ ଭୋଟରଙ୍କ ଠିକଣାରେ ସୂଚନା ଦେବାକୁ ହେବ । ସନ୍ଦେହଜନକ, ନକଲି କିମ୍ବା ତଥ୍ୟରେ ତ୍ରୁଟି ଥିଲେ ନୋଟିସ୍ କରି ଯାଞ୍ଚ କରନ୍ତୁ । ଫର୍ମ- ୭ ଆବେଦନର ୫୦% ମାମଲାରେ ଫିଜିକାଲ ଭେରିଫିକେସନ ବାଧ୍ୟ । BLO ମାନେ ତୃଣମୂଳ ସ୍ତରରେ ଯାଞ୍ଚ କରି ନଥିବା ଅଭିଯୋଗ ପରେ ତତ୍ପରତା । ୧୯୫୦ କଲ୍ ସେଣ୍ଟର, ଇ-ମେଲ୍ କିମ୍ବା ଅନ୍ୟ ମାଧ୍ୟମରେ ଆସୁଥିବା ମାମଲାକୁ ଗୁରୁତର ସହ ଯାଞ୍ଚ କରିବାକୁ କୁହାଯାଇଛି ।

Scroll to Top